Categories: ସ୍ପେଶାଲ

ବିମାନରେ ଯାତ୍ରା ସମୟରେ ବୃଦ୍ଧ ବ୍ୟକ୍ତିଙ୍କୁ ପରିସ୍ରା ପାଇଁ ହେଲା ସମସ୍ୟା, ଡାକ୍ତର ନେଲେ ଏପରି ପଦକ୍ଷେପ

ନିଜ ଜୀବନ ପ୍ରତି ତ ସମସ୍ତଙ୍କର ଲୋଭ ଥାଏ | କୌଣସି ବିକଟ ସ୍ଥିତିରେ ଯେନ ତେନ ପ୍ରକାରରେ ବି ନିଜକୁ ରକ୍ଷା କରିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି । କିନ୍ତୁ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଯେ ଜଣେ ଡାକ୍ତର ଏପରି ଏକ ପଦକ୍ଷେପ ଉଠାଇପାରେ ଯାହାକୁ ଶୁଣି ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି । ଚୀନର ଗୁଆଗଞ୍ଜରୁ ଆମେରିକାର ନ୍ୟୁୟର୍କ ଅଭିମୁଖେ ଏକ ଫ୍ଲାଇଟ ଯାଉଥିଲା । ଏହି ଫ୍ଲାଇଟରେ ଜଣେ ବୟସ୍କ ଯାତ୍ରୀ ଯାତ୍ରା କରୁଥିଲେ । କିନ୍ତୁ ହଟାତ ଅଧା ବାଟରେ ଏହି ବ୍ୟକ୍ତି ଜଣଙ୍କର ଦେହ ଖରାପ ହୋଇଗଲା । ପରିସ୍ରା ନ କରି ପାରିବାରୁ ଏହି ବ୍ୟକ୍ତି ଜଣଙ୍କର ଦେହ ଅସୁସ୍ଥ ହେଲା ଓ ସେ ନିଜ ମୁତ୍ରାସାୟରେ ଖୁବ ଯନ୍ତ୍ରଣା ମଧ୍ୟ ଅନୁଭବ କଲେ । ସେ ଏବାବଦରେ ଯେତେବେଳେ କ୍ରୁ ମେମ୍ବର୍ସଙ୍କ ପାଖରେ ଯାଇ କହିଥିଲେ । ଏହା ପରେ କ୍ରୁ ମେମ୍ବର୍ସ ମାନେ ଅନ୍ୟ ଯାତ୍ରୀମାଙ୍କ ଭିତରେ କିଏ ଡାକ୍ତର ଅଛିକି ବୋଲି ପଚାରି ବୁଝିଥିଲେ ।

ଏହା ସହ ପଢନ୍ତୁ: ଆସନ୍ତାକାଲି ପଡୁଛି ରବି ପ୍ରଦୋଷର ସଂଯୋଗ, ସ୍ୱାମୀ, ପୁତ୍ରଙ୍କର ଲମ୍ବା ଆୟୁଷ ପାଇଁ ନିଶ୍ଚୟ କରନ୍ତୁ ଏହି ପୂଜା

ଏହା ସହ କ୍ରୁ ମେମ୍ବର୍ସ ମାନେ ପାଇଲଟ କେବିନ ପାଖରେ ଏକ ଅସ୍ଥାୟୀ ବିଛଣା ସଜାଡି ଦେଇଥିଲେ । କିଛି ସମୟ ଯାତ୍ରୀ ମାନଙ୍କ ଭିତରୁ ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଅସୁସ୍ଥ ବୃଦ୍ଧା ବ୍ୟକ୍ତିଜଣଙ୍କର ସେବା କରିବାରେ ଲାଗି ପଡିଲେ । ଆଉ କୌଣସି ଉପାୟ ନ ପାଇବାରୁ ଡାକ୍ତର ଜଣକ ବୃଦ୍ଧାଙ୍କ ମୃତସୟା କୁ ଦୀର୍ଘ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଚୁସିବା ଆରମ୍ଭ କରିଥିଲେ । ଏମିତିରେ ବ୍ୟକ୍ତିଙ୍କ ଶରୀରରୁ ପ୍ରାୟ ୧ ଲିଟର ମୁତ୍ରା ବାହାରିଥିଲା । ଚଳନ୍ତା ଫ୍ଲାଇଟରେ କୌଣସି ପ୍ରକାର ମେଡିକାଲ ଉପକରଣ ନ ମିଳିପାରିବାରୁ ଡାକ୍ତରଙ୍କୁ ଏପରି ପଦକ୍ଷେପ ହିଁ ନେବାକୁ ପଡିଥିଲା । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହି ଡାକ୍ତର ଜଣଙ୍କୁ ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ଆସିବାରେ ଲାଗିଛି ।

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

10 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

24 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

43 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

59 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago