ପିମ୍ପୁଡିଙ୍କ ଦେହ ଖରାପ କାହିଁକି ହୁଏ, କେମିତି ଭଲହୁଅନ୍ତି ସେମାନେ ?

ଆପଣ ପ୍ରାୟଦିନ ଗୋଟିଏ ଜୀବକୁ ଦେଖୁଥିବେ । ସେ ଘର ହେଉ କିମ୍ବା ଅନ୍ୟକୋଉଠି ବି । ଆମେ କହୁଛୁ ପିମ୍ପୁଡି କଥା । ସବୁବେଳେ ଆମେ ଦେଖୁ ହେଲେ କେବେ ସେମାନଙ୍କ ବିଷୟରେ ଭାବିବାକୁ ସମୟ ନଥାଏ । ଯେମିତିକି ସେମାନଙ୍କର ଦେହ ଖରାପ ହୁଏ କି । ସେମାନଙ୍କର ଦେହ ଖରାପ ହେଲେ କେମିତି ଭଲ ହେଉଥିବେ । ଏମିତି କେତେ କଣ ।

ପିମ୍ପୁଡିଙ୍କୁ ଭଲଭାବରେ ଜଣାଥାଏ କି ଦେହ ଖରାପ ହେଲେ ସେମାନଙ୍କୁ କୋଉଠି ଯିବାକୁ ହେବ । ଆପଣ ଭାବୁଥିବେ ଏକଥା ର କଣ ମୂଲ୍ୟ । କିନ୍ତୁ ଛୋଟିଆ କଥାଟେ ହେଲେ ବି ସେମାନଙ୍କ ଜୀବନର ମୂଲ୍ୟ ବି ତ ଅଛି । ଏମିତି ବି କିଛି ଲୋକ ଆପଣଙ୍କ ଭିତରେ ଥିବେ ଯେଉଁମାନେ କେବେ କେବେ ପିମ୍ପଡିକୁ କୌଣସି ଗରମ ଜିନିଷରୁ ହେଉ ଅବା କୌଣସି ବିପଦରୁ ପିମ୍ପୁଡିକୁ ବାହାର କରିଦେଇ ଖୁସି ହୁଅନ୍ତି । ଆପଣ ହିଁ କୁହନ୍ତୁ ଏମିତି କେବେ କରିଛନ୍ତି ।

ତେବେ ପିମ୍ପୁଡିଙ୍କୁ ନେଇ ଗବେଷଣା ହୋଇଥିଲା । ଅନୁସନ୍ଧାନରୁ ସେମାନଙ୍କ ସହ ଜଡିତ ଅନେକ କିଛି କଥା ସାମନାକୁ ଆସିଲା । ବିଶେଷକରି ସେମାନେ କେବେ ଅସୁସ୍ଥ ହୁଅନ୍ତ ଏବଂ କେମିତି ସେମାନେ ନିଜକୁ ରୋଗରୁ ରକ୍ଷା କରନ୍ତି । ଏକ ରିପୋର୍ଟ ଅନୁଯାୟୀ ଏକ ପ୍ରକାରର ଫଙ୍ଗସ କାରଣରୁ ପିମ୍ପୁଡି ଅସୁସ୍ଥ ହୋଇଥାଏ । ଯେବେ ବି ପିମ୍ପୁଡି ବ୍ୟାବେରିଆ ବେସିଆନା ନାମକ କବକକୁ ସ୍ପର୍ଶ କରେ, ସଂକ୍ରମିଂତ ହୁଏ । ସଂକ୍ରମିତ ହେବା ପରେ କବକ ସେମାନଙ୍କ ଶରୀରରେ ପହଞ୍ଚି ବଢିବାକୁ ଲାଗେ । ଫଳରେ ସେମାନେ ଅସୁସ୍ଥ ହୋଇପଡନ୍ତି ଏବଂ ଅଳସୁଆ ହେବା ଆରମ୍ଭ କରନ୍ତି ।

ଫଙ୍ଗସରୁ ରକ୍ଷା ପାଇବା ପାଇଁ ପିମ୍ପୁଡି ବିଶେଷ ପ୍ରକାରର ରାସାୟନିକ ପଦାର୍ଥ ଖୋଜେ । ଯାହାର ନାମ ହାଇଡ୍ରୋଜେନ ପେରକ୍ସାଇଡ । ଏହି ରାସାୟନିକ ଦୁଇଟି ଜିନିଷରେ ମିଳିଥାଏ । ପ୍ରଥମ ଫୁଲରସ ଏବଂ ଦ୍ୱିତୀୟ ମହୁ ଡିଉ । ଅସୁସ୍ଥତା ପରେ ପିମ୍ପୁଡି ଏହି ଦୁଇଟି ଜିନିଷ ଖୋଜିବା ଆରମ୍ଭ କରେ ।

ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ସଂକ୍ରମଣକୁ ଦ୍‌ୂର କରିବା ପାଇଁ ଫୁଲ ରସ ପିଇବାକୁ ପସନ୍ଦ କରନ୍ତି ପିମ୍ପୁଡି । କାରଣ ଏଥିରେ ଅଧିକ ପରିମାଣରେ ହାଇଡ୍ରୋଜେନ ପେରକ୍ସାଇଡ ଥାଏ । ସେମାନେ ଏହି ରାସାୟନିକକୁ ପାନ କରନ୍ତି । ବୈଜ୍ଞାନିକମାନେ ମଧ୍ୟ ସେମାନଙ୍କ ଅନୁସନ୍ଧାନରେ ଏହି ଜିନିଷ ପ୍ରମାଣ କରିଛନ୍ତି ।

ଏକଥା ମଧ୍ୟ ପ୍ରମାଣିତ ହୋଇଛି କି ସେମାନେ ଅସୁସ୍ଥ ଥିବା ବେଳେ କିପରି ସେମାନଙ୍କ ଖାଦ୍ୟ ପାଇଥାନ୍ତି । ଏଭଳି ଉପାୟରେ ସଂକ୍ରମଣକୁ ଦୂର କରିବାରେ ସେମାନେ ସଫଳ ମଧ୍ୟ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.