ବ୍ଲେଡ କେମିତି କୋଉଠୁ କାହିଁକି ଆରମ୍ଭ ହେଲା ?

ବ୍ଲେଡ କାହଁକି ବ୍ୟବହାର ହୁଏ । ବିଶେଷକରି ଆପଣମାନେ ବ୍ଲେଡକୁ କିଭଳି ବ୍ୟବହାର କରନ୍ତି । ଯଦିଓ ବ୍ଲେଡର ବ୍ୟବହାର କମିଗଲାଣି କିନ୍ତୁ ଆଜି ବି ବ୍ଲେଡଟେ ଥିଲେ ଆମେ ତାକୁ କାମରେ ଲଗୋଉଛେ । ବ୍ଲେଡ ମଝିରେ ଥିବା ଡିଜାଇନ କୁ ଦେଖି ମନରେ ପ୍ରଶ୍ନ ଉଠେ କି ଏ ଡିଜାଇନ କାହିଁକି । ଆଶ୍ଚର୍ଯ୍ୟ କଲାଭଳି କଥା ଏଇଆ କି କେବଳ ଭାରତରେ ନୁହେଁ ଦୁନିଆର କୌଣସି ବି ଭାଗରେ ଯାଆନ୍ତୁ ସବୁଠି ଆପଣହ୍କୁ ବ୍ଲେଡରେ ସମାନ ଡିଜାଇନ ଦେଖାଯିବ । ଏହି ଡିଜାଇନରେ ତିନିଟି କଣା ହୋଇଥିବା ସହ ଦ୍ୱିତୀୟ ଡିଜାଇନ ବି ଅଛି । ଏହାକୁ ଏକ ଖାସ କାରଣ ପାଇଁ ତିଆରି କରାଗଲା । ଏହାର ଆରମ୍ଭ ୧୯୦୪ରେ ହୋଇଥିଲା । ବ୍ଲେଡର ପ୍ରଥମ ଥର ପ୍ରଡକ୍ସନ ଏହି ବର୍ଷ ହେଲା । ପ୍ରଥମ ପ୍ରଡକ୍ସନ ମଧ୍ୟରେ ୧୬୫ବ୍ଲେଡ ବନାଯାଇଥିଲା ।

ବ୍ଲେଡର ଆରମ୍ଭ ୧୯୦୧ରୋ ହୋଇଥିଲା । ଏହାର ପ୍ରାରମ୍ଭର ଶ୍ରେୟ ଜଣାଶୁଣା କମ୍ପାନୀ ଜିଲେଟର ଫାଉଣ୍ଡର କିଙ୍ଗ ଚ୍ୟାମ୍ପ ଜିଲେଟଙ୍କୁ ଯାଉଛି । କିଙ୍ଗ ଚ୍ୟାମ୍ପ ୱିଲିୟମ ନିକରସନଙ୍କ ସାହାଯ୍ୟରେ ପ୍ରଥମ ଥର ବ୍ଲେଡ ତିଆରି କରିଥିଲେ । ଏହାକୁ ତିଆରି କରିବା ପରେ ଏହାକୁ ବଡ ଉପଲବ୍ଧି କୁହାଗଲା । ଏଇଆ କାରଣ ଥିଲା କି କିଙ୍ଗ ଚ୍ୟାମ୍ପ ସେହି ବର୍ଷ ହି ଏହାର ସମାପ୍ତି କରି ୧୯୦୪ରେ ଏହାର ପ୍ରଡକ୍ସନ ଆରମ୍ଭ କରିଦେଇଥିଲେ । ପ୍ରଡକ୍ସନର ପ୍ରଥମ ଭାଗରେ ୧୬୫ବ୍ଲେଡର ନିର୍ମାଣ କରାଯାଇଥିଲା ।

ଯେଉଁ ,ସମୟରେ ବ୍ଲେଡ ତିଆରି ହୋଇଥିଲା, ସେହି ସମୟରେ କେବଳ ସେଭିଙ୍ଗ ପାଇଁ ଏହାର ବ୍ୟବହାର କରାଯାଉଥିଲା । ଏଥିପାଇଁ ଏଥିରେ ଏକ ଅଲଗା ପ୍ରକାର ଡିଜାଇନ ବନାଯାଇଛି । ଡିଜାଇନ ଏଇଥିପାଇଁ ଏଭଳି କରାଯାଇଛି କି ଏହାକୁ ସେଭିଙ୍ଗ ରେଜରେ କିଭଳି ଫିଟ କରାଯିବ । ଏଥିରେ ୩ଟି କୋଣ ହେଚତୁ ବ୍ଲେଡ ସେଭିଙ୍ଗ ରେଜର ରେ ଏଭଳି ଫିଟ ହେଲା କି କୌଣସି ସମସ୍ୟା ଉପୁଜିଲା ନାହିଁ । ଏମିତିକି ଏଥିରେ କୌଣସି ପ୍ରକାରର ମୁଭମେଣ୍ଟ ମଧ୍ୟ ହୋଇନଥିଲା । ଏହାପରେ କିଙ୍ଗ ଜେଲେଟ ବ୍ଲେଡ ପାଇଁ ଯେଭଳି ରେଜର ତିଆରି କରିଥିଲେ ତାର ମଧ୍ୟ ପ୍ରଡକ୍ସନ ଦାୟିତ୍ୱ ନେଇଗଲେ ।

ଜେଲେଟ ପ୍ରଥମରୁ ହିଁ ବ୍ଲେଡ ଓ ରେଜରର କମ୍ବିନେସନ ନେଇ ନେଇଥିଲେ । ତେଣୁ ପରେ ଯେଉଁ ଦ୍ୱିତୀୟ କମ୍ପାନୀ ଏହାକୁ ପ୍ରସ୍ତୁତ କରିବା ଆରମ୍ଭ କଲେ ତେବେ ସେହି ଡିଜାଇନକୁ ହିଁ କରିବାକୁ ପଡିଲା । ଯାହାକୁ ଜେଲେଟ ପ୍ରଥମ ଥର ପ୍ରସ୍ତୁତ କରିଥିଲେ । ଅନେକ ଦଶକ ପରେ ବି ଆଜି ପର୍ଯ୍ୟନ୍ତ ସେହି ଡିଜାଇନ ଚାଲିଆସୁଛି । ବର୍ତ୍ତମାନ ୧୦ଲକ୍ଷରୁ ଉର୍ଦ୍ଧ୍ୱ ବ୍ଲେଡ ପ୍ରସ୍ତୁତ ହେଉଛି । କିନ୍ତୁ ଡିଜାଇନ ସମାନ । ସମୟ ଅନୁସାରେ ଜେଲେଟ ନିଜ ପ୍ରଡକ୍ଟରେ ଅନେକ କିଛି ପରିବର୍ତ୍ତନ କରିଲେ ଏମିତିକି ବ୍ଲେଡ ଓ ଶେଭିଙ୍ଗ ରେଜର ର ପ୍ରମିୟମ ପ୍ରଡକ୍ଟ ମଧ୍ୟ ଆସିଲା । କିନ୍ତୁ ଏଯାଏଁ ବି ସେହି ଡିଜାଇନର ଗୁରୁତ୍ୱ ରହିଛି । ଆଉ ଏହାର ପରିବର୍ତ୍ତନ ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.