ସ୍ପେଶାଲ

ଫ୍ଲାଏ ଓଭର ଏବଂ ବ୍ରିଜ ମଧ୍ୟରେ ପାର୍ଥକ୍ୟ କ’ଣ ଆପଣ ଜାଣନ୍ତି କି?

ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା ପାଇଁ ପ୍ରତ୍ୟେକ ସହରରେ ରାସ୍ତା ରହିଥାଏ । କିନ୍ତୁ ଯେତେବେଳେ ସହର ପାଇଁ ରାସ୍ତା ପର୍ଯ୍ୟାପ୍ତ ହୋଇନଥାଏ ଅର୍ଥାତ ରାସ୍ତା ଅତ୍ୟଧିକ ଗହଳି ହୁଏ ସେତେବେଳେ ଫ୍ଲାଏଓଭର ନିର୍ମାଣ ହୋଇଥାଏ । ଆପଣ ନିଶ୍ଚିତ ଭାବରେ ସହରଗୁଡିକରେ ଅନେକ ଫ୍ଲାଏଓଭର ଦେଖିଥିବେ । ତେବେ ଏହି ସେତୁ ଗୁଡିକ ମଧ୍ୟରୁ କିଛି ସହର ଭିତରେ ରହିଥାଏ ତ କିଛି ସେତୁ ସହର ବାହାରେ ଥାଏ କିଛି ବହୁତ ଛୋଟ ହୋଇଥାଏ ଏବଂ କିଛି ବହୁତ ବଡ ଏବଂ ଲମ୍ବା ସେତୁ ମଧ୍ୟ ଦେଖିବାକୁ ମିଳିଥାଏ । ଏଗୁଡିକ ବିଭିନ୍ନ ନାମ ଦ୍ୱାରା ଜଣାଶୁଣା ।

କିଛି ଲୋକ ଏହି ସେତୁ ଗୁଡିକୁ ଆମେ ଫ୍ଲାଏଓଭର କୁହନ୍ତି ତ କିଛି ଲୋକ ଏହାକୁ ବ୍ରିଜ ବୋଲି କୁହନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫ୍ଲାଏଓଭର ଏବଂ ବ୍ରିଜ ଉଭୟ ଅଲଗା ହୋଇଥାଏ । ତେବେ ଆପଣ ଜାଣନ୍ତି କି ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ କ’ଣ? ଯଦି ଆପଣ ଜାଣି ନାହାଁନ୍ତି ବ୍ରିଜ କାହାକୁ କୁହାଯାଏ ଏବଂ ଫ୍ଲାଏ ଓଭର କାହାକୁ କୁହାଯାଏ ତେବେ ଏହି ଖବରଟି ଆପଣଙ୍କ ପାଇଁ । ତେବେ ଆସନ୍ତୁ ଜାଣିବା ଫ୍ଲାଏଓଭର ଏବଂ ବ୍ରିଜ ମଧ୍ୟରେ କଣ ରହିଛି ପାର୍ଥକ୍ୟ । ବାସ୍ତବରେ ରାସ୍ତା ଉପରେ ନିର୍ମିତ ବ୍ରିଜଗୁଡ଼ିକୁ ଫ୍ଲାଏ ଓଭର କୁହାଯାଏ ।

ଆପଣ ନିଶ୍ଚିତ ଭାବରେ ସହରଗୁଡିକରେ ଏହା ବହୁତ ପରିମାଣରେ ଦେଖିଥିବେ । ଅତ୍ୟଧିକ ଟ୍ରାଫିକ ଜାମ କିମ୍ବା ରାସ୍ତା ଗହଳି କିପରି କମ ହେବ ଏବଂ ଲୋକମାନେ ସୁବିଧାରେ ଯାତାୟାତ କରିପାରିବେ ଏହାକୁ ଦୃଷ୍ଟିରେ ରଖି ସହରଗୁଡିକରେ ଫ୍ଲାଇଓଭର ନିର୍ମାଣ କରାଯାଇଥାଏ । ଏହା ଦ୍ୱାରା ଦୁର୍ଘଟଣାର ଆଶଙ୍କା ମଧ୍ୟ କମ ରହିଥାଏ । ତେଣୁ ପ୍ରତ୍ୟକ ସହରରେ ଏଗୁଡିକ ବହୁ ସଂଖ୍ୟାରେ ଉପସ୍ଥିତ । ଫ୍ଲାଏଓଭର ବିଷୟରେ ତ ଜାଣିଲେ ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବା ଯଦି ଏହାକୁ ଫ୍ଲାଇଓଭର କୁହାଯାଏ ତେବେ ବ୍ରିଜ କାହାକୁ କୁହାଯାଏ ।

ଯେଉଁ ସେତୁଗୁଡିକ ଜଳ ଉପରେ ଅର୍ଥାତ କୌଣସି ନଦୀ କିମ୍ବା ସମୁଦ୍ର ଉପରେ ଯାତାୟାତ ପାଇଁ ନିର୍ମାଣ କରାଯାଇଥାଏ ସେଗୁଡିକୁ ବ୍ରିଜ କୁହାଯାଏ । ଉଦାହରଣ ସ୍ୱରୂପ କୋଲକାତାରେ ନିର୍ମିତ ହାୱାର ବ୍ରିଜ ପରି । ଆପଣମାନେ ଏହି ସବୁ ବ୍ରିଜ ବି ନିଶ୍ଚୟ ଦେଖିଥିବେ ଏବଂ ସେଥିରେ ଯାତାୟାତ ମଧ୍ୟ କରିଥିବେ । କିନ୍ତୁ ବ୍ରିଜଗୁଡିକର ସଂଖ୍ୟା ଫ୍ଲାଇଓଭର ଠାରୁ ବହୁତ ପରିମାଣରେ କମ୍ ହୋଇଥାଏ । ପ୍ରାୟତଃ ବ୍ରିଜଗୁଡ଼ିକ କମ ଦୂରତା ଥିବାବେଳେ ଫ୍ଲାଏଓଭରଗୁଡ଼ିକ ଅଧିକ ଦୂରତା ପର୍ଯ୍ୟନ୍ତ ଲମ୍ବିଥାଏ ।

ତଥାପି ଅନେକ ବ୍ରିଜ ଫ୍ଲାଏଓଭରଠାରୁ ମଧ୍ୟ ଅଧିକ ଦୂର ପର୍ଯ୍ୟନ୍ତ ରହିଥାଏ । କଂକ୍ରିଟ କିମ୍ବା ଷ୍ଟିଲ ଭଳି ବିଭିନ୍ନ ସାମଗ୍ରୀ ବ୍ୟବହାର କରି ଫ୍ଲାଏଓଭର ଏବଂ ବ୍ରିଜ ନିର୍ମାଣ କରାଯାଇପାରିବ । ସେମାନଙ୍କର ଉଦ୍ଦେଶ୍ୟ ଏବଂ ଅବସ୍ଥାନ ଉପରେ ନିର୍ଭର କରି କାର୍, ଟ୍ରକ୍, ବସ୍ ଠାରୁ ଆରମ୍ଭ କରି ଏପରିକି ଟ୍ରେନ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ବଡ଼ ବଡ଼ ଯାନବାହନ ଯାତାୟାତ କରିବା ଭଳି ଏଗୁଡିକ ଡିଜାଇନ୍ କରାଯାଇଥାଏ ।

Srujanika Panda

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

31 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago