ରାତିରେ ଆପଣଙ୍କୁ ଆସୁଛି କି ଗହଣାର ସ୍ୱପ୍ନ? ଜାଣନ୍ତୁ ସ୍ୱପ୍ନଶାସ୍ତ୍ରରେ କ’ଣ ରହିଛି ଏହାର ଅର୍ଥ

ସ୍ୱପ୍ନ ପ୍ରତ୍ୟେକ ବ୍ୟକ୍ତି ଦେଖନ୍ତି। ରାତିରେ ସ୍ୱପ୍ନରେ ଦେଖା ଯାଉଥିବା ପ୍ରତ୍ୟେକ ଜିନିଷର ନିଜର ଅଲଗା ମହତ୍ତ୍ୱ ମଧ୍ୟ ରହିଛି। କିଛି ସ୍ୱପ୍ନ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥିବା ବେଳେ ଆଉ କିଛି ସ୍ୱପ୍ନ ଅଶୁଭ ହୋଇଥାଏ। ନିଦରେ ଶୋଇଥିବା ବେଳେ ଆମକୁ ଅନେକ ପ୍ରକାର ଜିନିଷ ସ୍ୱପ୍ନରେ ନଜର ଆସିଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ସ୍ୱପ୍ନରେ ସୁନା, ଚାନ୍ଦିର ଆଭୂଷଣ ନଜର ଆସିଲେ ଏହାର ଅର୍ଥ କ’ଣ ହୋଇଥାଏ, ସେ ବିଷୟରେ କହିବାକୁ ଯାଉଛୁ। ସ୍ୱପ୍ନଶାସ୍ତ୍ର ଅନୁସାରେ, ସ୍ୱପ୍ନରେ ସୁନା, ଚାନ୍ଦି ଦେଖିବା ବହୁତ ଶୁଭ ହୋଇଥାଏ। ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି ରହସ୍ୟ।

ସୁନା, ଚାନ୍ଦିର ଗହଣା ଦେଖିବା: ଯଦି ରାତିରେ ଶୋଇଥିବା ବେଳେ ଆପଣ ସୁନା, ଚାନ୍ଦିର ଗହଣା ଦେଖୁଛନ୍ତି, ତ ଏହାର ଅର୍ଥ ହେଉଛି ଯେ ଆଗାମୀ ସମୟରେ ଆପଣଙ୍କର ବହୁତ ଖର୍ଚ୍ଚ ହେବାର ଅଛି। ଏମିତିରେ ଜରୁରୀ କି, ଆପଣ ବୁଝି ବିଚାରି ପଇସା ଖର୍ଚ୍ଚ କରନ୍ତୁ।

ସ୍ୱପ୍ନରେ କାହାକୁ ଗହଣା ଉପହାର ଦେବା: ଯଦି ଆପଣ ସ୍ୱପ୍ନରେ କାହାକୁ ଗହଣା ଗିଫ୍ଟ କରୁଛନ୍ତି, ତ ଏହା ବହୁତ ଶୁଭ ହୋଇଥାଏ। ଏହାଦ୍ୱାରା ଭବିଷ୍ୟତରେ ଆପଣଙ୍କୁ ଭଲ ଚାକିରି, ପ୍ରମୋଶନ ଆଦି ମିଳି ପାରେ।

ସ୍ୱପ୍ନରେ ନିଜେ ଗହଣା ପିନ୍ଧୁଥିବାର ଦେଖିଲେ: ସ୍ୱପ୍ନଶାସ୍ତ୍ର ମୁତାବକ, ଯଦି ଆପଣ ସ୍ୱପ୍ନରେ ନିଜକୁ ଗହଣା ପିନ୍ଧୁଥିବାର ଦେଖୁଛନ୍ତି, ତ ଏହା ଅଶୁଭ ହୋଇଥାଏ। ଏହାର ଅର୍ଥ ହେଉଛି, ଆପଣଙ୍କଠାରୁ କେହି ଦୂରେଇ ଯାଇ ପାରେ। ଏମିତିରେ ଜରୁରୀ କି, ଆପଣ ନିଜ କର୍ମ ଆଡ଼େ ଅଧିକ ଧ୍ୟାନ ରଖନ୍ତୁ, ଯେପରି କୌଣସି ବି କ୍ଷତିଠାରୁ ଆପଣ ରକ୍ଷା ପାଇ ପାରିବେ।

ସ୍ୱପ୍ନରେ ଗହଣା ଚୋରି ହେବା: ଯଦି ଆପଣ ସ୍ୱପ୍ନରେ ଗହଣା ଚୋରି ହେବାର ଦେଖୁଛନ୍ତି, ତ ଏହାର ଅର୍ଥ ଆପଣଙ୍କ ବିରୁଦ୍ଧରେ କୌଣସି ବିରୋଧୀ ଷଡ଼ଯନ୍ତ୍ର କରୁଛି। ତାଙ୍କ ଦ୍ୱାରା ଏହା ଆପଣଙ୍କୁ କ୍ଷତି ପହଞ୍ଚାଇବାର ସଙ୍କେତ ହୋଇପାରେ।

ସ୍ୱପ୍ନରେ ଗହଣା କିଣିବା: ଯଦି ଆପଣ ସ୍ୱପ୍ନରେ ବଜାରରୁ ନିଜକୁ ଗହଣା କିଣୁଥିବାର ଦେଖୁଛନ୍ତି, ତା’ ହେଲେ ଅନୁମାନ କରାଯାଇ ପାରିବ ଯେ ଆପଣଙ୍କ ହାତର ଭାଗ୍ୟରେଖା ଫିଟୁଛି। ଆଗକୁ ଆପଣଙ୍କୁ କୌଣସି ବଡ଼ ସଫଳତା ହାସଲ ହେବାର ଅଛି।

ବିବାହିତା ମହିଳାଙ୍କୁ ଗହଣାରେ ଦେଖିବା: ଯଦି ଆପଣ ସ୍ୱପ୍ନରେ କୌଣସି ବିବାହିତା ମହିଳାଙ୍କୁ ଆଭୂଷଣରେ ସଜେଇ ହୋଇଥିବାର ଦେଖୁଛନ୍ତି, ତା’ ହେଲେ ଅନୁମାନ କରନ୍ତୁ ଯେ ନିକଟ ଭବିଷ୍ୟତରେ କାହାର ବିବାହ ହେବାର ଅଛି ଏବଂ ବଡ଼ ଖୁସି ଖବର ମିଳିବାର ଅଛି। ଏହା ଆପଣଙ୍କ ପରିବାର ଭିତରୁ ମଧ୍ୟ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.