ପ୍ରଥମ ଥର ପାଇଁ କିଏ ଲଗାଇଥିଲେ ଲିପଷ୍ଟିକ୍, ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ରହସ୍ୟ

ସାଧାରଣତଃ ମଣିଷ ସୁନ୍ଦର ଦେଖାଯିବା ପାଇଁ ଅନେକ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ଝିଅମାନଙ୍କ ମେକଅପର ପ୍ରଥମ ଆବଶ୍ୟକତା ଭାବରେ ଲିପଷ୍ଟିକ ସର୍ବପ୍ରଥମେ ଆସିଥାଏ । ଆଜିର ସମୟରେ ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ମାତ୍ର ଯେତେବେଳ ଯାଏଁ ପରଫେକ୍ଟ ଲିପଷ୍ଟିକ ନ ଥାଏ, ମହିଳାଙ୍କ ମନ ଅସମ୍ପୂର୍ଣ୍ଣ ରହିଯାଏ । ବଜାରରେ ଲିପଷ୍ଟିକର ଅନେକ ପ୍ରକାରର ଡିଜାଇନ ଉପଲବ୍ଧ । ମେକଅପ୍ ଦୁନିଆରେ ଏହା ନୂଆଁ ନୁହେଁ । ଏହାର ଇତିହାସ ହେଉଛି ପ୍ରାୟ ୫ ହଜାର ବର୍ଷ ପୁରୁଣା । ଭାରତୀୟ ସଂସ୍କୃତିରେ ଲିପଷ୍ଟିକକୁ ମହିଳାଙ୍କ ୧୬ ଶୃଙ୍ଗାରରେ ସାମିଲ କରାଯାଇଛି । ଏହାର ବର୍ଣ୍ଣନା ଅନେକ ସଭ୍ୟତାରେ ମଧ୍ୟ ଦେଖିବାକୁ ମିଳିଥାଏ । ମାନ୍ୟତା ରହିଛି ଯେ, ସୁମେରିୟନ ସଭ୍ୟତାରେ ଏହାର ଉପଯୋଗ କରୁଥିଲେ ଲୋକେ । ଏହାକୁ ଫଳ ଓ ଫୁଲର ରସ ଭାବରେ ସେହି ସମୟରେ ଓଠରେ ଲଗାଉଥିଲେ ।
ଲିପଷ୍ଟିକର ସଠିକ ବର୍ଣ୍ଣନା ମେସୋପଟାମିୟା ସଭ୍ୟତାରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ସଭ୍ୟତାରେ ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ବେଶ୍ ଗୁରୁତ୍ତ୍ୱ ଦେଉଥିଲେ । ସେଥିପାଇଁ ସେମାନେ ବହୁ ମୂଲ୍ୟବାନ ଜିନିଷର ଧୂଳିରୁ ଏହାକୁ ପ୍ରସ୍ତୁତ କରୁଥିଲେ ଏବଂ ଓଠରେ ଲଗାଉଥିଲେ । ବଜାରରେ ପ୍ରଥମଥର ପାଇଁ ଲିପଷ୍ଟିକ ପ୍ରବେଶ କରିବାର ଶ୍ରେୟ ଫ୍ରାନସିସ ପରଫ୍ଯୁମ କମ୍ପାନୀ ଗୁଲେରିୟନକୁ ଯାଇଥିଲା । ଏହି କମ୍ପାନୀ ପ୍ରଥମଥର ପାଇଁ ୧୮୮୪ ମସିହାରେ ଲିପଷ୍ଟିକକୁ କମର୍ସିୟାଲ ଭାବରେ ବିକ୍ରି କରିବା ମଧ୍ୟ ଆରମ୍ଭ କରିଥିଲା ।
ଇତିହାସରେ ଲିପଷ୍ଟିକକୁ ନେଇ ଆହୁରି ବର୍ଣ୍ଣନା ମଧ୍ୟ ରହିଛି । ଗ୍ରୀକ୍ ସାମ୍ରାଜ୍ୟରେ ଏହାକୁ ନେଇ ଆଇନ ପ୍ରଣୟନ କରାଯାଇଥିଲା । ଏଠାରେ ବେଶ୍ଯାଙ୍କୁ ଗାଢ଼ ରଙ୍ଗର ଲିପଷ୍ଟିକ୍ ଲଗାଇବାକୁ କୁହାଯାଉଥିଲା । ଏହା ସେମାନଙ୍କ ପରିଚୟ ଥିଲା ବୋଲି ମାନ୍ୟତା ରହିଛି । ସେହିଭଳି ଡାର୍କ ଲିପଷ୍ଟିକ୍ କୁ ଲୋକପ୍ରିୟ କରିବାର ସମସ୍ତ ଶ୍ରେୟ ମର୍ଲିନ ମୁନରୋ ଓ ଏଲିଜାବେଥ ଟେଲରଙ୍କୁ ଯାଇଥାଏ । ସେମାନେ କେବେଳ ଲାଲ ରଙ୍ଗର ଡାର୍କ ଲିପଷ୍ଟିକର ବ୍ୟବହାର କରୁଥିଲେ । ଏହି ଲିପଷ୍ଟିକ ଆଜିର ବି ଅଧିକ ଲୋକପ୍ରିୟ ରହିଛି ।