ଜାଣିଛନ୍ତି କି ସପ୍ତାହର କେଉଁ ଦିନ ନଖ ଓ କେଶ କାଟିବା ଉଚିତ୍

ହିନ୍ଦୁ ଧର୍ମରେ ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ଶୁଭ ଦିନ ଏବଂ ସମୟ ଉଲ୍ଲେଖ କରାଯାଇଛି। ତେବେ ଆସନ୍ତୁ ଜାଣିବା ସପ୍ତାହର କେଉଁ ଦିନ ନଖ କାଟିବା ଉଚିତ୍, କେଉଁ ଦିନ କେଶ କାଟିବା ପାଇଁ ଶୁଭ ଦିନ ।

ହିନ୍ଦୁ ଧର୍ମରେ ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ଶୁଭ ଦିନ ଏବଂ ସମୟ ଉଲ୍ଲେଖ କରାଯାଇଛି। ଯେପରି ସପ୍ତାହର କେଉଁ ଦିନ ନଖ କାଟିବା ଉଚିତ୍, କେଉଁ ଦିନ କେଶ କାଟିବା ପାଇଁ ଶୁଭ ଦିନ, କେଉଁ ଦିନ ମହିଳାମାନେ କେଶ ଧୋଇବା ଉଚିତ୍ ଇତ୍ୟାଦି। ଏହି ସରଳ କାର୍ଯ୍ୟଗୁଡିକ ଠିକ୍ ସମୟରେ କରାଯିବା ଉଚିତ୍। ନଚେତ୍ ବହୁତ କ୍ଷତି ହେବାର ସମ୍ଭାବନା ବଢିଯାଇଥାଏ। ଅନ୍ୟପକ୍ଷରେ, ଠିକ୍ ସମୟରେ କରାଯାଇଥିବା କାର୍ଯ୍ୟ ଲାଭ ଦେଇଥାଏ। ଆଜି ଆମେ ଜାଣିବା କେଉଁ ଦିନ କେଶ କାଟିବା ପାଇଁ ଭଲ ଏବଂ କେଉଁ ଦିନ ଖରାପ।

ହିନ୍ଦୁ ଧର୍ମ ଅନୁଯାୟୀ, ସପ୍ତାହରେ ୭ ଦିନ ଅଛି। ଏମିତି କିଛି ଦିନ ରହିଛି ଯେଉଁଦିନ କେଶ କାଟିବା ଉଚିତ୍ ନୁହେଁ। ଆଉ ସପ୍ତାହର କିଛି ଏମିତି ଦିନ ଗୁଡ଼ିକ ବି ରହିଛି ଯାହା କେଶ କାଟିବା ପାଇଁ ଉଦ୍ଦିଷ୍ଟ ବୋଲି ବିବେଚନା କରାଯାଇଛି । ଯଦି ଠିକ୍ ଦିନରେ କେଶ ନକାଟିବା ତାହାହେଲେ ଟଙ୍କା ହରାଇବା, ପ୍ରତିଷ୍ଠା ହରାଇବା, ଶାରୀରିକ ସମସ୍ୟା ଇତ୍ୟାଦିକୁ ସାମ୍ନା କରିବାକୁ ପଡିପାରେ।

ତେବେ କେଉଁଦିନ କେଶ କାଟିବା ଦ୍ବାରା ଜୀବନ ଉପରେ କି ପ୍ରଭାବ ପଡିଥାଏ ଆପଣ ଜାଣନ୍ତି କି? ଆସନ୍ତୁ ଜାଣିବା:

ସୋମବାର: ଘରର ଗୁରୁଜନମାନେ ସୋମବାର ଦିନ କେଶ କାଟିବା ଉଚିତ୍ ନୁହେଁ। ନଚେତ୍ ଏହା ପିଲାଙ୍କ ଜୀବନରେ ଅସୁବିଧା ଆଣିଥାଏ।
ମଙ୍ଗଳବାର: ମଙ୍ଗଳବାର ଦିନ କେଶ କାଟିବା ଦ୍ୱାରା ଆୟୁଷ କମିଥାଏ ।
ବୁଧବାର: ବୁଧବାର କେଶ କାଟିବା ଦ୍ୱାରା ଆର୍ଥିକ ଲାଭ ହୋଇଥାଏ। ଚାକିରି-ବ୍ୟବସାୟରେ ଅଗ୍ରଗତିର ସମ୍ଭାବନା ରହିଥାଏ।
ଗୁରୁବାର: ଗୁରୁବାର ଦିନ କେଶ କାଟିବା ଅନୁଚିତ ବୋଲି ବିବେଚନା କରାଯାଇଛି। ଏହା ଭାଗ୍ୟକୁ ଦୁର୍ଭାଗ୍ୟରେ ପରିଣତ କରିଥାଏ।
ଶୁକ୍ରବାର: ଶୁକ୍ରବାର ଦିନ କେଶ କାଟିବା ଅତ୍ୟନ୍ତ ଶୁଭ ଅଟେ। ଏହା ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟତା ବଢାଇଥାଏ। ଜୀବନରେ ସୁଖ-ସମୃଦ୍ଧତା ବୃଦ୍ଧି ପାଇଥାଏ।
ଶନିବାର: ଶନିବାର ଦିନ କେଶ କାଟିବା କାରଣରୁ ଶନି ଦେବ କ୍ରୋଧିତ ହୋଇ ଶାରୀରିକ, ମାନସିକ ଏବଂ ଆର୍ଥିକ ସମସ୍ୟା ଦେଇଥାନ୍ତି ।
ରବିବାର: ରବିବାର ଦିନ କେଶ କାଟିବା ଆତ୍ମବିଶ୍ୱାସ ହରାଇବାକୁଥାଏ। ପ୍ରଗତିର ରାସ୍ତା ବନ୍ଦ ହୋଇଯାଇଥାଏ ଏବଂ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।

hair

ନଖ କାଟିବା ପାଇଁ କିଛି ଟିପ୍ସ

ସେହିଭଳି ହିନ୍ଦୁ ଧର୍ମରେ ନଖ କାଟିବା ପାଇଁ କିଛି ଟିପ୍ସ ରହିଛି। ପ୍ରାୟତଃ ଗୁରୁଜନ ମାନେ କହିଥିବାର ନିଶ୍ଚୟ ଶୁଣିଥିବେ ଯେ ରାତିରେ ନଖ ନକାଟିବାକୁ କିମ୍ବା ଏହି ଦିନ ନଖ ନକାଟିବାକୁ । ଗୁରୁଜନ ମାନଙ୍କ ଏହି କଥାବାର୍ତ୍ତା ପଛରେ ଅନେକ କାରଣ ଲୁଚି ରହିଥାଏ । ସେଥିପାଇଁ ନଖ କାଟିବା ବିଷୟରେ କିଛି ନିୟମ ରହିଛି। ଧର୍ମ ଏବଂ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟୋଦୟ ସମୟରେ ନଖ କାଟିବା ଉଚିତ ନୁହେଁ ଏବଂ ରାତିରେ ନଖ କାଟିବା ଉଚିତ ନୁହେଁ। କାରଣ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଯାହାଦ୍ବାରା ଘରେ ଦାରିଦ୍ର୍ୟ ଆସିଥାଏ। ଏଥି ସହିତ, ସପ୍ତାହର ସାତ ଦିନରେ ନଖ କାଟିବା ମଧ୍ୟ ଭିନ୍ନ ପ୍ରଭାବ ପକାଇଥାଏ। ତେବେ ନଖ କାଟିବା ପାଇଁ କେଉଁ ଦିନ ଶୁଭ ଆସନ୍ତୁ ଜାଣିବା।

ସପ୍ତାହର ବିଭିନ୍ନ ଦିନରେ ନଖ କାଟିବା ଆମ ଜୀବନରେ ଭିନ୍ନ ପ୍ରଭାବ ପକାଇଥାଏ। ହିନ୍ଦୁ ଧର୍ମ ବ୍ୟତୀତ ଇସଲାମରେ ମଧ୍ୟ ଶୁଭ ଦିନ ଏବଂ ଉପାୟ କୁହାଯାଇଛି।

ତେବେ କେଉଁ ଦିନ ନଖ କାଟିବାର ପ୍ରଭାବ କ’ଣ ପଡିଥାଏ ଆସନ୍ତୁ ଜାଣିବା:

ସୋମବାର – ସୋମବାର ନଖ କାଟିବା ଭଲ। ଏହା କରିବା ଦ୍ୱାରା ବିଭିନ୍ନ ଅଶାନ୍ତିରୁ ମୁକ୍ତି ମିଳିଥାଏ । ସୋମବାର ଭଗବାନ ଶିବ, ଚନ୍ଦ୍ର ଏବଂ ମନ ସହିତ ଜଡିତ।

ମଙ୍ଗଳବାର- ସାଧାରଣତ ମଙ୍ଗଳବାର ଦିନ ନଖ କାଟିବା ନିଷେଧ। କିନ୍ତୁ ଏହି ଦିନ ନଖ କାଟିବା ଦ୍ବାରା କରଜରୁ ମୁକ୍ତି ମିଳିଥାଏ । ଉଲ୍ଲେଖଥାଉ କି, ଯେଉଁମାନେ ହନୁମାନଙ୍କ ପାଇଁ ମଙ୍ଗଳବାର ଦିନ ଉପବାସ କରନ୍ତି, ସେମାନେ ଏହି ଦିନ ନଖ କାଟିବା ଠାରୁ ଦୂରେଇ ରହିବା ଉଚିତ୍।

ବୁଧବାର- ନଖ କାଟିବା ପାଇଁ ବୁଧବାର ଶୁଭ ଅଟେ। ବୁଧବାର ଦିନ ନଖ କାଟିବା ଦ୍ୱାରା ଧନ ଆସିଥାଏ । କ୍ୟାରିୟରରେ ଉନ୍ନତି ହୋଇଥାଏ। ବ୍ୟବସାୟରେ ରୋଜଗାର ମଧ୍ୟ ବୃଦ୍ଧି ପାଇଥାଏ।

ଗୁରୁବାର- ଅନେକ ଲୋକ ଗୁରୁବାର ଦିନ ମଧ୍ୟ ନଖ କାଟିବାକୁ ମନା କରୁଥିବାବେଳେ ଗୁରୁବାର ଦିନ ନଖ କାଟିବା ସତ୍ବ ଗୁଣ ବଢିଥାଏ |

ଶୁକ୍ରବାର- ନଖ କାଟିବା ପାଇଁ ଶୁକ୍ରବାର ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି। ଜୀବନରେ ଧନ, ସମୃଦ୍ଧତା, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ସମ୍ପର୍କ ଅଧିକ ଶକ୍ତିଶାଳୀ ହୁଏ।

ଶନିବାର- ଶନିବାର ଦିନ ନଖ କାଟିବା ଉଚିତ୍ ନୁହେଁ । ଏହା ଦ୍ବାରା ଶନି ଦେବ କ୍ରୋଧିତ ହୋଇଥାନ୍ତି। ଶନିବାର ଦିନ ନଖ କାଟିବା ଦ୍ୱାରା ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ହୁଏ। ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି |

ରବିବାର- ରବିବାର ଦିନ ନଖ କାଟିବା ଅନୁଚିତ ବୋଲି ବିବେଚନା କରାଯାଏ । ରବିବାର ଦିନ ନଖ କାଟିବା ଦ୍ୱାରା ବ୍ୟକ୍ତିର ଆତ୍ମବିଶ୍ୱାସ କମିଯାଏ। ସଫଳତା ପାଇଁ ବାଧା ଉପୁଜିଥାଏ। ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ, ରବିବାର ଦିନ ନଖ ଏବଂ କେଶ ଉଭୟ କାଟିବାରେ ଭୁଲ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.