ଚକଲେଟର ଏକ୍ସପାଏରୀ କେବେ ହୁଏ ? ଚକଲେଟ କେତେ ଦିନ ରଖି ଖାଉଛନ୍ତି ?

ଚକଲେଟ । କିଏ ନଖାଏ, ଆଉ କିଏ ପସନ୍ଦ ନକରେ । ଆଜି କାଲିର ଯୁବପିଢୀଙ୍କ ମଧ୍ୟରେ ଚକଲେଟ ହେଉଛି ସବୁଠୁ ପ୍ରିୟ । ଅନେକ ରହିଥାନ୍ତି ଯେଉଁମାନେ ଚକଲେଟ ସବୁବେଳେ ଖାଇବାକୁ ଭଲପାଆନ୍ତି । ଆଉ ପ୍ରତ୍ୟେକ ଦିନ ନିଜ ଖାଦ୍ୟ ତାଲିକାରେ ସାମିଲ କରନ୍ତି । ବେଳେ ବେଳେ ଚକଲେଟ୍ସକୁ ଅନେକ ରଖି ରଖି ଖାଇବାକୁ ପସନ୍ଦ କରନ୍ତି । ଆପଣ ଦେଖିଥିବେ ଫ୍ରିଜ ହେଉ କିମ୍ବା ନିଜ ପର୍ସ କିମ୍ବା ପକେଟ । ମନ ହେଲେ ଟିକେ ଟିକେ ଖାଇ ପୁଣି ରଖିଦିଅନ୍ତି । ହେଲେ ଚକଲେଟ କାହିଁକି ବେଶୀ ଦିନ ରଖିହୁଏ । ସବୁ ଖାଦ୍ୟ ପରି ଏହାର ମଧ୍ୟ ଏକ୍ସପାୟରୀ ଅଛି କି । ଜାଣିବା କେତେ ଦିନ ଯାଏଁ ଚକଲେଟକୁ ରଖି ଖାଇହେବ ।

କଣ ଚକଲେଟ ଖରାପ ହୁଏ । ଆପଣଙ୍କ ଭିତରେ ଏପରି ପ୍ରଶ୍ନ ଅନେକଙ୍କ ମନରେ ଥାଇପାରେ । ଯଦି ହଁ କୁହାଯାଏ ତେବେ ଏହାର ଉତ୍ତର କଣ । ଚକଲେଟ ଖରାପ ହୋଇଥାଏ ଯେତେବେଳେ ଚକୋଲେଟର ସ୍ୱାଦ ଖରାପ ହେବାକୁ ଲାଗେ । ସେହି ସମୟରେ ଏହାକୁ ଦୂର କରିବା ହଁ ଉଚିତ । ଚକଲେଟ ଖରାପ ହେବା ଦ୍ୱାରା ଏଥିରେ ଏକ ଗନ୍ଧ ହୋଇଥାଏ । ଯେମିତିକି କ୍ଷୀରରେ ଖଟ୍ଟା ସ୍ୱାଦ ଆସିବା ପରି ହୋଇଥାଏ । କାରଣ ଏଥିରେ ବ୍ୟବହାର ହୋଇଥିବା ଲହୁଣୀ କୋକୋ ଠାରୁ ଅଲଗା ହେବାରେ ଲାଗିଥାଏ । ଏହାର ଅର୍ଥ ହେଉଛି ଏଥିରେ ବ୍ୟାକ୍ଟରେଆର ଏଣ୍ଟ୍ରି ହୋଇ ସାରିଛି । ଏବେ ଜାଣିବା କେତେ ସମୟ ଯାଏଁ ଚକଲେଟକୁ ଷ୍ଟୋର କରାଯାଇପାରିବ ।

ଚକଲେଟକୁ କେତେ ସମୟ ଯାଏଁ ଷ୍ଟୋର କରାଯାଇପାରିବ ତାର ଅଲଗା ଅଲଗା କ୍ୱାଲିଟି ଉପରେ ଏହା ନିର୍ଭର କରିଥାଏ । ଯେମିତିକି ରୁମ ଟେମ୍ପରେଚରରେ ଡାର୍କ ଚକଲେଟକୁ ୨ବର୍ଷ ଯାଏଁ ଷ୍ଟୋର କରି ରଖିହେବ । ଆଉ ହ୍ଵାଇଟ ଚକଲେଟକୁ ୬ମାସ ଯାଏଁ ଷ୍ଟୋର କରିପାରିବେ ।

ମିଲ୍କ ଚକଲେଟ କଥା ଯଦି କହିବା ତେବେ ଏହାକୁ ଏକ ବର୍ଷ ଠାରୁ ଅଧିକ ଷ୍ଟୋର କରିରଖିବା ଉଚିତ ନୁହେଁ । କିଛି କଥାକୁ ଧ୍ୟାନ ରଖି ଏହା ପତ୍ତା ଲଗାଯାଏ କି ଚକଲେଟ ଖରାପ ହୋଇସାରିଛି ଅଥବା ନାହିଁ । ଯେମିତି ଏହା ସ୍ୱାଦରେ ପରିବର୍ତ୍ତନ ହେବା, ଏହାର ରଙ୍ଗରେ ପରିବର୍ତ୍ତନ ଆସିବା, ଏଥିରେ ଅଲଗା ପ୍ରକାର ଗନ୍ଧ ଆସିବା ଏବଂ ଏହାର ଷ୍ଟେକ୍ଚରରେ ପରିବର୍ତ୍ତନ ଆସିବା ।

ଚକଲେଟ ଏକ ନିର୍ଦ୍ଧିଷ୍ଟ ସମୟରେ ଖରାପ ହୋଇଥାଏ । କିନ୍ତୁ କିଛି ଏଭଳି ଫ୍ୟାକ୍ଟର ରହିଛି ଯାହା ଏହାକୁ ବହୁ ଶୀଘ୍ର ଖରାପ ହେବା ପାଇଁ ଦାୟୀ କରାଇଥାଏ । ଯେମିତିକି ଏହାକୁ କୌଣସି ଏଭଳି ସ୍ଥାନରେ ରଖୁଛନ୍ତି ଯେଉଁଠାରେ ଏହା ପର୍ଯ୍ୟନ୍ତ ଗରମ ପହଞ୍ଚୁଛି ଆଉ ଏହା ମେଲ୍ଟ ହେଉଛି ତେବେ ଯାଇ ଏହା ଖରାପ ହେବାର ପ୍ରକ୍ରିୟା ଆରମ୍ଭ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.