ଚକୋଲେଟ୍ ଉପରେ ଧଳା ଦାଗ ପଡ଼େ କାହିଁକି? ଜାଣନ୍ତୁ ଏହା ପଛର କାରଣ

ଚକୋଲେଟ୍ ଏପରି ଏକ ଜିନିଷ ଯାହାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ପିଲା ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଚକୋଲେଟ୍ ଖାଇବାକୁ ବହୁତ ଭଲ ଲାଗିଥାଏ । ଏହା ସହ ଯଦି କାହାକୁ ଗିଫ୍ଟ ଦେବା କଥା ଆସିଥାଏ ସେତେବେଳେ ପ୍ରଥମେ ଆଖି ସାମ୍ନାକୁ ଆସିଥାଏ ଚକୋଲେଟ୍ । କିଛି ଲୋକ ନିଜର ଷ୍ଟ୍ରେସକୁ କମ୍ କରିବା ପାଇଁ ଚକୋଲେଟ୍ ଖାଉଥିବା ବେଳେ କେତେକ ପ୍ରତ୍ୟେକ ସମୟରେ ଚକୋଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଏଥିପାଇଁ ଅଧିକାଂଶ ଲୋକ ଚକୋଲେଟକୁ ବହୁତ ଦିନ ଧରି ଫ୍ରିଜରେ ରଖିଥାନ୍ତି ଏବଂ ଏହାର ମଜା ନେଇଥାନ୍ତି । କିନ୍ତୁ ଆପଣମାନେ କେବେ ଲକ୍ଷ କରିଛନ୍ତି କି, ଦୀର୍ଘ ଦିନ ଧରି ଫ୍ରିଜରେ ଚକୋଲେଟ୍ କୁ ରଖିବା ଦ୍ୱାରା ଏହା ଉପରେ ଧଳା ଦାଗ ପଡ଼ିବା ଆରମ୍ଭ ହୋଇଥାଏ । ଏହି ଧଳା ଦାଗକୁ ଦେଖି ଅନେକ ଲୋକ ଚକୋଲେଟ୍ ଖରାପ ହୋଇଯାଇଛି ବୋଲି ଭାବି ତାକୁ ଫୋପାଡ଼ି ଦେଇଥାନ୍ତି । ହେଲେ ପ୍ରକୃତରେ ଏହା ଖରାପ ହୋଇ ନଥାଏ, ସେଥିରେ ଏକ ପ୍ରକାର ବ୍ଲୁମ୍ ସୃଷ୍ଟି ହୋଇଥାଏ ।
ଏହି ବ୍ଲୁମ୍ ଦୁଇ ପ୍ରକାରର ହୋଇଥାଏ, ଯାହା ଫ୍ୟାଟ୍ ବ୍ଲୁମ୍ ଏବଂ ସୁଗାର ବ୍ଲୁମ୍ ଭାବେ ବିବେଚନା କରାଯାଏ । ଏହି ବ୍ଲୁମ୍ ଯୋଗୁ ଚକୋଲେଟ୍ ଉପରେ ଧଳା ଦାଗ ଆସିଥାଏ । ତେବେ ଜାଣନ୍ତୁ ଏହି ଫ୍ୟାଟ୍ ବ୍ଲୁମ୍ ଏବଂ ସୁଗାର ବ୍ଲୂମ୍ କ’ଣ ?
ଫ୍ୟାଟ୍ ବ୍ଲୁମ୍ :
ଫ୍ୟାଟ୍ ବ୍ଲୁମ୍ ହୋଇଥିବା ଚକୋଲେଟକୁ ବେଶୀ ଦିନ ଷ୍ଟୋର କରି ରଖିବା ଉଚିତ୍ ନୁହେଁ । ଦୀର୍ଘ ଦିନ ଧରି ଏହାକୁ ରଖିବା ଦ୍ବାରା ପାଣିପାଗ ପରିବର୍ତ୍ତନ ପାଇଁ ଚକୋଲେଟ୍ ଉପରେ ଧଳା ଦାଗ ପଡ଼ିବ ଆରମ୍ଭ ହୋଇଥାଏ । ତେଣୁ ଏହାକୁ ଅଧିକ ଦିନ ଧରି ଫ୍ରିଜରେ ରଖନ୍ତୁ ନାହିଁ ।
ସୁଗାର ବ୍ଲୁମ୍ : ପଡ଼େ
ସୁଗାର ବ୍ଲୁମ୍ ସେତେବେଳେ ହୋଇଥାଏ ଯେତେବେଳେ ତାହା ନରମ ଚକୋଲେଟ୍ ସଂସ୍ପର୍ଶରେ ଆସିଥାଏ । ସୁଗାର ବ୍ଲୁମ୍ ଚକୋଲେଟରେ ଚିନି ଅଂଶ ଅଧିକ ମାତ୍ରାରେ ଥାଏ । ଏହାକୁ ଅଧିକ ଦିନ ଧରି ଫ୍ରିଜରେ ରଖିବା ଦ୍ବାରା ଏଥିରେ ଥିବା ଚିନି ଅଂଶ ଚକୋଲେଟ୍ ଉପରେ ଧଳା ଦାଗ ସୃଷ୍ଟି କରିଥାଏ । ତେଣୁ ଚକୋଲେଟକୁ ଅଧିକ ଦିନ ଧରି ଫ୍ରିଜରେ ନରଖି ସଙ୍ଗେ ସଙ୍ଗେ ଖାଇଦେବା ଉଚିତ୍ ନହେଲେ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଆପଣ ଚାହିଁଲେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖି ମଧ୍ୟ ଏହାକୁ ଖାଇପାରିବେ ।