ଇଞ୍ଜେକ୍ସନ ଖାଇ ବି ଶିଶୁଟି କାନ୍ଦିବା ବଦଳରେ ହସୁଛି, କାରଣ ଜାଣିବା ପାଇଁ ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆରେ ଅଧିକାଂଶ ସମୟରେ ହୃଦୟସ୍ପର୍ଶୀ, ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ । ଏହି ଭିଡିଓଗୁଡିକ ଯେ କେବଳ ମନୋରଞ୍ଜନ କରିଥାଏ ତାନୁହେଁ ଏଥିରୁ ଅନେକ ଶିକ୍ଷା ମଧ୍ୟ ମିଳିଥାଏ । ନିକଟରେ ଜଣେ ଡାକ୍ତରଙ୍କ ଏଭଳି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଖାଲି ସେତିକି ନୁହେଁ ଲୋକେ ମଧ୍ୟ ଏହାକୁ ଖୁବ ପସନ୍ଦ କରିବା ସହ ଯେମିତି ଏହାର ଫ୍ୟାନ ହେଇଯାଇଛନ୍ତି । ଆଉ ଆମେ ଗ୍ୟାରେଣ୍ଟି ଦେଉଛୁ ଯେ ଏହାକୁ ଆପଣ ଦେଖିଲେ ଆପଣ ବି ନିଶ୍ଚିନ୍ତ ରୂପେ କହିବେ ଏ ହେଉଛନ୍ତି ଦୁନିଆର ସବୁଠୁ ବେଷ୍ଟ ଡାକ୍ତର । ଭିଡିଓ ଟିରେ ଡାକ୍ତର ଜଣଙ୍କ ଏକ ଛୋଟ ଶିଶୁକୁ ଇଞ୍ଜେକ୍ସନ ଦେଉଥିବାର ନଜର ଆସୁଛନ୍ତି । ଆପଣ ମନେ ମନେ ଭାବୁଥିବେ ଜଣେ ଡାକ୍ତର ଇଞ୍ଜେକ୍ସନ ଦେବା ଅତି ସାଧାରଣ କଥା ।

ତେବେ ଏଥିରେ ଏମିତି କ’ଣ ଅଛି ଯାହା ଲୋକଙ୍କୁ ଏତେ ପସନ୍ଦ ଆସିଛି । କିନ୍ତୁ ଭିଡିଓଟି ଦେଖିଲେ ଆପଣ ଜାଣି ପାରିବେ ଯେ ଡାକ୍ତର ଶିଶୁଟିକୁ ଏମିତି ଉପାୟରେ ଇଞ୍ଜେକ୍ସନ ଦେଉଛନ୍ତି, ସେ କାନ୍ଦିବା ବଦଳରେ ହସିବାରେ ଲାଗିଛି । ଖୁବ ମଜାଳିଆ ଅନ୍ଦାଜରେ ଶିଶୁଟିର ମନକୁ ଭୁଲାଇ ଭୁଲାଇ ଇଞ୍ଜେକ୍ସନ ଦେଉଛନ୍ତି ଡାକ୍ତର ଜଣଙ୍କ । ଜଣେ ଚିକିତ୍ସକଙ୍କ କ୍ଷେତ୍ରରେ ଏମିତି ଘଟିବା ଖୁବ ବିରଳ ଦେଖାଯାଏ । ବ୍ୟସ୍ତବହୁଳ ସମୟ ଭିତରେ ଏମିତି କରିବାକୁ ସମୟ ପାଆନ୍ତିନି ସେମାନେ । କିନ୍ତୁ ଏହି ଡାକ୍ତରଙ୍କ ଏମିତି ଏକ ଭିନ୍ନ ଶୈଳୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

ଛୋଟ ଛୁଆଙ୍କୁ ଇଞ୍ଜେକ୍ସନ ଲଗାଇବା ଖୁବ କଷ୍ଟ । ସାଧାରଣତଃ ଇଞ୍ଜେକ୍ସନ ନେବା ସମୟରେ ସେମାନେ ଏତେ ଜୋରରେ ରଡ଼ି କରି କାନ୍ଦନ୍ତି ଯେ, ସମସ୍ତଙ୍କୁ ନୟାନ୍ତ କରି ପକାନ୍ତି । କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ଦେଖିଲେ ଆପଣଙ୍କର ଏହି ଚିନ୍ତାଧାରା ବଦଳେଇଦେବ ନିଶ୍ଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.