ମାନବିକତା ଦେଖାଇଲେ କୁକୁର, ଛୋଟ ଛୋଟ ପିଲାଙ୍କୁ ରାସ୍ତା ପାର କରାଇଲେ

ରାସ୍ତାରେ କାର, ବାଇକ ଚଳାଉଥିବା ଚାଳକ ମାନେ ଏତେ ଵ୍ୟସ୍ତରେ ଥାନ୍ତି କି କାହାକୁ ଅପେକ୍ଷା କରିବା କିମ୍ବା ରହିବାର ନାଁ ନିଅନ୍ତି ନାହିଁ । ଘରୁ ବାହାରିବା ମାତ୍ରେ କେମିତି ଅଫିସରେ ପହଂଚିବେ ସେନେଇ ବ୍ୟସ୍ତ ଥାନ୍ତି । ଆଉ ଏହି ସମୟରେ ଯଦି ଜଣେ କେହି ରାସ୍ତା ପାର କରୁଥିବାର ଦେଖନ୍ତି କିମ୍ବା ନଜରରେ ପଡ଼ିଯାଏ ସେମାନେ ତାଙ୍କ ଉପରେ ବିରକ୍ତ ହୋଇଯାନ୍ତି । ଆପଣ ନିଜ ଆଖପାଖର ଲୋକଙ୍କ ମଧ୍ୟରେ ଏପରି ଘଟଣା ନିଶ୍ଚିତ ରୂପେ ଦେଖିଥିବେ । ସାଧାରଣତଃ ପଶ୍ଚିମି ଦେଶ ଗୁଡିକରେ ସ୍ଥିତି କିଛିଟା ଭଲ ଥିବାବେଳେ ଭାରତରେ କିନ୍ତୁ ଅଜବ ଘଟଣା ସବୁ ଦେଖିବାକୁ ମିଳିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେଉଁଠି ମଣିଷ ମାନେ ମାନବିକତା ହରାଉଥିବା ଦେଖିବାକୁ ମିଳୁଛି ସେଠି କିନ୍ତୁ କୁକୁରଙ୍କ ଉପସ୍ଥିତ ବୁଦ୍ଧି ସମସ୍ତଙ୍କ ପ୍ରଶଂସା ସାଉଁଟିଛି । ପିଲାମାନଙ୍କୁ ସଡକ ପାର କରାଉଥିବା ନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

 

ଭିଡିଓଟିରେ ଆପଣ ଦେଖିପାରିବେ ଏକ କୁକୁର ଛୋଟ ପିଲାମାନେ କେମିତି ସୁରୁଖୁରୁରେ ରାସ୍ତା ପାର କରିବେ ସେହି କାରଣରୁ ଗାଡି ଗୁଡିକୁ ଅଟକାଇ ଦେଉଛନ୍ତି । ଆଉ ଏହା ପରେ ପିଲାମାନେ ଖୁବ ଆରାମରେ ସଡକ ପାର ହେଉଛନ୍ତି । ଭିଡିଓରେ ଆପଣ ମାନେ ଦେଖିପାରିବେ କିଣ୍ଡରଗାର୍ଡେନ ସ୍କୁଲର ଏକ ଛୋଟ ପିଲାଙ୍କ ଗ୍ରୁପ ନିଜ ଶିକ୍ଷୟିତ୍ରୀଙ୍କ ସହିତ ଚାଲି ଚାଲି ରାସ୍ତା ପାର ହେଉଛନ୍ତି । ପେଡ଼ିସ୍ଟ୍ରେସିଆନ ଗାରରେ ଚାଲୁଥିବା ବେଳେ କୁକୁର ଅନ୍ୟ ପଟରୁ ଆସି ପିଲା ମାନେ କାରକୁ ଅଟକାଇ ଦେଉଛନ୍ତି ଆଉ ଭୁକିବାକୁ ଲାଗୁଛନ୍ତି । ଆଉ କୁକୁର ରାସ୍ତା ପାର ହେଉଥିବା ବେଳେ ପିଲାମାନେ ବି ସେହି ସମୟରେ ରାସ୍ତା ପାର କରିଦେଉଛନ୍ତି । କୁକୁରର ଏପରି କାମକୁ ଦେଖିଲେ ଯେମିତି ଲାଗୁଛି ସେ ନିଜ ଦାୟିତ୍ୱକୁ ଠିକ ଭାବରେ ସମ୍ପାଦନ କରୁଛି । ଏହି ଭିଡିଓଟି ଏତେ ମାତ୍ରାରେ ଭାଇରଏଲ ହୋଇଥିଲା ଯେ ସେହି କୁକୁର ମାନଙ୍କୁ ପୁରସ୍କୃତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.