ସପିଙ୍ଗ ପରେ ବାରମ୍ବାର ସମାନ ବିଜ୍ଞାପନ କାହିଁକି ଆସେ, ଜାଣନ୍ତି ?

ଆଜିକାଲି ସପିଂ ଯେମିତି ଗୋଟିଏ ରୋଗ । ମାସକୁ ଥରେ କଣ ଏବେ ସପ୍ତାହରେ ଥରେ ସପିଂ ନକଲେ ମନ ବୁଝୁନି । ବିଶେଷକରି ୟାଙ୍ଗମାସଙ୍କ କ୍ଷେତ୍ରରେ । ଆଉ ଏବେ ତ ସବୁ କ୍ୟାସଲେସ । ଅନଲାଇନ ସପିଂ ସମସ୍ତଙ୍କୁ କରୁଛି ବାଇଆ । ଯାହା ଦରକାର ଖାଲି ସର୍ଚ୍ଚ ବଟନ କ୍ଲିକ କରନ୍ତୁ । ସବୁପ୍ରକାରର କ୍ରାଇଟେରିଆ ସହ ଆସିଯିବ ଆପଣଙ୍କ ସାମନାକୁ ଜିନିଷ । ଗୋଟିଏ କି ଦୁଇଟି ନୁହେଁ ସପିଂ ପାଇଁ ଅନେକ ସାଇଟ ବି ଆପଣ ଦେଖିଥାନ୍ତି । ଯେବେ ଆପଣ ଅନଲାଇନ ସପିଂ କରନ୍ତି ଓ କୌଣସି ଜିନିଷ କିଣିବା ପାଇଁ ଇଚ୍ଛା କରନ୍ତି । ସେତେବେଳେ ସେହି ଜିନିଷର ବିଜ୍ଞାପନ ଆପଣଙ୍କ ପାଖକୁ ବାରମ୍ବାର ଆସିଥାଏ । ଯେମିତିକି ଆପଣ ମାନିନିଅନ୍ତୁ ଆପଣଙ୍କୁ ଗୋଟିଏ ଡ୍ରେସ ପସନ୍ଦ ଆସଛି । ଏବଂ ତାକୁ ଆପଣ କିଣିବାକୁ ଚାହୁଁ ଛନ୍ତି । ତେଣୁ ଆପଣ କୌଣସି ଅନଲାଇଲ ଇ କମର୍ସ ୱେବସାଇଟରେ ସେହି ଡ୍ରେସ ସର୍ଚ୍ଚ କରୁଛନ୍ତି ତେବେ ଆପଣଙ୍କୁ ସେହି ଡ୍ରେସ ବାରମ୍ବାର ସାମନାରେ ଆସିବ । ଏମିତିକି ସୋସିଆଲ ମିଡିଆରେ ମଧ୍ୟ ସେହିଭଳି ଆଇଟମ ଆପଣଙ୍କୁ ବାରମ୍ବାର ସୋ କରିବ । ହୁଏତ ଆପଣ ପୂର୍ବରୁ ଏକଥା ନୋଟିସ କରିଥିବେ । କିନ୍ତୁ କେବେ ଭାବିଛନ୍ତି କି ଏପରି କେମିତି ଆଉ କାହିଁକି ହୋଇଥାଏ । ଯଦି ଆପଣଙ୍କ ସହ ବି ଏମିତି ହୋଇଥାଏ ତେବେ ଆଜି ଆପଣ ଜାଣିବେ କି କେମିତି ୱେବସାଇଟ୍ସଙ୍କୁ ଜମାପଡିଯାଏ ଯେ ସେହି ଜିନିଷ ଆପଣ କିଣିବାକୁ ଯାଉଛନ୍ତି ଅବା ଚାହୁଁଛନ୍ତି । ଏମିତିକି ଯଦି ଆପଣଙ୍କ ପରିବାରରେ କିଛି ଅଲଗା ହେଉଛି ସେମିତିରେ ବି ସେହିଭଳି ବିଜ୍ଞାପନ ଆପଣ ପାଇଥାନ୍ତି ।

ଏହାପଛରେ ଏକ ଟେକନିକାଲ କାରଣ ରହିଛି । ଯାହାଫଳରେ ଆପଣଙ୍କ ପାଖକୁ ସେହି ପ୍ରକାରର ବିଜ୍ଞାପନ ଆସିଥାଏ ଯାହା ଆପଣ ଭାବୁଥାନ୍ତି ଯାହାକୁ ଆପଣ ପସନ୍ଦ କରୁଥାନ୍ତି । ଏହାର କାରଣ ହେଉଛି ଇଣ୍ଟରନେଟ କୁକିଜ । ଆପଣ ଯେତେଶୀଘ୍ର ୱେବସାଇଟ ଦେଖନ୍ତି ଏବଂ ସେଠାରେ କିଛି କାର୍ଯ୍ୟକଳାପ କରନ୍ତି ଏହା ଆପଣଙ୍କ ବ୍ରାଉଜରରେ କୁକିଜ ସେଭ ଅର୍ଥାତ ସଞ୍ଚୟ କରେ । କୁକିଜ ଯାହା ଏକ ଛୋଟ ପ୍ରୋଗ୍ରାମ ଅଟେ । ଯାହାର ସାହାଯ୍ୟରେ ୱେବସାଇଟ ଆପଣଙ୍କୁ ଏକ ନିର୍ଦ୍ଧିଷ୍ଟ ଉପଭୋକ୍ତା ଭାବରେ ମନେରଖେ । ଏହି କାମ ପ୍ରତ୍ୟେକ ୱେବସାଇଟ କରିଥାଏ ଓ ଆପଣଙ୍କ ମନକୁ ପରଖିଥାଏ । ଆପଣ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେତେବେଳେ ଆପଣ ଏକ ୱେବସାଇଟ ପରିଦର୍ଶନ କରନ୍ତି ଆପଣଙ୍କୁ କୁକିଜକୁ ଅନୁମତି ଦେବାକୁ କୁହାଯାଏ ଏବଂ ଆପଣ ହଁ କରିଥାନ୍ତି ।

ଏହା ଫଳରେ କୁକିଜ ଦ୍ୱାରା ଆପଣଙ୍କର ଇତିହାସ ଗଚ୍ଛିତ କରିଥାଏ ଏବଂ ତାପରେ ବିଜ୍ଞାପନ କମ୍ପାନୀ ଗୁଡିକ ସହଜରେ ଟ୍ରାକ କରିଥାଏ । ଆଉ ଯେତେବେଳେ ଆପଣ ଏକ ୱେବସାଇଟକୁ ଯାଆନ୍ତି । ତେବେ ଆପଣ ଯେଉଁଠାରେ କ୍ଲିକ କରନ୍ତି, କେତେ ସମୟ ରୁହନ୍ତି ଏବଂ କେଉଁ ପ୍ରକାରରେ ନିର୍ଦ୍ଧିଷ୍ଟ ଜିନିଷରେ କ୍ଲିକ କରୁଛନ୍ତି ଏହାର ତଥ୍ୟ ପ୍ରସ୍ତୁତ ହୋଇଯାଏ । ସେହି ତଥ୍ୟ ଉପରେ ଆଧାର କରି ବିଷୟବସ୍ତୁ ଆପଣଙ୍କୁ ଦିଆଯାଏ ।

ଆପଣଙ୍କର ସମସ୍ତ ଆକ୍ଟିଭିଟି ମନେ ରଖାଯାଏ । ଯାହାଫଳରେ ବିଜ୍ଞାପନ ସ୍ଥାନରେ ଆପଣଙ୍କ କାର୍ଯ୍ୟକଳାପ ଅନୁଯାୟୀ ବିଜ୍ଞାପନ ଦେଖାଇବା ଆରମ୍ଭ କରେ । ସେହି ସମୟରେ ଯଦି ଅନ୍ୟକୌଣସି କମ୍ଟେଣ୍ଟ ରହିଛି ତେବେ ଆପଣ କେବଳ ପୂର୍ବ ସର୍ଚ ଅନୁସାରେ କଣ୍ଟେଣ୍ଟ ପାଇବା ଆରମ୍ଭ କରନ୍ତି । ଯେମତିକି ଆପଣ ଗୋଟିଏ ପ୍ରକାରର ଭିଡିଓ ଦେଖିଥାନ୍ତି ସୋସିଆଲ ମିଡିଆରେ ସ୍କି୍ରନରେ ମଧ୍ୟ ସମାନ ଭିଡିଓ ଆପଣ ପାଇଥାନ୍ତି ।

ବିଶେଷ କଥା ହେଉଛି ସମସ୍ତ ୱେବସାଇଟ ପରସ୍ପର ସହିତ ଜଡିତ ଓ କୁକିଜ ସହ ମଧ୍ୟ ଅଂଶୀଦାର ଅଟନ୍ତି । ଅର୍ଥାତ ଅନ୍ୟ ସାଇଟ୍ସ ମଧ୍ୟ ଆପଣଙ୍କ ପସନ୍ଦ ନାପସନ୍ଦ ତଥ୍ୟ ଉପରେ ଅବଗତ ହୋଇଥାନ୍ତି । ଅନେକ କମ୍ପାନୀ ବିରୁଦ୍ଧରେ ଅଭିଯୋଗ ଆସିଛି ଯେ ଲୋକଙ୍କ ବାର୍ତ୍ତାଳାପକୁ ରେକର୍ଡ କରିବା ପରେ ମଧ୍ୟ ତଥ୍ୟ ପ୍ରସ୍ତୁତ ହୋଇ କମ୍ପାନୀ ଗୁଡିକୁ ଦିଆଯାଉଛି । ଯଦିଓ ଏହି ଅଭିଯୋଗ ଗୁଡିକ ପରବର୍ତ୍ତୀ ସମୟରେ ଖାରଜ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.