ପିତୃ ପକ୍ଷରେ ଏହି ଜିନିଷ କରନ୍ତୁ ଦାନ, ବୃଦ୍ଧି ହେବ ସୁଖ ସମୃଦ୍ଧି

ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ପିତୃ ପକ୍ଷରେ ଆମେ ଆମର ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ଓ ପିତୃ ଦୋଷରୁ ବଞ୍ଚିବାକୁ ହେଲେ ଗଙ୍ଗା ସ୍ନାନ, ପିଣ୍ଡ ଦାନ, ଶ୍ରାଦ୍ଧ କର୍ମ ଓ ତର୍ପଣ ଆଦି କରିଥାନ୍ତି । ମାନ୍ୟତା ଯେ ଏହାଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୋଇ ଆଶିର୍ବାଦ ଦେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପିତୃ ପକ୍ଷ ଅବସରରେ କିଛି ଦାନ ଫଳଦାୟୀ ହୋଇଥାଏ । ଏହାଦ୍ୱାରା ଜୀବନରେ ସୁଖ ସୌଭାଗ୍ୟ ଓ ସମୃଦ୍ଧି ବଢ଼ିଥାଏ । ଆସନ୍ତୁ ଜାଣିବା ଶ୍ରାଦ୍ଧ ପକ୍ଷରେ ଜ୍ୟୋତିଷ ଅନୁସାରେ କେଉଁ ଜିନିଷ ଦାନ କରିବା ଉଚିତ୍‌ ।

ଅନ୍ନ ଦାନ

ଶାସ୍ତ୍ର ଅନୁଯାୟୀ ଅନ୍ନ ଦାନ ବହୁତ ପୂଣ୍ୟଦାୟୀ ହୋଇଥାଏ । କଳିଯୁଗରେ ଏହାକୁ ମହାଦାନର ସଂଜ୍ଞା ଦିଆଯାଇଛି । ପିତୃ ପକ୍ଷରେ କେହି ଗରୀବ ବ୍ୟକ୍ତି ବା ବ୍ରାହ୍ମଣଙ୍କୁ ଅନ୍ନ ଦାନ ଦେବା ଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୋଇ ବଂଶ ବୃଦ୍ଧିର ଆଶିର୍ବାଦ ଦେଇଥାନ୍ତି ।

ତିଳ ଦାନ

ଶାସ୍ତ୍ର ଅନୁସାରେ ଶ୍ରାଦ୍ଧ କର୍ମର ପୂଜାରେ ତିଳ ବ୍ୟବହାର ଶୁଭ ହୋଇଥାଏ । ମାନ୍ୟତା ଯେ ଏହା ବିନା ପିତୃପୁରୁଷଙ୍କୁ ଦିଆଯାଉଥିବା ଜଳ ତାଙ୍କୁ ମିଳି ନଥାଏ । ଯଦି ଶ୍ରାଦ୍ଧ କରି ନପାରନ୍ତି ତେବେ ଏକ ମୁଠା ତିଳ ଦାନ କରି ପୂଣ୍ୟ ଫଳ ପ୍ରାପ୍ତ କରି ପାରନ୍ତି ।

ଘିଅ ଦାନ

ଆଶ୍ୱିନ ମାସ ସହିତ ପିତୃ ପକ୍ଷରେ ଯେ କେହି ଗାଇ ଦୁଧରେ ପ୍ରସ୍ତୁତି ଶୁଦ୍ଧ ଘିଅ ଦାନ ନିଜର ପିତୃ ପୁରୁଷଙ୍କ ପାଇଁ କରନ୍ତି, ଏଥିରେ ପିତୃପୁରୁଷ ଖୁସି ହୋଇ ଆଶିର୍ବାଦ ଦେଇଥାନ୍ତି ।

ଲୁଣ ଦାନ

ପିତୃ ପକ୍ଷରେ ଅନ୍ନ ସହିତ ଲୁଣ ଦାନ କରିବା ମଧ୍ୟ ଜରୁରୀ ହୋଇଥାଏ । ଜ୍ୟୋତିଷ ମାନ୍ୟତା ଯେ ଲୁଣ ଦାନ କରିବା ଦ୍ୱାରା ପିତୃ ଦୋଷ ଦୂର ହେବା ସହ ଆପଣଙ୍କ ଜୀବନରେ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.