ବସନ୍ତ ପଞ୍ଚମୀରେ ରାଶି ଅନୁସାରେ କରନ୍ତୁ ଏହି କାମ, ଶିକ୍ଷା ସହ ଜଡ଼ିତ ସବୁ ସମସ୍ୟା ହୋଇଯିବ ଦୂର…

ବସନ୍ତ ପଞ୍ଚମୀ ଦିନ ଦିବ୍ୟା ଓ ବୁଦ୍ଧିର ଦେବୀ ସରସ୍ୱତୀଙ୍କ ଉପାସନା କରାଯାଇଥାଏ। ୨୦୨୨ ମସିହାରେ ବସନ୍ତ ପଞ୍ଚମୀ ୫ ଫେବୃଆରୀ ଶନିବାର ଦିନ ପଡୁଛି। ଏହି ଦିନ ମା’ ସରସ୍ୱତୀଙ୍କୁ ପୂଜା କରିବା ଦ୍ୱାରା ବୁଦ୍ଧି ଏବଂ ଜ୍ଞାନର ଆଶୀର୍ବାଦ ମିଳିଥାଏ। ଏମିତିରେ ଆସନ୍ତୁ ଜାଣିବା କି, ବସନ୍ତ ବଞ୍ଚମୀ ଅର୍ଥାତ୍ ସରସ୍ୱତୀ ପୂଜା ଦିନ ରାଶି ଅନୁଯାୟୀ କ’ଣ କରିବା ଭଲ ହେବ।

ମେଷ: ସରସ୍ୱତୀ ପୂଜା ଦିନ ମା’ ସରସ୍ୱତୀ କବଚ ପାଠ କରନ୍ତୁ। ଏହାଦ୍ୱାରା ବୁଦ୍ଧି ପ୍ରାପ୍ତ ହେବ। ଏହା ସହିତ କାର୍ଯ୍ୟରେ ଏକାଗ୍ରତା ଆସିବ।

ବୃଷ: ଦେବୀ ସରସ୍ୱତୀଙ୍କୁ ପ୍ରସନ୍ନ କରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ମା’ଙ୍କୁ ଧଳା ଚନ୍ଦନର ତିଳକ ଲଗାନ୍ତୁ। ଏଥି ସହିତ ଧଳା ଫୁଲ ମଧ୍ୟ ଅର୍ପଣ କରନ୍ତୁ। ଏମିତି କରିବା ଦ୍ୱାରା ଜ୍ଞାନର ପରିସର ବୃଦ୍ଧି ପାଇବ।

ମିଥୁନ: ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ୱତୀଙ୍କୁ ସବୁଜ ରଙ୍ଗର କଲମ ଅର୍ପଣ କରନ୍ତୁ। ଏଥି ସହିତ ଏହା କରିବା ସମୟରେ ମା’ଙ୍କୁ ନିଜର ମନୋକାମନା କୁହନ୍ତୁ।

କର୍କଟ: ସରସ୍ୱତୀ ପୂଜା ଅବସରରେ ମା’ଙ୍କୁ ଖିରି ଭୋଗ ଅର୍ପଣ କରନ୍ତୁ। ଯେଉଁମାନେ ସଂଗୀତ ସହ ଜଡିତ ସେମାନଙ୍କ ପାଇଁ ଏମିତି କରିବା ଲାଭଦାୟକ ହେବ।

ସିଂହ: ବସନ୍ତ ପଞ୍ଚମୀରେ ମା’ ସରସ୍ୱତୀଙ୍କୁ ପୂଜା କରିବା ସମୟରେ ଗାୟତ୍ରୀ ମନ୍ତ୍ର ଅତି କମରେ ୨୭ ଥର ଜପ କରନ୍ତୁ। ଯେତେ ଅଧିକ ଆପଣ କରି ପାରିବେ, ସେତେ ଅଧିକ ଲାଭ ପାଇ ପାରିବେ। ଏହା କରିବା ଦ୍ୱାରା ବିଦେଶରେ ପାଠ ପଢ଼ିବା ପାଇଁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କର ମନସ୍କାମନା ପୂରଣ ହେବ।

କନ୍ୟା: ବସନ୍ତ ପଞ୍ଚମୀ ଭଳି ପବିତ୍ର ଦିନରେ ଆପଣ ଛୋଟ ପିଲାମାନଙ୍କୁ ପାଠପଢ଼ା ସାମଗ୍ରୀ ଭେଟି ଦିଅନ୍ତୁ। ଏହା କରିବା ଦ୍ୱାରା ପାଠପଢ଼ାରେ ଆସୁଥିବା ବାଧା ଦୂର ହେବ।

ତୂଳା: ସରସ୍ୱତୀ ପୂଜା ଦିନ କୌଣସି ବ୍ରାହ୍ମଣଙ୍କୁ ଧଳା ବସ୍ତ୍ର ଦାନ କରନ୍ତୁ। ଯଦି ଛାତ୍ରମାନେ ଏପରି କରିବେ, ତେବେ ସେମାନଙ୍କର ବକ୍ତବ୍ୟ ସମସ୍ୟା ଦୂର ହେବ।

ବିଛା: ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କୁ ଆରାଧନା କରନ୍ତୁ। ମାତାଙ୍କ ପୂଜା ପରେ ତାଙ୍କୁ ଲାଲ ରଙ୍ଗର କଲମ ଅର୍ପଣ କରନ୍ତୁ। ଏମିତି କରିବା ଦ୍ୱାରା ସ୍ମୃତି ସମ୍ବନ୍ଧୀୟ ସମସ୍ୟା ଦୂର ହେବ।

ଧନୁ: ସରସ୍ୱତୀ ପୂଜା ଦିନ ମା’ଙ୍କୁ ହଳଦିଆ ରଙ୍ଗର ମିଠା ଭୋଗ ଅର୍ପଣ କରନ୍ତୁ। ଏହା ଦ୍ୱାରା ନିର୍ଣ୍ଣୟ ନେବାର କ୍ଷମତା ବିକଶିତ ହେବ। ଏଥି ସହିତ ଉଚ୍ଚ ଶିକ୍ଷାର କାମନା ପୂରଣ ହେବ।

ମକର: ବସନ୍ତ ପଞ୍ଚମୀ ଦିନ ଗରିବ ଲୋକଙ୍କୁ ଧଳା ରଙ୍ଗର ଶସ୍ୟ ଦାନ କରନ୍ତୁ। ଏହା କରିବା ଦ୍ୱାରା ବୁଦ୍ଧି ବିକାଶ ହୋଇଥାଏ।

କୁମ୍ଭ: ଆପଣଙ୍କ ରାଶି ଯଦି କୁମ୍ଭ, ତା’ ହେଲେ ସରସ୍ୱତୀ ପୂଜାରେ ଗରିବ ପିଲାମାନଙ୍କୁ ସ୍କୁଲ ବ୍ୟାଗ କିମ୍ବା ଅନ୍ୟାନ୍ୟ ପାଠପଢ଼ା ସାମଗ୍ରୀ ଦାନ କରନ୍ତୁ। ଏହା ଦ୍ୱାରା ମା’ ସରସ୍ୱତୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ।

ମୀନ: ସରସ୍ୱତୀ ପୂଜା ଦିନ କନ୍ୟାମାନଙ୍କୁ ହଳଦିଆ ରଙ୍ଗର କପଡ଼ା ଦାନ କରନ୍ତୁ। ଏମିତି କରିବା ଦ୍ୱାରା କ୍ୟାରିୟରରେ ଆସୁଥିବା ସମସ୍ୟାର ସମାଧାନ ହୋଇଥାଏ।

Leave A Reply

Your email address will not be published.