ଶିମ୍ପାଞ୍ଜି କେମିତି ତାର ପିଲାଙ୍କ ଯତ୍ନ ନିଏ, ବୈଜ୍ଞାନିକଙ୍କ ଗବେଷଣାରୁ ମିଳିଲା ଅନେକ ତଥ୍ୟ

ପଶୁମାନେ କିପରି ନିଜର ଆଉ ସେମାନଙ୍କ ଶିଶୁର ଯତ୍ନ ନିଅନ୍ତି ସେ ସମ୍ପର୍କରେ ଏକ ତଥ୍ୟ ସାମନାକୁ ଆସିଛି । କିନ୍ତୁ ଶିମ୍ପାଞ୍ଜିଙ୍କ ଉପରେ ଏକ ଅନୁସନ୍ଧାନ ଯାହା ନିହାତି ଆଶ୍ଚର୍ଯ୍ୟଜନକ ଅଟେ । ଶିମ୍ପାଞ୍ଜି ସେମାନଙ୍କ ପିଲାମାନଙ୍କ ସହ କିପରି ବ୍ୟବହାର କରନ୍ତି ଜାଣନ୍ତି କି । ଏହାକୁ ନେଇ କରାଯାଇଥିଲା ଏକ ଅନୁସନ୍ଧାନ । କେନ୍ଦ୍ରୀୟ ଆଫ୍ରିକାର ଗାବନ ଦେଶରେ ଲୋଙ୍ଗୋ ନ୍ୟାସନାଲ ପାର୍କରେ ଏହାକୁ ନେଇ ଏକ ଅନୁସନ୍ଧାନ ହୋଇଥିଲା ।

ଅନୁସନ୍ଧାନ ସମୟରେ ଶିମ୍ପାଞ୍ଜି ଉପରେ ନଜର ରଖାଯାଇଥିଲା । ଏବଂ ମହିଳା ସିମ୍ପାଞ୍ଜି କିଭଳି ତାର ଶିଶୁର ଯତ୍ନ ନେଉଛି ତାହା ମଧ୍ୟ ଦେଖିବାକୁ ମିଳିଲା । ଗବେଷକମାନେ ଏହାର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଶିଶୁର ଯତ୍ନ ନେବାବେଳେ ମହିଳା ଶିମ୍ପାଞ୍ଜି ସ୍ପଷ୍ଟ ଭାବରେ ଦେଖାଯାଇଛି ।

ଜର୍ମାନୀର ମ୍ୟାକ୍ସ ଫ୍ଲାନ୍କ ଇନଷ୍ଟିଚ୍ୟୁଟ ଫର ଇଭୋଲ୍ୟୁସନାରୀ ଆନ୍ଥ୍ରୋପୋଲୋଜିର ଗବେଷକ ଆଲେକ୍ସଜାଣ୍ଡାର ମାସ୍କୋରା ତାଙ୍କ ନିକଟରେ ହୋଇଥିବା ଅନୁସନ୍ଧାନରେ ଏହି ଦାବି କରିଛନ୍ତି । ସେ ଶିମ୍ପାଞ୍ଜି ପ୍ରୋଜେକ୍ଟ ଅଧିନରେ ଏହି ଗବେଷଣା କରିଛନ୍ତି ।

ଏକ ରିପୋର୍ଟରେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଯେତେବେଳେ ମହିଳା ଶିମ୍ପାଞ୍ଜିକୁ ଦେଖାଗଲା କି ତା ପିଲା ଗୋଡରେ କ୍ଷତ ଅଛି ସେତେବେଳେ ସେ ପ୍ରଥମେ କୀଟପତଙ୍ଗ ଓ ପୋକକୁ ଧରିଥିଲା । ଅବଶ୍ୟ ସେହି ସମୟରେ ଶିମ୍ପାଞ୍ଜି କେଉଁ ପ୍ରକାରର କୀଟପତଙ୍ଗକୁ ଧରି କ୍ଷତ ପାଇଁ ବ୍ୟବହାର କରିଥିଲା ତାହା ଜଣାପଡିନାହିଁ । ହେଲେ ସେମାନେ ବିଶ୍ୱାସ କରୁଛନ୍ତି କି ଏଭଳି କରି ମାଆ ଶିମ୍ପାଜି ପିଲାର କଷ୍ଟକୁ କମ କରିବାକୁ ଚେଷ୍ଟା କରୁଥିଲା ।

ଗବେଷକ କୁହନ୍ତି ଲୋଏଙ୍ଗୋ ଜାତୀୟ ଉଦ୍ୟାନରେ ଅନେକ ଦିନ ଧରି ଗବେଷଣା କରାଯାଇଥିଲା । ଏହି ସମୟରେ ଭିଡିଓ ମଧ୍ୟ ରେକର୍ଡ କରାଯାଇଥିଲା । ଏହି ଭିଡିଓରେ ଏହା ଜଣାପଡିଛି ଯେ ସୁଜି ନାମକ ଜଣେ ମହିଳା ଶିମ୍ପାଞ୍ଜି ପ୍ରଥମେ ପୁଅର ଗୋଡରେ ଥିବା କ୍ଷତକୁ ଦେଖି କଣ କରିପାରିବ ବୋଲି ଭାବିବାକୁ ଲାଗିଥିଲା । ଏହା ପରେ ସେ କୀଟପତଙ୍ଗ ଓ ପୋକ ଜୋକ ଧରିବା ଆରମ୍ଭ କରିଥିଲା ।

ଏପର୍ଯ୍ୟନ୍ତ ୧୫ମାସ ଭିତରେ ସିମ୍ପାଞ୍ଜି ସହିତ ଜଡିତ ୭୬ଟି ମାମଲା ଦେଖାଯାଇଛି ଏବଂ ବୁଝାଯାଇଛି । କିନ୍ତୁ ସୁଜିଙ୍କ ମାମଲା ହେଉଛି ପ୍ରଥମ କାରଣ ଯେଉଁଥିରେ ଗୋଟେ ମାଆର ପୁଅ ପ୍ରତି ଥିବା ସ୍ନେହ ଆପଣଙ୍କୁ ନଜର ଆସିବ ।

ଯଦିଓ କୀଟପତଙ୍କ କଣ ଥିଲା ଜଣାପଡିନାହିଁ । କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି କି କୀଟପତଙ୍ଗ ଗୁଡିକରେ ଆଣ୍ଟିବାୟୋଟିକ ଓ ଆଣ୍ଟିଭାଇରାଲର ଭଲଗୁଣ ରହିଛି । ତେଣୁ ଏହା ହୋଇପାରେ ଯେ ଏଥିରେ ଥିବା ଗୁଣ ଯୋଗୁଁ ଶିମ୍ପାଜୀ ଏହାକୁ ଏହିପରି ବ୍ୟବହାର କରନ୍ତି । ଏବଂ ଏହା ମଧ୍ୟ ସେମାନଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.