ରାତି ସାରା କ୍ୟାମେରା କଲା ରେକର୍ଡ, ଗବେଷକ କହିଲେ ସ୍ପାଇଡର ବି ଦେଖନ୍ତି ସ୍ୱପ୍ନ …

ମଣିଷ ଶୋଇବା ପରେ ସ୍ୱପ୍ନ ଦେଖେ । କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ମଣିଷ ଭଳି ଅନ୍ୟ କେହି ବି ସ୍ୱପ୍ନ ଦେଖି ପାରନ୍ତି କି ନାହିଁ।? ମାନେ ପଶୁ ପକ୍ଷୀ ପୋକ ଜୋକ ଆଦି ପ୍ରାଣୀମାନେ ବି ସ୍ୱପ୍ନ ଦେଖନ୍ତି କି ? ବୈଜ୍ଞାନିକଙ୍କୁ ଏହି କଥାର ପ୍ରମାଣ ମିଳି ସାରିଛି କି ସ୍ପାଇଡର ହେଉଛି ମଣିଷ ଭଳି । ଯିଏ ସ୍ୱପ୍ନ ବି ଦେଖେ । ଯେତେବଳେ ସେମାନେ ଶୋଇଥାନ୍ତି କିମ୍ବା ଆଖି ବନ୍ଦ କରିଥାନ୍ତି, ତାର ଅର୍ଥ ନୁହେଁ କି ସେମାନେ ଆରାମ କରୁଥାନ୍ତି ବରଂ ସେମାନେ ସ୍ୱପ୍ନ ଦେଖୁଥାନ୍ତି । ଏକ ରିପୋର୍ଟ ଅନୁଯାୟୀ ଡେନିଏଲା ସି ରୋସ୍ଲର, ଜର୍ମାନୀ ୟୁନିଭରସିଟି ଅଫ କୋସ୍ତାନ୍ଜୋର ଜଣେ ପରିବେଶବିତ । ସେ ନିଜ ସହଯୋଗୀଙ୍କ ସହ ରାତିସାରା ଇନଫ୍ରାରେଡ କ୍ୟାମେରା ସହ ବେବି ଜମ୍ପିଙ୍ଗ ସ୍ପାଇଡର ବା ବୁଢ଼ିଆଣୀକୁ ରେକର୍ଡ କରିଥିଲେ । ରେକର୍ଡ କରିବା ପରେ ଯେତେବେଳେ ସେ ଭିଡିଓ ଦେଖିଲେ ଅତ୍ୟନ୍ତ ଆଶ୍ଟର୍ଯ୍ୟ ହୋଇଗଲେ । ସ୍ପାଇଡରଟିର କିଛି ଏଭଳି ଲକ୍ଷଣ ଦେଖିବାକୁ ମିଳିଥିଲା ଯାହା ମଣିଷର ନିଦଚକ୍ର ସହ ସମାନ ଥିଲା । ଏହି ଲକ୍ଷଣ ମଧ୍ୟରେ ଲେଗ କଲିଙ୍ଗ, ଶରୀର ହଠାତ ଟାଣିହେବା ଓ ଆଖିର ଗତି ମଧ୍ୟ ଏଥିରେ ସାମିଲ ରହିଥିଲା ।

ଗବେଷକମାନେ ଗତ ଅଗଷ୍ଟ ୮ ତାରିଖରେ ଅମେରିକାର ରାଷ୍ଟ୍ରୀୟ ବିଜ୍ଞାନ ଏକାଡେମୀର ପତ୍ରିକାରେ ଏ ସମ୍ପର୍କରେ ପ୍ରକାଶ କରିଛନ୍ତି । ସେମାନେ ନିଜ ରିସର୍ଚ୍ଚରେ ଏହି ଦାବି କରିଛନ୍ତି କି ଡେଉଁଥିବା ସ୍ପାଇଡରଟି ନିଦରେ ଯେଭଳି ଆଚରଣ କରୁଥିଲା ତାହା ମଣିଷ ଠାରେ ହିଁ ଦେଖିବାକୁ ମିଳେ। ଆରଇଏମ ବା ରାପିଡ ଆଇ ମୁଭମେଣ୍ଟ ସ୍ଲିପକୁ ଆଖି ହଲିବା ଓ ମସ୍ତିଷ୍କର ଗତିବିଧିରେ ବୃଦ୍ଧି ଆଦି ବିଶେଷ ରୂପରେ ଦେଖାଯାଏ ।

ଏହା ଦ୍ୱାରା ଶରୀରର ମାଂସପେଶୀ ଶକ୍ତିହୀନ ହେବାକୁ ଲାଗେ । ଶରୀରର ଅଧିକାଂଶ ଗତିବିଧିକୁ ଦବାଇ ଦେଇଥାଏ । କିନ୍ତୁ ଅନ୍ୟ ଅଙ୍ଗକୁ ମୁଭମେଣ୍ଟ କରାଇଥାଏ । ଯେତେବେଳେ ଅଧିକାଂଶ ଲୋକ ସ୍ୱପ୍ନ ଦେଖନ୍ତି ସେହି ସମୟ ଏଭଳି ହୋଇଥାଏ। ଆରଇଏମ ନିଦର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଖିର ଗତି । କିନ୍ତୁ ଅନୁସନ୍ଧାନକାରୀଙ୍କ ପାଇଁ ଏହା ଜାଣିବା ମୁସ୍କିଲ କି ଏହା ପଶୁପକ୍ଷୀମାନଙ୍କ ଠାରେ କେତେ ବ୍ୟାପକ ଅଟେ । କାରଣ ପୋକଜୋକଙ୍କଠାରେ ହେଉ ଅବା ସ୍ଥଳ ଜୀବ, ସେମାନଙ୍କ ଠାରେ ଆଖିର ଗତି କମ୍‌ ହୋଇଥାଏ ।

ଜମ୍ପିଙ୍ଗ ସ୍ପାଇଡରର ମୁଣ୍ଡ ଉପରେ ରହିଥିବା ଆଠଟି ଆଖି ସେମିତି ଶାନ୍ତ ରହିଛି । କିନ୍ତୁ ଏକ ଟ୍ୟୁବ ରହିଛି ଯାହା ରେଟିନାକୁ ସେମାନଙ୍କ ଆଖି ଡୋଳାର ପଛରେ ଘୂରେଇବାକୁ ଅନୁମତି ଦେଇଥାଏ । ଯାହାକୁ ଲକ୍ଷ୍ୟ କରି ବୈଜ୍ଞାନିକମାନେ ନିଷ୍କର୍ସରେ ପହଞ୍ଚି ପାରୁଛନ୍ତି । ସେମାନେ ଅନୁମାନ କରୁଛନ୍ତି କି ଆରଇଏମ ନିଦ ସମୟରେ ହେଉଥିବା ଆଖିର ଗତିବିଧି ହିଁ ସ୍ୱପ୍ନ ଆଣି ଦେଇଥାଏ ।

ତେବେ ଦର୍ଶକ ବନ୍ଧୁ, ସ୍ୱପ୍ନ କେବଳ ମନୁଷ୍ୟ ନୁହେଁ ପୋକଜୋକ ବି ଦେଖନ୍ତି । ଯଦିଓ ଏହାର ପ୍ରମାଣ ଆମ ପାଖରେ ନାହିଁ କିନ୍ତୁ ଗବେଷକଙ୍କ ହିସାବରେ ସେମାନେ କୁଆଡେ ସ୍ୱପ୍ନ ଦେଖନ୍ତି । ତାହେଲେ ତାଙ୍କ ଦୁନିଆ କଣ ଆମଭଳି କି ? ଏ ସମ୍ପର୍କରେ ଅଧିକ ଗବେଷଣା ହେଲେ ହୁଏତ ଅନେକ କଥା ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.