ଜାଣିଛନ୍ତି କି ଦୁନିଆର ସବୁଠୁ ବଡ ବିମାନବନ୍ଦରର ନାଁ, ସୁବିଧା ପାଇଁ ସାରା ବିଶ୍ବରେ ହୋଇପାରିଛି ପରିଚିତ

ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ଦୁନିଆର ସବୁଠୁ ବଡ ବିମାନବନ୍ଦର କେଉଁଟା ? ତେବେ ଏହି ପ୍ରଶ୍ନର ଉତ୍ତର ହେଉଛି ସାଉଦି ଆରବର ଧମନ ସହରରେ ଅବସ୍ଥିତ ‘କିଙ୍ଗ ଫହଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ । ଏହି ବିମାନବନ୍ଦର କେବଳ ଦୁନିଆର ସବୁଠୁ ବଡ ବିମାନବନ୍ଦର ନୁହେଁ, ଏହାର ଆକାର ମୁମ୍ବାଇ ସହରଠାରୁ ମଧ୍ୟ ବଡ ରହିଛି ।

କିଙ୍ଗ ଫହଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ସାଉଦି ଆରବର ପୂର୍ବ ଭାଗରେ ଅବସ୍ଥିତ ଏବଂ ଏହାର ମୋଟ କ୍ଷେତ୍ର ପ୍ରାୟ ୭୮୦,୦୦୦ ବର୍ଗ ମିଟର (୭୮୦ ବର୍ଗ କିଲୋମିଟର) । ଏହି ବିମାନବନ୍ଦର ୧୯୯୯ ରେ ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁଯାୟୀ ପ୍ରତିଦିନ ପ୍ରାୟ କୋଟିଏ ଯାତ୍ରୀ ଏଠାକୁ ଯାତ୍ରା କରନ୍ତି । ଯାତ୍ରୀଙ୍କ ଦୃଷ୍ଟିରୁ ଏହି ବିମାନବନ୍ଦର ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ବିମାନବନ୍ଦର । ଏବଂ ଏହି ବିମାନବନ୍ଦର ଅନ୍ତର୍ଜାତୀୟ ଯାତ୍ରା ପାଇଁ ଏକ ମୁଖ୍ୟ କେନ୍ଦ୍ର ପାଲଟିଛି । ଏହି ବିମାନବନ୍ଦରର ଆକାର ଏତେ ବଡ ଯେ ଏହା ସମଗ୍ର ମୁମ୍ବାଇ ସହରଠାରୁ ବଡ ରହିଛି । ମୁମ୍ବାଇର ମୋଟ କ୍ଷେତ୍ର ପ୍ରାୟ ୬୦୩ ବର୍ଗ କିଲୋମିଟର, ଯାହା କିଙ୍ଗ ଫହଦ ବିମାନବନ୍ଦରର ଆକାରଠାରୁ ବହୁତ ଛୋଟ ।

ଏହି ବିମାନବନ୍ଦର କେବଳ ଆକାରରେ ବଡ ଥିବା ସହ ଏଥିରେ ଆଧୁନିକ ସୁବିଧାମାନ ରହିଛି । ଏଠାରୁ ଦୁନିଆର ଅନେକ ବଡ ସହରକୁ ବିମାନ ଉଡ଼ାଣ ଅଛି ଏବଂ ଏହି ବିମାନବନ୍ଦର ସାଉଦି ଆରବର ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ବିମାନ ଟ୍ରାଫିକ୍ କେନ୍ଦ୍ର । ସାଉଦି ଆରବର ରାଜା ଫହଦ ବିନ୍ ଅବଦୁଲଅଜିଜ୍ ଅଲ୍ ସଉଦଙ୍କ ନାମରେ କିଙ୍ଗ ଫହଦ ବିମାନବନ୍ଦରର ନାମକରଣ କରାଯାଇଛି ।

କିଙ୍ଗ ଫହଦ ବିମାନବନ୍ଦର ଏତେ ବଡ ଅଞ୍ଚଳରେ ବିସ୍ତାର ହୋଇଛି ଯେ ଏହି ବିମାନବନ୍ଦରକୁ ଦେଖିଲେ ଆପଣ ଏହାକୁ ଏକ ଛୋଟ ସହର କହିବେ । ଏହାର ବଡ଼ ଆକାର ହେତୁ ଏହା କେବଳ ବିମାନ ଯାତ୍ରା ପାଇଁ ନୁହେଁ ବରଂ ଅନ୍ୟାନ୍ୟ ସେବା ପାଇଁ ମଧ୍ୟ ଏକ କେନ୍ଦ୍ର ପାଲଟିଛି । ଏଠାରେ ୪ ଟି ରନୱେ, ୨ ଟର୍ମିନାଲ୍ ଏବଂ ଅନେକ ପାର୍କିଂ କ୍ଷେତ୍ର ଅଛି ଏବଂ ଏହି ବିମାନବନ୍ଦର ପ୍ରତିବର୍ଷ ୧ ଲକ୍ଷ ୨୫ ହଜାର ଟନ୍ ମାଲ ପରିବହନ କରିଥାଏ । ଏତେ ବଡ ବିମାନବନ୍ଦର ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା ଅଛି, ଯେଉଁଥିରେ ସପିଂ ମଲ୍, ଫୁଡ୍ କୋର୍ଟ, ହୋଟେଲ ଏବଂ ଅନ୍ୟାନ୍ୟ ଆରାମଦାୟକ ସୁବିଧା ସାମିଲ ରହିଛି।

କିଙ୍ଗ ଫହଦ ବିମାନବନ୍ଦରର ଆକାର ଏତେ ବଡ ଯେ ଏହା ଦୁନିଆର ସବୁଠୁ ବଡ ବିମାନବନ୍ଦରରେ ପରିଣତ ହୋଇପାରିଛି । ଏହାକୁ ବିଶ୍ବର ଏକ ‘ସିଟି ଏୟାରପୋର୍ଟ’ ମଧ୍ୟ କୁହାଯାଏ । କାରଣ ଏହାର ଆକାର ଏତେ ବଡ ଅଞ୍ଚଳରେ ବ୍ୟାପିଛି ଯେ ଆପଣ ଏଠାରେ ଅନ୍ୟ ଏକ ଦୁନିଆ ଅନୁଭବ କରିପାରିବେ । ଏହାର ବିଶାଳ ଅଞ୍ଚଳ ହେତୁ ଯାତ୍ରୀମାନେ ଏହି ବିମାନବନ୍ଦରକୁ ଯାତ୍ରା କରିବାକୁ ବହୁତ ସମୟ ନେଇଥାନ୍ତି ।

 

 

You might also like