ବିପଦରେ ଡାକ୍ତରଙ୍କ ଚାକିରି ; ଏ.ଆଇ. ରୋବଟ କରିବ ଦାନ୍ତ ଚିକିତ୍ସା

ଦାନ୍ତ ସହିତ ଜଡ଼ିତ ସମସ୍ତ ରୋଗର ଚିକିତ୍ସା କରିବ ରୋବଟ । ଡେଣ୍ଟିଷ୍ଟ ରୋବଟ କହିବାର କାରଣ ହେଉଛି ଏହା ଡେଣ୍ଟିଷ୍ଟ ମାନଙ୍କ ଭଳି ହିଁ ଚିକିତ୍ସା କରିଥାଏ। ନଷ୍ଟ ହୋଇ ଯାଇଥିବା ଦାନ୍ତକୁ କାଢିବା ହେଉ କିମ୍ବା ଦାନ୍ତ ମଧ୍ୟରେ ଫିଲିଙ୍ଗ କରିବା ଭଳି କାର୍ଯ୍ୟ ହେଉ ଏହି ରୋବଟ ସମସ୍ତ କାର୍ଯ୍ୟ କରିବା ପାଇଁ ସମର୍ଥ ଅଟେ ।

(କେନ୍ୟୁଜ ବ୍ୟୁରୋ): ଦୀର୍ଘଦିନ ହେବ ମେଡିକାଲ ମାନଙ୍କରେ ରୋବଟର ବ୍ୟବହାର ହେଉଛି । କାରଣ ଅନେକ ସମୟରେ ମେଡିକାଲ କ୍ଷେତ୍ରରେ ଏପରି ଘଟଣା ଆସିଥାଏ ଯେ, ଯାହାକୁ ଡାକ୍ତରମାନେ ପରିଚାଳନା କରିବା ସମ୍ଭବ ହୋଇନଥାଏ । ଏପରି ପରିସ୍ଥିତିରେ ରୋବଟ୍ସ ମାନଙ୍କ ସାହାଯ୍ୟ ନିଆଯାଇଥାଏ । କିନ୍ତୁ ଅତି ସାଧାରଣ ସ୍ତରରେ ହିଁ ଏମାନଙ୍କର ବ୍ୟବହାର କରାଯାଇଥାଏ । ବର୍ତ୍ତମାନ ସୁଦ୍ଧା ମେଡିକାଲ ଜଗତରେ ବଡ଼ ରୋବଟ୍ସ ମାନଙ୍କ ବ୍ୟବହାର କରାଯାଇ ନାହିଁ । ସମୟ ସହିତ ଟେକନିକ୍‌ରେ ଉନ୍ନତି ଘଟିଛି ଏବଂ ରୋବଟ୍ସମାନଙ୍କ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି, ଯାହା ଦ୍ୱାରା ବିଭିନ୍ନ ରୋଗରେ ପିଡ଼ିତ ରୋଗୀ ମାନଙ୍କ ଜୀବନ ବଞ୍ଚା ଯାଇ ପାରିବ ।

ସୂଚନା ଅନୁସାରେ ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀମାନେ ମିଳିତ ଭାବେ ଏପରି ରୋବଟ ପ୍ରସ୍ତୁତ କରୁଛନ୍ତି ଯେଉଁ ରୋବଟ ଗୁଡ଼ିକ ଯେକୌଣସି ରୋଗୀଙ୍କୁ ଠିକ କରି ପାରିବ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ରୋବଟ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣମାନେ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

ପ୍ରକୃତରେ ଏହି ରୋବଟ ଏକ ଡେଣ୍ଟିଷ୍ଟ ରୋବଟ ଅଟେ । ଆମେ ଏହାକୁ ଡେଣ୍ଟିଷ୍ଟ ରୋବଟ କହିବାର କାରଣ ହେଉଛି ଏହା ଡେଣ୍ଟିଷ୍ଟ ମାନଙ୍କ ଭଳି ହିଁ ଚିକିତ୍ସା କରିଥାଏ। ଏହା ଦାନ୍ତ ସହିତ ଜଡ଼ିତ ସମସ୍ତ ରୋଗର ଚିକିତ୍ସା କରିଥାଏ। । ଏପରିକି ଦାନ୍ତ କାଢ଼ିବା ଭଳି କାମ ମଧ୍ୟ ଏହି ରୋବଟ କରି ପାରିବ । ଆପଣ ମାନେ ଜାଣି ରଖନ୍ତୁ, ଏହି ରୋବଟ ଯନ୍ତ୍ରପାତି ସହିତ ଜଡ଼ିତ ଏବଂ ଆବଶ୍ୟକ ଅନୁଯାୟୀ ରୋବଟରେ ଖଞ୍ଜିତ ଥିବା ଯନ୍ତ୍ରକୁ ଏହା ବ୍ୟବହାର କରିପାରିବ । ନଷ୍ଟ ହୋଇ ଯାଇଥିବା ଦାନ୍ତକୁ କାଢିବା ହେଉ କିମ୍ବା ଦାନ୍ତ ମଧ୍ୟରେ ଫିଲିଙ୍ଗ କରିବା ଭଳି କାର୍ଯ୍ୟ ହେଉ ଏହି ରୋବଟ ସମସ୍ତ କାର୍ଯ୍ୟ କରିବା ପାଇଁ ସମର୍ଥ ଅଟେ । ଏହି ରୋବଟ ସାହାଯ୍ୟରେ ସମସ୍ତ କାର୍ଯ୍ୟ ସହଜରେ କରାଯାଇ ପାରିବ । ଏହି ରୋବଟ ମାନଙ୍କ ପାଇଁ ଡାକ୍ତରଙ୍କ ଚାକିରି ବିପଦରେ ଥିବା ଚର୍ଚ୍ଚା ହେଉଛି । ତେବେ ଏହି ରୋବଟ ବର୍ତ୍ତମାନ ବନ୍ଦ ହୋଇ ରହିଛି ଏବଂ ଏହା ଉପରେ ବର୍ତ୍ତମାନ ମଧ୍ୟ କାର୍ଯ୍ୟ ଜାରି ରହିଛି ।