‘ଗୁପଚୁପ’ର ବି ଏତେ ନାଁ ! ଜାଣନ୍ତୁ କେଉଁ ରାଜ୍ୟରେ କ’ଣ କୁହନ୍ତି

କ’ଣ ଆପଣ ଜାଣିଛନ୍ତି କି, ଆମେ ଖାଉଥିବା ଚଟପଟା ଖାଦ୍ୟ ‘ଗୁପଚୁପ’ର ବି ରହିଛି ଅନେକ ନାଁ। ଏହାକୁ ଭାରତର ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ନାଁରେ ଜଣାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, କେଉଁ ରାଜ୍ୟରେ କେଉଁ ନାଁରେ ‘ଗୁପଚୁପ’ ଜଣାଶୁଣା।
୧. ୟୁପିର ଅଲିଗଡ଼ରେ ଗୁପଚୁପକୁ ‘ପଡାକା’ ନାଁରେ ଜଣାଯାଇଥାଏ।
୨. ପଶ୍ଚିମବଙ୍ଗ, ଆସାମ ଏବଂ ଝାଡ଼ଖଣ୍ଡରେ ଏହାକୁ ‘ପୁଚକା’ ନାଁରେ ଜଣାଯାଇଥାଏ।
୩. ଗୁଜରାଟର କିଛି ଅଞ୍ଚଳରେ ଏହାକୁ ‘ପକୋଡି’ କୁହାଯାଇଥାଏ। ଏହାକୁ ବେସନର ଲଚ୍ଛା, ମିଠା ଚଟଣୀ ଏବଂ କଞ୍ଚା ପିଆଜ ସହିତ ଦିଆଯାଇଥାଏ।
୪. ହରିୟାଣା ଏବଂ ରାଜସ୍ଥାନର କିଛି ଅଞ୍ଚଳରେ ଏହାକୁ ‘ବତାଶେ’ ବୋଲି କୁହାଯାଏ।
୫. ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ, ହାଇଦ୍ରାବାଦ ଏବଂ ତେଲେଙ୍ଗାନାରେ ଗୁପଚୁପକୁ ‘ଗୁପଚୁପ’ ନାଁରେ ହିଁ ଜଣାଯାଇଥାଏ।
୬. ପୂର୍ବ ଉତ୍ତର ପ୍ରଦେଶରେ ଏହାକୁ ‘ଫୁଲକୀ’ ନାଁରେ ଜଣାଯାଇଥାଏ।
୭. ମଧ୍ୟ ପ୍ରଦେଶର ହୋଶଙ୍ଗାବାଦରେ ଏହାକୁ ‘ଟିକୀ’ କୁହାଯାଇଥାଏ।