ଗାଡି ତ କିଣୁଛନ୍ତି କିନ୍ତୁ ଟ୍ରେନର ମୂଲ୍ୟ କେବେ ଜାଣିଛନ୍ତି କି ?

ଭାରତରେ ଅଧିକାଂଶ ଲୋକେ ଟ୍ରାଭେଲ କରିବା ପାଇଁ ଟ୍ରେନ ଉପରେ ନିର୍ଭର କରିଥାନ୍ତି । ସମସ୍ତଙ୍କର ପ୍ରଥମ ପସନ୍ଦ ଏବେ ଟ୍ରେନ । ଆଉ ଭାରତୀୟ ରେଲୱେ ନେଟୱର୍କ ଦେଶର ପ୍ରତି କୋଣ ଅନୁକୋଣ ସହ ଯୋଡା । ଯେଉଁଠାରେ ପକ୍କା ସଡକ ବି ଯାଇନି ସେଠାରେ ଯାଇଛି ଇଣ୍ଡିଆନ ରେଲୱେ ଟ୍ରାକ୍‌ । ଟ୍ରେନରେ ଯାତାୟାତ କରିବାକୁ କୌଣସି ସମସ୍ୟା ନାହିଁ । ଯେତେ ଦୂର ଗଲେ ବି ଆପଣ ଆପଣଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଉଛନ୍ତି । କିନ୍ତୁ ଆପଣ ସବୁବେଳେ ଟ୍ରେନରେ ଯିବା ଆସିବା କରୁଥିଲେ ବି କେବେ ଜାଣିବାକୁ ଚାହିଁଛନ୍ତି କି, କି ଯେଉଁ ଟ୍ରେନରେ ଆପଣ ଯିବା ଆସିବା କରୁଛନ୍ତି ତାର ମୂଲ୍ୟ କେତେ । ଜାଣିବା ଏହି ଭିଡିଓରେ ।

ଯେତେବେଳେ ଆପଣ କୌଣସି ଗାଡି କିଣିବାକୁ ଯାଉଛନ୍ତି ତା ବିଷୟରେ ଭଳଭାବରେ ବୁଝି ନେଉଛନ୍ତି । ଗାଡିର ଫିଚର୍ସ, ଦାମ, କଲର ଆଦି ଏମିତି କେତେ କଣ । କିନ୍ତୁ ଯେତେବେଳେ ଆପଣ ଏତେ ବଡ ଗାଡି ଅର୍ଥାତ ଟ୍ରେନରେ ଯିବା ଆସିବା କରୁଛନ୍ତି ତାର ମୂଲ୍ୟ ଆପଣଙ୍କୁ ହୁଏତ ଜଣାନଥିବ । କିନ୍ତୁ ଆଜି ଆମେ ଆପଣଙ୍କୁ କହିରଖୁଛୁ ଆପଣ ସଫର କରୁଥିବା ଟ୍ରେନର ମୂଲ୍ୟ କିଭଳି ସ୍ଥିର ହୁଏ । ତେବେ କହିରଖୁଛୁ ଟ୍ରେନର ପ୍ରତି କୋଚ ଓ ଏହାର ସୁବିଧା ଅନୁସାରେ ଏହାର ମୂଲ୍ୟ ସ୍ଥିର କରାଯାଏ । ଏମିତିରେ ଜେନେରାଲ ବଗି, ସ୍ଲିପର ଓ ଏସି କୋଚର ଦାମ ଅଲଗା ଅଲଗା ହୋଇଥାଏ ।

ବର୍ତ୍ତମାନ ଟ୍ରେନର ମୂଲ୍ୟକୁ ଆସିବା । ତେବେ ଜେନେରାଲ ପ୍ୟାସେଞ୍ଜର ଟ୍ରେନର ମୂଲ୍ୟ ପାଖାପାଖି ୫୦ରୁ ୬୦ କୋଟି ହେବ । ଏହା ବାକି ଟ୍ରେନରୁ କମ । କାରଣ ପ୍ୟାସେଞ୍ଜର ଟ୍ରେନରେ ସୁବିଧା ମଧ୍ୟ କମ ହୋଇଥାଏ । ଏହା ଛଡା ଏକ୍ସପ୍ରେସ ଟ୍ରେନ, ଯେଉଁଥିରେ ପାଖାପାଖି ୨୪ କୋଚେସ ହୋଇଥାଏ ଏହାର ମୂଲ୍ୟ ଅଲଗା ହୋଇଥାଏ । ଏକ୍ସପ୍ରେସ ଟ୍ରେନର ପ୍ରତି କୋଚକୁ ତିଆରି କରିବାକୁ ପାଖାପାଖି ୨କୋଟିର ଲାଗତ ଆସିଥାଏ । ଏମିତିରେ ପ୍ରତି କୋଚ ହିସାବରେ ଏହାର ମୂଲ୍ୟ ହୋଇଥାଏ ପାଖାପାଖି ୪୮କୋଟି ଟଙ୍କା । କିନ୍ତୁ ସେଇଠି ଯଦି ଆମେ ଇଞ୍ଜିନକୁ ଯୋଡି ଦେଉଛେ ତେବେ ଏହାର ମୂଲ୍ୟ ଆହୁରି ବି ବଢିଯିବ ।

ସମସ୍ତ ଟ୍ରେନର ମୂଲ୍ୟ ତାର କୋଚରେ ମିଳୁଥିବା ସୁବିଧା ଉପରେ ନିର୍ଭର କରିଥାଏ । ଯଦି ଟ୍ରେନ ଜେନେରାଲ ହୋଇଥାଏ । ତେବେ ଏହାର ମୂଲ୍ୟ ବି କମ ହେବ । କାରଣ ସେଥିରେ ସୁବିଧା ବି କମ ହୋଇଥାଏ । କିନ୍ତୁ ହଁ ଯଦି ସ୍ଲିପର କଥା କହିବା ତେବେ ଏହାର କୋଚକୁ ବନାଇବାରେ ଅଧିକ ମୂଲ୍ୟ ପଡିବ । ଏବେ ଆସିବା ଏସି କୋଚକୁ । ଏୟାର କଣ୍ଡିସନରକୁ ନେଇ ଏହି ଲଗାଇବା ଯାଏଁ ଓ ଟ୍ରେନରେ ସମସ୍ତ ସୁବିଧା ପର୍ଯ୍ୟନ୍ତ ଯଦି ଦେଖାଯାଏ ତେବେ ଏହାର ମୂଲ୍ୟ ବି ଅନେକ ଗୁଣା ବଢିଯାଏ ।

କିନ୍ତୁ ଏବେ ଆପଣ ଜାଣିବେ କି ଟ୍ରେନର ସବୁଠୁ ମହଙ୍ଗା ପାର୍ଟ୍ସକୁ ନେଇ । ଟ୍ରେନର ଇଞ୍ଜିନ ସବୁଠୁ ମହଙ୍ଗା ଆସିଥାଏ । ଗୋଟେ ଇଞ୍ଜିନର ମୂଲ୍ୟ ପାଖାପାଖି କୋଡିଏ କୋଟି ହୋଇଥାଏ । ଯଦିଓ ଗୋଟେ କଥା ପାଇଁ ଏହା ଟିକେ ସସ୍ତା ହୁଏ ତାର କାରଣ ଭାରତୀୟ ରେଲୱେର ଇଞ୍ଜିନ ଇଣ୍ଡିଆରେ ତିଆରି ହୋଇଥାଏ । ଫଳରେ ଏହାର ଦାମ କମ ଅଟେ ।

Leave A Reply

Your email address will not be published.