ସ୍ପେଶାଲ

ହୋଟେଲ ରୁମରେ ପଡିଥିବା ବେଡସିଟର ରଙ୍ଗ ସବୁବେଳେ ଧଳା କାହିଁକି କିଛି ଅନ୍ୟ କାହିଁକି ନୁହେଁ? ଜାଣନ୍ତୁ ଏହା ପଛର କାରଣ

ଯେତେବେଳେ ବି ଆମେ ନିଜ ଘର ଛାଡି ଦୂରକୁ କୁଆଡେ ଯାଆନ୍ତି, ସେତେବେଳେ କିଛି ଦିନ ପାଇଁ ହୋଟେଲ ଆମ ଘର ହୋଇଯାଏ। ତେବେ ତେଣିକି ହୋଟେଲ ରୁମ ଶସ୍ତା ହେଉ ଅବା ମହଙ୍ଗା କିନ୍ତୁ ବେଡ ଉପରେ ପଡିଥିବା ଚାଦର ସବୁବେଳେ ଧଳା ହିଁ ପଡିଥାଏ। ଆପଣ କେବେ ଭାବିଛନ୍ତି ଯେ କାହିଁକି ସବୁ ହୋଟେଲ ରୁମର ବେଡରୁମରେ ଧଳା ଚାଦର ପଡିଥାଏ, ଅନ୍ୟକିଛି କାହିଁକି ନୁହେଁ। ଦୁନିଆରେ ଏତେ ସାରା ରଙ୍ଗ ରହିଛି, ତଥାପି ହୋଟେଲ ବେଡରୁମରେ ଧଳା ରଙ୍ଗର ବେଡସିଟ୍‌ କାହିଁକି ପଡିଥାଏ।

ଆପଣ କୌଣସି ବି ହୋଟେଲ ରୁମରେ ରୁହନ୍ତୁ ନା କାହିଁକି ଗୋଟେ କଥା ନିହାତି ନୋଟିସ୍‌ କରିଥିବେ ଯେ ଇଣ୍ଟେରିୟର ଏବଂ କାନ୍ଥର ରଙ୍ଗ ଯାହା ବି ହେଇଥାଉ ନା କାହିଁକି କିନ୍ତୁ ବେଡସିଟ୍‌ ସବୁବେଳେ ଧଳା ରଙ୍ଗର ହିଁ ଥାଏ। କଣ ଆପଣ କେବେ ଭାବିଛନ୍ତି ଯେ କାହିଁକି ଅନ୍ୟ କେଉଁ ରଙ୍ଗର ଚାଦର ବ୍ୟବହାର କରାଯାଏନାହିଁ। ଆଜି ଆମେ ଆପଣଙ୍କୁ ଏହା ପଛର ଥିବା କାରଣ ବତାଇବୁ ଯାହା ବହୁତ ରୋଚକପୂର୍ଣ୍ଣ।

ହୋଟେଲରେ ପଡିଥିବା ବେଡସିଟକୁ ସଫା କରିବା ବହୁତ ବଡ କାମ ହୋଇଥାଏ। ଏମିତିରେ ବେଡସିଟର ରଙ୍ଗ ଧଳା ହେବା କାରଣରୁ ଏହା ସହଜ ହୋଇଥାଏ ଯେ କେଉଁଠି ମଇଳା ଅଛି। ହୋଟେଲରେ ପଡିଥିବା ବେଡସିଟକୁ ଏକାସାଥିରେ ବ୍ଲିଚରେ ପକାଇ ସଫା କରାଯାଇଥାଏ। ରଙ୍ଗୀନ ଚାଦର ରଙ୍ଗ ଛାଡିଥାଏ ସେହିପରି ଧଳା ରଙ୍ଗ ହେଲେ କଲର ଛାଡିବାର କୌଣସି ଟେନସନ୍‌ ନଥାଏ। ଏହା ଜଲଦି ସଫା ବି ହୋଇଯାଏ। କ୍ୟାମିକାଲରେ ସଫା ହୋଇ ଧଳା ଚାଦର ସ୍ମେଲ ଫ୍ରି ହୋଇଯାଇଥାଏ। ଯଦି ଇଣ୍ଟେରିୟର ବିଷୟରେ କହିବା ତ ଧଳା ରଙ୍ଗ ଏମିତି ବି ରୟାଲ ଏବଂ ଲଗଜୁରୀ ଲୁକ୍‌ ଦେଇଥାଏ। ଏହାକୁ କିଣିବାକୁ ବି ଅଧିକ ଟଙ୍କା ଲାଗେନାହିଁ। କଷ୍ଟମର ଏହାର ଲୁକରୁ ଇମ୍ପ୍ରେସ ହୋଇଯାନ୍ତି ଆଉ ମାଲିକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ ବି କରିବାକୁ ପଡିନଥାଏ।

ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ୯୦ ଦଶକ ପର୍ଯ୍ୟନ୍ତ ଏମିତି ନଥିଲା ଯେ ହୋଟେଲରେ କେବଳ ଧଳା ରଙ୍ଗର ଚାଦର ବିଛା ଯାଉଥିଲା। ଚାଦରରେ ଲାଗିଥିବା ମଇଳାକୁ ଲୁଚାଇବା ପାଇଁ ରଙ୍ଗୀନ ଚାଦରର ବ୍ୟବହାର କରାଯାଉଥିଲା କିନ୍ତୁ ୧୯୯୦ ମସିହା ପରେ ଏଥିରେ ପରିବର୍ତ୍ତନ ହୋଇଗଲା। ହୋଟେଲର ଇଣ୍ଟେରିୟର ଡିଜାଇନର୍ସ ରୟାଲ ଏବଂ ରିଚ୍‌ ଲୁକ୍‌ ଦେବା ପାଇଁ ଧଳା ରଙ୍ଗର ଚାଦର ବ୍ୟବହାର କଲେ ଏବଂ ଏହା ଧୀରେ ଧୀରେ ପ୍ରଚଳନ ହୋଇ ଚାଲିଲା। ଏହି ରଙ୍ଗକୁ ଦେଖି କଷ୍ଟମରଙ୍କୁ ବି ରୁମ୍‌ ସଫା ସୁତୁରା ଅଛି ଭାବି ମନକୁ ଶାନ୍ତି ମିଳିଥାଏ ସେହିପରି ଏହି ରଙ୍ଗ ସୁଖ ଏବଂ ଶାନ୍ତି ନିଦ ବି ଦେଇଥାଏ।

Pritiparna

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

7 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

41 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

49 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago