ମେଡିସିନ୍‌ ପ୍ୟାକେଟ୍‌ରେ କ’ଣ ପାଇଁ ରହିଥାଏ ନାଲି ରଙ୍ଗର ଗାର ? ଏହାକୁ କେବେ କରନ୍ତୁ ନାହିଁ ଅଣଦେଖା

ଆମକୁ କୌଣସି ରୋଗ ହେଲେ ଆମେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ ଖାଇଥାଉ। କିନ୍ତୁ ଅନେକ ଥର ଠିକ୍‌ ମେଡିସିନ ଖାଇବା ସତ୍ତ୍ୱେ ମଧ୍ୟ ରୋଗରୁ ମୁକ୍ତି ମିଳିନଥାଏ। ଏଥିପାଇଁ ଆମକୁ ଅନେକ କଷ୍ଟ ସହିବାକୁ ପଡିଥାଏ। କେବଳ ସଠିକ୍‌ ଔଷଧ ସହିତ ଖାଇବା ନୁହେଁ ଖାଇବାର ପ୍ରକ୍ରିୟା ମଧ୍ୟ ଠିକ୍‌ ହେବା ଜରୁରୀ।

98

କେବେ ବି ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇବା ଉଚିତ ନୁହେଁ। କିନ୍ତୁ ଆପଣ ଜାଣନ୍ତି କି , ଔଷଧ ପ୍ୟାକେଟ୍‌ରେ ଥିବା ନାଲି ରଙ୍ଗର ଚିହ୍ନ କ’ଣ ପାଇଁ ରହିଥାଏ ? ଆପଣ ଜାଣନ୍ତି କି ? କେବେ ଏହା ବିଷୟରେ ଭାବିଛନ୍ତି କି ? ଏହି ଔଷଧକୁ ଡାକ୍ତରଙ୍କ ବିନା ପରାମର୍ଶରେ ଖାଇବା ଉଚିତ ନୁହେଁ।
ଏହା କେବଳ ପ୍ରତ୍ୟେକ ଆଣ୍ଟିବାୟୋଟିକ୍‌ ଔଷଧ ପ୍ୟାକେଟ୍‌ରେ ହିଁ ନାଲି ରଙ୍ଗର ଗାର ରହିଥାଏ। ଏହି ନାଲି ଗାରର ଅର୍ଥ ଏହି ଔଷଧକୁ କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଇବା ଉଚିତ।

32

କେବଳ ଏତିକି ନୁହେଁ, ଫର୍ମାସି ମଧ୍ୟ ଏହାକୁ ଦେବାକୁ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଦେଖିବା ପରେ ହିଁ ଏହି ଔଷଧ ଦେଉଛନ୍ତି। ଆଣ୍ଟିବାୟୋଟିକ୍‌ ଔଷଧର ଭୁଲ ବ୍ୟବହାର ଯୋଗୁଁ ଏପରି ନାଲି ରଙ୍ଗର ଗାର ମେଡିସିନ ପ୍ୟାକେଟରେ ଲଗାଯାଇଛି।