ଭାଇରସ ଓ ପ୍ରଦୂଷଣ ଦୁଇଟିରୁ ରକ୍ଷା କରିବ ନାସୋ 95 ! ମାସ୍କ ଠାରୁ ପିନ୍ଧିବା ସହଜ

ଆପଣ ଜାଣନ୍ତି କୋଭିଡ ସମୟରେ ମାସ୍କ କିଭଳି ଭୂମିକା ନିଭାଇଛି । ଏମିତିିକି ଏବେ ବି ଆମେ ବିନା ମାସ୍କରେ ବାହାରକୁ ଯିବା ଠିକ ନୁହେଁ । ମାସ୍କ ଏବେ ଆମ ଶରୀରର ଅଙ୍ଗ ଭଳି । ସରକାରୀ ସ୍ତରରେ ଏନ ୯୫ ମାସ୍କକୁ ପରିଧାନ କରିବାକୁ କୁହାଯାଇଛି । କିନ୍ତୁ ବଜାରରେ ବିଭିନ୍ନ ପ୍ରକାରର ମାସ୍କ ବିକ୍ରି ହେବା ସହ ଲୋକେ ସେଗୁଡିକୁ ପିନ୍ଧୁଛନ୍ତି । ଏମିତି ବି କୁହାଯାଉଛି ଯେ ମାସ୍କ ସବୁବେଳେ ବ୍ୟବହାର କଲେ ସମସ୍ୟା ଉପୁଜୁଛି ତେଣୁ ଏହାର ବିକଳ୍ପ କଣ । ବିନା ମାସ୍କରେ ତ ଆପଣ ବାହାରକୁ ବାହାରି ପାରିବେନି । ତେଣୁ କଣ ଅନ୍ୟ ଉପାୟ ରହିଛି କି ଜାଣିବା ।

ପୃଥିବୀର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ବାୟୁବାହୀ ରୋଗ ଏବଂ ପ୍ରଦୂଷଣକୁ ରୋକିବାରେ ସବୁ ସମୟରେ ଗବେଷଣାରେ ଲାଗିଛନ୍ତି । ଏହାରି ଭିତରେ ଆଇଆଇଟି ଦିଲ୍ଲୀର ଷ୍ଟାଟଅପ ଦୁନିଆର ସବୁଠୁ ଛୋଟ ପୋଷାକ ଯୋଗ୍ୟ ଏୟାର ପ୍ୟୁରିଫାୟର ତିଆରି କରାଯାଇଛି । ଏହା ଏପରି ଏକ ବିଶୁଦ୍ଧକାରୀ ଯେ ଏହାକୁ ନାକରେ ପରିଧାନ କରିବା ଭଳି ପିନ୍ଧାଯାଇପାରିବ । ଏହାକୁ ପ୍ରସ୍ତୁତ କରୁଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହା ଏନ ୯୫ ମାସ୍କ ପରି ପ୍ରଭାବଶାଳୀ । ଏହାକୁ ଦୁନିଆର ସବୁଠୁ ଛୋଟ ପରିଧାନ ଯୋଗ୍ୟ ବାୟୁ ବିଶୋଧନକାରୀ ଭାବରେ ବର୍ଣ୍ଣନା କରାଯାଇଛି ।

ଏକ ରିପୋର୍ଟ ଅନୁଯାୟୀ ଏହି ସ୍ୱତନ୍ତ୍ର ପ୍ରକାରର ପରିଧାନ ଯୋଗ୍ୟ ବାୟୁ ବିଶୋଧନକାରୀର ନାମ ନାସୋ ୯୫ ରଖାଯାଇଛି । ଏଥିରେ ଏନ ୯୫ ଗ୍ରେଡ ନାସାଲ ଫିଲ୍ଟର ବ୍ୟବହୃତ ହୋଇଛି । ଏହା ସିଧାସଳଖ ନାକରେ ପ୍ରୟୋଗ କରାଯାଏ । ଏବଂ ଏହା ମାଧ୍ୟମରେ ବି ଶରୀରକୁ ଧୂଳି ମାଟି ଅନ୍ୟାନ୍ୟ ଜୀବାଣୁ ପହଞ୍ଚିବାରୁ ରୋକାଯାଇପାରିବ । ଏହି ଉପାୟରେ ଏହି ପରିଧାନ ସଂକ୍ରମଣରୁ ବି ରକ୍ଷା କରିବାରେ ସାହାଯ୍ୟ କରିବ ।

ଏହାକୁ ୪ଟି ଭିନ୍ନ ଆକାରରେ ତିଆରି କରାଯାଇଛି । ଯାହାଦ୍ୱାରା ବିଭିନ୍ନ ଆକୃତିର ନାକ ଥିବା ବ୍ୟକ୍ତିବିଶେଷ ବି ପିନ୍ଧିପାରିବେ । ପିଲାଠୁ ବୁଢା ସମସ୍ତେ ଏହାକୁ ପିନ୍ଧିପାରିବେ । ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନାସୋ ୯୫ର ପରୀକ୍ଷଣ ସଫଳ ହୋଇଛି ।

ବୈଜ୍ଞାନିକମାନେ ଦାବି କରିଛନ୍ତି କି ମାସ୍କ ଢିଲା ରହିଲେ ରୋଗ ହେବାର ସମ୍ଭାବନା ବଢିଯାଇଥାଏ । କିନ୍ତୁ ନାସୋ ୯୫ ସୁରକ୍ଷା ଦେଇଥାଏ । ଏହା ବେଶ ଆରାମଦାୟକ ଏବଂ ଏହାକୁ ବ୍ୟବହାର କରିବା ମଧ୍ୟ ସହଜ । ଏହାକୁ ସମସ୍ତ ବୟସ ବର୍ଗର ଲୋକମାନେ ପିନ୍ଧିପାରିବେ । ଯଦିଓ ଏହା ସାଧାରଣ ଜନତାଙ୍କ ପାଇଁ କେତେଦିନ ଉପଲବ୍ଧ ହେବ ତାହା ସରକାରୀ ସ୍ତରରେ ସୂଚନା ଦିଆଯାଇ ନାହିଁ କିନ୍ତୁ ଏହାର ସଫଳତା ମିଳିସାରିଛି ।

ପୂର୍ବତନ ଏମସ ନିର୍ଦେଶକ ଡକ୍ଟର ଏମସି ମିଶ୍ର କହିଛନ୍ତି ଯେ ଜୀବାଣୁ ଅପେକ୍ଷା ପ୍ରଦୂଷଣ ଏକ ଗୁରୁତର ସମସ୍ୟା । ପ୍ରଦୂଷଣ ବୃଦ୍ଧି ହେତୁ ଫୁସଫୁସ କର୍କଟ ରୋଗ ବୃଦ୍ଧି ପାଉଛି । ନାସୋ ୯୫ସାହାଯ୍ୟରେ ଏହାକୁ ରୋକାଯାଇପାରିବ । ଏମିତିକି କରୋନା ସମୟରେ ଏହା ପ୍ରଦୂ,ଣ ସହ ବାଇରସ ଠାରୁ ମଧ୍ୟ ରକ୍ଷା କରିବ । ବିମାନବନ୍ଦର ଭଳି ସ୍ଥାନରେ ଆମକୁ ମାସ୍କ ଓହ୍ଲାଇବାକୁ ପଡିଥାଏ କିନ୍ତୁ ଏହାକୁ ଅର୍ଥାତ ନାସୋ ୯୫କୁ ଅପସାରଣ କରିବାକୁ ପଡିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.