ଶନିବାର ସୌଭାଗ୍ୟ ପ୍ରାପ୍ତି ପାଇଁ ଜପ କରନ୍ତୁ ଏସବୁ ନାଁ, ପ୍ରସନ୍ନ ହେବେ କର୍ମଫଳଦାତା ଶନି

ଆଜି ଶନିବାର। ଶନିଦେବଙ୍କ ବାର। ଶନିଦେବଙ୍କୁ କର୍ମ ଫଳ ଦାତା ବୋଲି କୁହାଯାଏ। ସେ ସମସ୍ତ ପ୍ରାଣୀଙ୍କୁ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ମାନ୍ୟତା ରହିଛି ଯେ ଯଦି ଶନିଦେବ ପ୍ରସନ୍ନ ହୋଇଯିବେ, ତେବେ ତାଙ୍କ ଆଶୀର୍ବାଦର ବର୍ଷା ହେବ ଓ ବ୍ୟକ୍ତିଙ୍କ ଜୀବନ ଧନଧାନ୍ୟରେ ପୂରି ଉଠିବ। ସେହିପରି ଯଦି ଶନିଦେବ ଅସନ୍ତୁଷ୍ଟ ହେବେ ତେବେ ତାଙ୍କ ପ୍ରକୋପର ବି ସାମ୍ନା କରିବାକୁ ପଡ଼ିପାରେ। ଏଣୁ ଶନିବାର ଦିନ ଭଗବାନ ଶନିଦେବଙ୍କ ପୂଜାର୍ଚ୍ଚନା ନିଶ୍ଚୟ କରନ୍ତୁ। ଏଥିସହ ଏହି ଦିନ କେତେକ ସରଳ ଉପାୟ କଲେ ମଧ୍ୟ ଭଗବାନ ପ୍ରସନ୍ନ ହୋଇଥାନ୍ତି।

ଆସନ୍ତୁ ଜାଣିବା ଶନିବାର କେଉଁ କେଉଁ ନାଁ ଜପ କଲେ ଶନିଦେବ ଖୁସି ହୋଇଥାନ୍ତି:

ଯମ, ବଭ୍ରୁ, କୋଣସ୍ୟ, ପିଙ୍ଗଳ, ଶନୈଶ୍ଚର, ମନ୍ଦ, ରୌଦ୍ରାନ୍ତକ, ସୌରୀ, କୃଷ୍ଣ, ପିପ୍ପଳାଦ ନାମ ଶନିବାର ଜପ କରନ୍ତୁ। ଶନି ଦେବ ଖୁସି ହେବେ।

ଏଥିସହ ଶନିବାର ଦିନ ଶନି ମନ୍ଦିରକୁ ଯାଇ ସୋରିଷ ତେଲର ଦୀପ ଜାଳନ୍ତୁ ଓ ଏହି ଦୀପରେ କଳା ରାଶି ମିଶାଇବାକୁ ଯେମିତି ନ ଭୁଲନ୍ତି।

ଶନିଦେବଙ୍କ ପୂଜା କରିବା ବେଳେ ଶନି ଚାଳିଶା ଓ ଶନି ଆରତୀ ନିଶ୍ଚୟ କରନ୍ତୁ। ଏହା ପରେ ହିଁ ପୂଜା ସମ୍ପନ୍ନ ହେବ।

ଶନିବାର ଦିନ ଅଶ୍ୱତଥ ଗଛର ଚାରି ପଟେ ୭ ଥର ସୂତା ଗୁଡ଼ାନ୍ତୁ ଓ ସୂତା ଗୁଡ଼ାଇବା ବେଳେ ଶନି ମନ୍ତ୍ର ଜପ କରନ୍ତୁ। ଏଥିସହ ଦୀପ ଜାଳନ୍ତୁ।

ଶନିବାର ଗରିବ ଓ ଅସହାୟଙ୍କୁ ଦାନ କରନ୍ତୁ। ଏଥିସହ ଖାଇବାକୁ ଦିଅନ୍ତୁ।

କଳା ଘୋଡ଼ାର ନାଲ ଆଣି ସେଥିରେ ମୁଦି ତିଆରି କରନ୍ତୁ। ଶୁକ୍ରବାର ରାତିରେ ଉକ୍ତ ମୁଦିକୁ କଞ୍ଚା କ୍ଷୀରରେ ଭିଜାଇ ଦିଅନ୍ତୁ ଓ ଶନିବାର ପିନ୍ଧନ୍ତୁ।

ଶନିବାର କାଳି ଗାଈକୁ ମଧ୍ୟ ପୂଜା କରାଯାଏ। ଏହା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇ ଆଶୀର୍ବାଦର ବର୍ଷା କରିଥାନ୍ତି।

ଶୁକ୍ରବାର ରାତିରେ କଳା ଚଣାକୁ ପାଣିରେ ଭିଜାନ୍ତୁ। ଶନିବାର ସେହି କଳା ଚଣା, ଜଳି ଯାଇଥିବା କୋଇଲା, ହଳଦୀ ଓ ଲୁହା ଖଣ୍ଡେ ନେଇ ତାହାକୁ ଏକ କଳା କପଡ଼ାରେ ବାନ୍ଧି ଦିଅନ୍ତୁ। ଏହି ପୁଟୁଳିକୁ ନଦୀ କିମ୍ବା ବୋହୁଥିବା ପାଣିରେ ଫିଙ୍ଗି ଦିଅନ୍ତୁି। କିନ୍ତୁ ଧ୍ୟାନ ରଖିବେ ଆପଣ ଯେଉଁଠାକୁ ଏହା ଫିଙ୍ଗୁଛନ୍ତି ସେଠାରେ ମାଛ ଥିବେ। ଏମିତି କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୋଇଥାନ୍ତି।

Also Read: ଜେଏନ୍‌ୟୁରେ ଏମ୍‌ସିଏ ଛାତ୍ରୀଙ୍କୁ ଦୁଷ୍କର୍ମ, ଚାକିରି ବାହାନାରେ ଅନ୍ଧାରିଆ ସ୍ଥାନକୁ ନେଇ ଇଜ୍ଜତ ଲୁଟିଲା ଅଭିଯୁକ୍ତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.