କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଉପରେ ରହିଛି ଭଗବାନ ଶିବଙ୍କ ଋଣ, ଏମିତି ଭାବରେ କରନ୍ତୁ ପରିଶୋଧ

ମନୁଷ୍ୟ ଜନ୍ମ ନେବାପରେ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପ୍ରକାର ଋଣ, ପାପ, ପୁଣ୍ୟ ସେମାନଙ୍କ ପିଛା କରିଥାଏ। ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ତିନି ପ୍ରକାର ଋଣ ସୁଜାଇବା ପରେ ମନୁଷ୍ୟକୁ ଅନେକ ପାପ ଏବଂ ଶଙ୍କଟରୁ ମୁକ୍ତି ମିଳିଥାଏ। କେବେେ କେବେ ଚାରି ପ୍ରକାର ଋଣ ବିଷୟରେ କୁହାଯାଇଛି। ତିନଟି ଋଣ ହେଉଛି ଦେବ ଋଣ- ବିଷ୍ଣୁଙ୍କର , ଋଷି ଋଣ- ଶିବଙ୍କର, ପିତୃ ଋଣ- ପିତରୋଙ୍କର ଏବଂ ଚତୁର୍ଥ ଋଣଟି ହେଉଛି ଭଗବାନ ବ୍ରହ୍ମାଙ୍କର।

sibaଏହି ତିନି ଋଣକୁ ସୁଝାଇବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ। ଯଦି ଆପଣ ଏଇ ଜୀବନ ଏବଂ ପୂର୍ବ ଜୀବନ ସୁଧାରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ଋଣର ମହତ୍ତ୍ୱ ବୁଝିବା ଆବଶ୍ୟକ। ମନୁଷ୍ୟ ପଶୁଙ୍କ ଠାରୁ ଭିନ୍ନ କାରଣ ମନୁଷ୍ୟ ପାଖରେ ନୌତିକତା, ଧର୍ମ ଏବଂ ବିଜ୍ଞାନକୁ ବୁଝିପାରିଥାଏ। ଯେଉଁ ବ୍ୟକ୍ତି ଏହାକୁ ମାନିନଥାନ୍ତି ସେ ପଶୁ ପ୍ରକୃତିର ହୋଇଥାନ୍ତି। ଏହି ତିନଟି ଋଣ ମଧ୍ୟରୁ ଆଜି ଆମେ ଆପରଙ୍କୁ ଋଷି ଋଣ ବିଷୟରେ କହିବୁ।

lordଋଷି ଋଣ:

ଏହି ଋଣ ଭଗବାନ ଶଙ୍କରଙ୍କର ହୋଇଥାଏ। ବେଦ, ଉପନିଷଦ ଏବଂ ଗୀତା ପାଠ କରି ତାଙ୍କ ଜ୍ଞାନକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିବା ଦ୍ୱାରା ଏହି ଋଣ ସୁଝାଯାଇପାରିବ। ଯେଉଁ ବ୍ୟକ୍ତି ଏପରି କରିନଥାନ୍ତି ତାଙ୍କ ଉପରେ ଭଗବାନ ଶିବ ଏବଂ ଋଷିଗଣ ସର୍ବଦା ଅପ୍ରସନ୍ନ ରହିଥାନ୍ତି। ଏହାଦ୍ୱାରା ବ୍ୟକ୍ତିର ଜୀବନ ଘୋର ଶଙ୍କଟ ଆସିଥାଏ।

sivଖାସ୍‌ ଉପାୟ:

ଏହି ଋଣକୁ ସୁଝିବାପାଇଁ ବ୍ୟକ୍ତିଙ୍କୁ ପ୍ରତି ମାସରେ ଗୀତା ପାଠ କରିବା ଉଚିତ। ସତସଙ୍ଗ ଯିବା ଉଚିତ। ଉତ୍ତମ ଆଚରଣକୁ ଆପଣେଇବା ଉଚିତ। ଶରୀର, ମନ ଏବଂ ଘରକୁ ଯେେତେ ସମ୍ଭବ ହୋଇପାରିବ ସଫା ଏବଂ ସ୍ୱଚ୍ଛ ରଖନ୍ତୁ। ମୁଣ୍ଡରେ ବିଭୂତି ବା ଚନ୍ଦନର ତିଳକ ଲଗାନ୍ତୁ। ଅଶ୍ୱତ୍ଥ ,ବଂ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରିବା ଉଚିତ। ଏହାବ୍ୟତୀତ ସର୍ବଦା ମାତା-ପିତାଙ୍କ ସମ୍ମାନ କରିବା ଉଚିତ।

You might also like