ବିବାହ ମଣ୍ଡପରେ ନାକେଦମ କଲା କୁକୁର, କନିଆକୁ ବଞ୍ଚାଇବା ପାଇଁ ଦୌଡ଼ିଲେ ଘର ଲୋକେ

ଚାଲିଛି ବିବାହ ଋତୁ । ଏହି ସମୟରେ ପ୍ରତିଦିନ ସୋସିଆଲ ମିଡିଆରେ ବିବାହ ସମ୍ବନ୍ଧୀୟ ଭିଡିଓ ଦେଖିବାକୁ ମିଳୁଛି । କିଛି ଭିଡିଓ ୟୁଜରଙ୍କୁ କନ୍ଦାଇ ଦେଉଛି ତ ଆଉ କିଛି ଲୋକଙ୍କ ମୁହଁରେ ହସ ଆଣି ଦେଉଛି ଏହି ଭିଡିଓ । ବେଳେବେଳେ କିଛି ଭିଡିଓ ଏତେ ମଜାଳିଆ ହୋଇଥାଏ ଯେ ଆମେ ନିଜ ହସକୁ କଣ୍ଟ୍ରୋଲ କରିବା କଷ୍ଟକର ହୋଇପଡ଼େ । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିବା ପରେ ଆପଣ ବି ନିଜ ହସକୁ ରୋକି ପାରିବେନି । ଭାଇରାଲ ହୋଇଥିବା ଭିଡିଓରେ ଗୋଟିଏ କୁକୁର ବିବାହ ମଣ୍ଡପରେ ପଶି ଲୋକଙ୍କୁ ନାକେଦମ କରିଥିଲା । କୁକୁରର ଏପରି ଅଜବ ଆଚରଣ ଦେଖି ମଣ୍ଡପରେ ଉପସ୍ଥିତ ଥିବା ଲୋକ ଏବଂ ବର ମଧ୍ୟ ଡରି ଯାଇଥିଲେ । ଆଉ କନିଆ କଥା ତ ନକହିବା ଭଲ ।

ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ବର ଏବଂ କନିଆ ସମେତ ଅନ୍ୟ ଘର ଲୋକେ ମଣ୍ଡପରେ ଉପସ୍ଥିତ ଅଛନ୍ତି । କିନ୍ତୁ ହଠାତ୍ ଏକ ଘରୋଇ କୁକୁର ମଣ୍ଡପରେ ପଶି ସମସ୍ତଙ୍କୁ ହଇରାଣ ହରକତ କରିଛି । କୁକୁରକୁ ଦେଖି ମଣ୍ଡପରେ ଉପସ୍ଥିତ ଲୋକମାନେ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଲେ । ଲୋକମାନେ କୁକୁର ଠାରୁ ବଞ୍ଚିବା ପାଇଁ ଏଣେ ତେଣେ ଦୌଡ଼ୁଥାନ୍ତି । ଏହି ସମୟରେ କୁକୁର ସିଧା ଯାଇ କନିଆ ପାଖରେ ପହଞ୍ଚି ଯାଇଥିଲା । ସ୍ଥିତି ଏତେ ଖରାପ ହୋଇଗଲା ଯେ କନିଆ ମଣ୍ଡପ ଛାଡ଼ି ବାହାରକୁ ପଳାଇ ଆସିଥିଲେ । ଏହି ସମୟରେ ମଣ୍ଡପରେ ସଜାଯାଇଥିବା ଜିନିଷ ସବୁ ନଷ୍ଟ ହୋଇଯାଇଥିଲା । ତେବେ ଜଣେ ବ୍ୟକ୍ତି କୁକୁରର ଧ୍ୟାନକୁ ନିଜ ଆଡକୁ ନେଇଥିଲେ । ପରେ କୁକୁର ସେହି ବ୍ୟକ୍ତିଙ୍କୁ ଗୋଡ଼ାଇବାକୁ ଲାଗିଥିଲା । ତେବେ ବିବାହକୁ ଆସିଥିବା କ୍ୟାମେରାମ୍ୟାନ ପୂରା ଘଟଣାକୁ ରେକର୍ଡ କରିଥିଲେ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭାଇରାଲ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବ୍ରାଇଡାଲ_ଲେହେଙ୍ଗା_ ଡିଜାଇନ ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୩.୫ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି । ଅନ୍ୟପଟେ ୪,୯୩,୦୦୦ରୁ ଅଧିକ ଲୋକ ମଧ୍ୟ ଏହାକୁ ଲାଇକ୍ କରିଛନ୍ତି । ଲୋକମାନେ ଭିଡିଓ ଦେଖିବା ପରେ  ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି ।