ଡାକ୍ତରଖାନାରେ ବି ସୁରକ୍ଷିତ ନୁହନ୍ତି ମହିଳା ଡାକ୍ତର, କୋଲକତା କାଣ୍ଡରେ ଡାକ୍ତରଙ୍କର ବି ସଂପୃକ୍ତି

ଦୁଷ୍କର୍ମ, ହତ୍ୟା, ମାନବ ଅଙ୍ଗ ଚୋରା ଚାଲାଣ ା ଏଭଳି ମହା ସଙ୍ଗୀନ ଅଭିଯୋଗ ା ଡାକ୍ତରୀ ପେସାରେ କଳଙ୍କ ା କଳଙ୍କ ଲଗାଇଛନ୍ତି ନିଜେ ଡାକ୍ତର ା କୋଲକାତା ଅାରଜି କର ହସପିଟାଲ ଘଟଣା ଡାକ୍ତରୀ ପେସାରେ ଥିବା ଏହି ରାକ୍ଷସମାନଙ୍କର ପଦ୍ର୍ଦାଫାସ କରିଛି ା ଯେଉଁ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଉଛି ତାଙ୍କରି ଭିତରୁ କିଛି ଏଭଳି ଏକ ମହାନ୍ ପେସାକୁ ବଦନାମ କରୁଛନ୍ତି ା …
() ଆରଜି କର ହସପିଟାଲରେ ଚାଲିଥିଲା କଣ ? ସ୍ୱାସ୍ଥ୍ୟସେବା ଅାଳରେ କରାଯାଉଥିଲା ଭୟଙ୍କର କଳା କାରନାମା ା ଖୋଲୁଛି ଗୋଟିଏ ପରେ ଗୋଟିଏ ଅପରାଧର ପେଡ଼ି ା ଆସୁଛି ଅଭିଯୋଗ ପରେ ଅଭିଯୋଗ ା ଦୁର୍ନୀତି ଅଭିଯୋଗ ଉପରେ ଖୋଳତାଡ଼ ଆରମ୍ଭ କରିଛି ସିବିଆଇ। ମଡେିକାଲ କଲଜେର ଫରନେସିକ ମଡେିସିନ ଓ ଟକ୍ସିକୋଲୋଜି ବିଭାଗ ଡାକ୍ତର ଦବୋଶିଷ ସୋମଙ୍କ ଘରେ ସିବିଆଇ ଆଣ୍ଟି-କରପସନ୍ ଟିମ୍ ପହଞ୍ଚି ଖୋଳତାଡ଼ କରିଛି ା ହସ୍ପିଟାଲର ପୂର୍ବତନ ସୁପରିଣ୍ଟଣେ୍ଡଣେ୍ଟ ଅଖତର ଅଲ୍ଲୀ ଆଣିଥିଲେ ଅଭିଯୋଗ। ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆଣିଥିଲେ ତାଙ୍କ ନାଁରେ। ଅଭିଯୋଗ ଆଧାରରେ ଚଢ଼ଉ କରିଛି ସିବିଆଇ ଆଣ୍ଟି-କରପସନ ବ୍ରାଞ୍ଚ। କବେଳ ଦବୋଶିଷ ସୋମଙ୍କ ଘରେ ନୁହେଁ, ଆରଜି କର ମଡେିକାଲ କଲଜେ ହସ୍ପିଟାଲର ପୂର୍ବତନ ପ୍ରିନସିପାଲ ସଂଦୀପ ଘୋଷଙ୍କ ଘରେ ମଧ୍ୟ ପଂଝା ମାରିଛି ସିବିଆଇ। ମୋଟ ୧୫ଟି ସ୍ଥାନରେ ଏକକାଳୀନ ହୋଇଛି ରଡେ୍।
ସନ୍ଦୀପ ଘୋଷ ଥିଲେ ଅାରଜି ମେଡିକାଲ କଲେଜର ପ୍ରିନସିପାଲ ା ଟେ୍ରନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସେ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି ା ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଅାଯାଇଛି ା ତେବେ ଏଠି ସ୍ପଷ୍ଟ ହୋଇଛି ଯେ ଏହି ଘଟଣାରେ କିଛି ଡାକ୍ତର ମଧ୍ୟ ସାମିଲ ଅଛନ୍ତି ା ଅର୍ଥାତ୍ ଡାକ୍ତର ହିଁ ଡାକ୍ତରଙ୍କ ଶତ୍ରୁ ପାଲଟିଛନ୍ତି ା ପୁଣି ନିଜ ଡାକ୍ତରଖାନାରେ ମଧ୍ୟ ମହିଳା ଡାକ୍ତର ସୁରକ୍ଷିତ ନୁହନ୍ତି ା ଏକଥା ପ୍ରମାଣ କରିଛି ଏହି ଘଟଣା ା ଅାରଜି କର ମେଡିକାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ସହ ଅନ୍ୟ ୪ ଜଣ ଡାକ୍ତର ସଂପୃକ୍ତ ଥିବା କୁହାଯାଉଛି ା ସେମାନଙ୍କୁ ମଧ୍ୟ ସିବିଅାଇ ସ୍କାନରରେ ରଖା ଯାଇଛି ା ତେବେ ସେମାନେ ଘଟଣାରେ ସିଧାସଳଖ ସଂପୃକ୍ତ କି ନାହିଁ ତାର ଯାଞ୍ଚ ଚାଲିଛି ା ଏମାନଙ୍କ କଥା ଛାଡ଼ନ୍ତୁ ଯଦି ମାନବ ଅଙ୍ଗ ଚାଲାଣ କଥା ସତ ହୁଏ ତେବେ ଏହା କୌଣସି ଡାକ୍ତରଙ୍କ ସହଯୋଗ ବିନା ସମ୍ଭବ ନୁହେଁ ା
ଯାହା ଅଭିଯୋଗ ହୋଇଛି କି ସନ୍ଦୀପ ଘୋଷ ହସପିଟାଲକୁ ଅାସୁଥିବା ଅଚିହ୍ନା ମୃତଦେହ କିମ୍ବା କେହି ଛାଡ଼ି ଯାଉଥିବା ମୃତଦେହଗୁଡ଼ିକୁ ନିଲାମ କରି ସେଥିରୁ ୨୦ ପ୍ରତିଶତ କମିଶନ୍ ନେଉଥିଲେ ା ପୁଣି ହସପିଟାଲରେ ବ୍ୟବହାର ହେବା ପରେ ଗେ୍ଲାଭ୍ସ ଓ ସିରିଞ୍ଜଗୁଡ଼ିକୁ ବାଂଲାଦେଶକୁ ଚାଲାଣ କରଥିଲେ ା ଯାହା ଏକ ବେଅାଇନ୍ ଏବଂ ଅପରାଧିକ କାର୍ଯ୍ୟ ା
ଏବେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ନେଇ ତାତି ଉଠିଛି ସାରା ଦେଶ ା ସରକାରୀ ଓ ବେସରକାରୀ ଡାକ୍ତରମାନେ ନ୍ୟାୟ ତଥା ସୁରକ୍ଷା ଦାବି କରି ଅାନେ୍ଦାଳନ ଚଳାଇଛନ୍ତି ା ହେଲେ ତା ଭିତରେ ପ୍ରଶ୍ନ ଉଠୁଛି ଯେ ଯେଉଁଠି ନିଜ ପେସାର ଲୋକେ ସଂପୃକ୍ତ ରହିବେ ସେଠି କରାଯିବ କଣ ? ସବୁଠାରୁ ଭଦ୍ର ଏବଂ ମହାନ୍ ପେସା ଭାବେ ଡାକ୍ତରୀ ପେସାକୁ ଧରାଯାଏ ା ତେବେ ମାତ୍ର କେତେଜଣ ହାତ ଗଣତି ଡାକ୍ତର ଅବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଯୋଗୁଁ ପୂରା ପେସା ଓ ବିଭାଗ ବଦନାମ ହେଉଛି ା ତେଣୁ ନ୍ୟାୟ ଓ ସୁରକ୍ଷା ଦାବି ସହିତ ଡାକ୍ତରମାନେ ନିଜ ପେସାକୁ ସ୍ୱଚ୍ଛ କରିବା ପାଇଁ ଏସ୍ଓପି ଅାଣିବା ଦରକାର ା କାରଣ ଅନେକ ସମୟରେ ବିଭିନ୍ନ କାରଣରୁ ଡାକ୍ତରମାନେ ବିବାଦୀୟ ହୋଇ ପଡୁଛନ୍ତି ା କେତେବେଳେ ଘଟଣରେ ସତ ଥାଏ ତ କେବେ ପୁଣି ମିଛ ଅଭିଯୋଗରେ ଛନ୍ଦି ହୋଇ ପଡ଼ନ୍ତି ଡାକ୍ତରମାନେ ା ..
ତେବେ ଅାମେ କହି ରଖୁଛୁ କି ସ୍ୱାସ୍ଥ୍ୟ ସେବା କେ୍ଷତ୍ରରେ ଏଭଳି ଯାହା ବି ଘଟଣା ହେଉଛି ତାହା ଶହେରୁ ଏକ କି ଦୁଇ ପ୍ରତିଶତ ହୋଇ ପାରେ ା ନହେଲେ ଡାକ୍ତରଙ୍କ ଉପରେ ଲୋକଙ୍କ ବିଶ୍ୱାସ ଓ ଭରସା ଏବେବି ଅତୁଟ ରହିଛି ା କିଛି ଟିକିଏ ହେଲେ ସେମାନେ ଦୌଡ଼ି ଯାଅାନ୍ତି ସେହିମାନଙ୍କ ପାଖକୁ ା ଯେମିତି ସବୁ କେ୍ଷତ୍ରରେ କିଛି ଅସାମାଜିକ ଥାଅାନ୍ତି ଠିକ୍ ସେମିତି ଡାକ୍ତରଙ୍କ ଭିତରେ କିଛି ଅଛନ୍ତି ା ସୀମାରେ ଯବାନଙ୍କ ଭଳି ଏମାନେ ଦେଶ ଭିତରେ ଅାମ ପାଇଁ ଲଢ଼େଇ କରୁଛନ୍ତି ା ଅାଜି ତାଙ୍କରି ଯୋଗୁଁ ଅାମେ ସୁସ୍ଥ ଜୀବନଯାପନ କରୁଛୁ ା ହେଲେ ଡାକ୍ତରୀ ପେସାକୁ ଅାଳ କରି ଏଭଳି ଜଘନ୍ୟ କାଣ୍ଡ କରୁଥିବା ବ୍ୟକ୍ତି କ୍ଷମାଯୋଗ୍ୟ ନୁହନ୍ତି ା