ସୂତକ ଏବଂ ଗ୍ରହଣ ଲାଗିଥିବା ସମୟରେ କ’ଣ କରିବା ଅନୁଚିତ, ଜାଣିବା ଜରୁରୀ

ଆଜି ସୂର୍ଯ୍ୟୋପରାଗ । ବର୍ଷର ଶେଷ ସୂର୍ଯ୍ୟୋପରାଗ ଆଜି ପଡୁଛି। ରାତିରୁ ବନ୍ଦ ହୋଇଗଲାଣି ଦେବନୀତି ଏବଂ ପାକ୍‌ ଗ୍ରହଣ । ଆଜି ଅପରାହ୍ନ ୪.୫୭ ମିନିଟରୁ ପରାଗ ଆରମ୍ଭ ହେଉଛି। ୬.୨୫ ମିନିଟରେ ପରାଗ ଶେଷ ହେଉଛି। ତେଣୁ ସେହି ସମୟରେ ସୂର୍ଯ୍ୟଙ୍କୁ ଦର୍ଶନ କରିପାରିବେ ନାହିଁ। ମୋକ୍ଷ ପାଇବା ପରେ ଦେବନୀତି ତା ପର ଦିନ ମାନେ ୨୬ ତାରିଖରୁ ଆରମ୍ଭ ହେବ।

ଜ୍ୟୋତିଷଙ୍କ ଅନୁଯାୟୀ ଏହି ସୂର୍ଯ୍ୟୋପରାଗ ବୃଷ, ସିଂହ, ଧନୁ ଓ ମକର ରାଶିର ଲୋକଙ୍କ ପାଇଁ ଶୁଭ ବୋଲି କୁହାଯାଇଛି । ଏହି ସମୟରେ ମେଷ, କୁମ୍ଭ ଓ ମିଥୁନ ଲୋକଙ୍କ ପାଇଁ ମିଶ୍ରିତ ରହିବ। ଏହା ବ୍ୟତୀତ ଅବଶିଷ୍ଟ ୫ଟି ରାଶି ମାନେ କର୍କଟ, କନ୍ୟା, ତୁଳା, ବିଛା ଓ ମୀନ ଉପରେ ଏହି ପରାଗ ନକାରାତ୍ମକ ପ୍ରଭାବ ପକାଇପାରେ।

ତେବେ ସୂର୍ଯ୍ୟୋପରାଗ ସମୟରେ କିଛି ଜିନିଷ କରିବାକୁ ବାରଣ କରାଯାଇଥାଏ। ତେବେ ସୂତକ କାଳରେ ଏମିତି କିଛି କରିବାକୁ ବାରଣ କରାଯାଇଛି, ଯାହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ସୂର୍ଯ୍ୟୋପରାଗ ୪.୪୦ ମିନିଟରୁ ଆରମ୍ଭ ହୋଇ ୫.୨୪ ପର୍ଯ୍ୟନ୍ତ ରହିବ। ସୂର୍ଯ୍ୟୋପରାଗ ଯୋଗୁଁ ଗୋବର୍ଦ୍ଧନ ପୂଜା ଆସନ୍ତାକାଲି ଏବଂ ଯମ ଦ୍ୱିତୀୟା ୨୭ ତାରିଖରେ ପାଳନ କରାଯିବ। ତେବେ ସୂର୍ଯ୍ୟୋପରାଗ ସମୟରେ କ’ଣ କରିବା ଅନୁଚିତ ଜାଣିରଖନ୍ତୁ….

ପୂଜା ପାଠ କରିବା ମନା :

କୌଣସି ଗ୍ରହଣ କିମ୍ବା ପରାଗ ସମୟରେ ସୂତକ କାଳରେ ଭଗବାନଙ୍କୁ ପୂଜା କରିବା ଉଚିତ ନୁହେଁ।ଏହି ସମୟରେ ସେଥିପାଇଁ ମନ୍ଦିର ବନ୍ଦ ରୁହେ। ଏହାଛଡା ସୂତକ କାଳରେ ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବା ପାଇଁ ମନା କରାଯାଇଛି।

ଭୋଜନ କରନ୍ତୁ ନାହିଁ :

ସୂର୍ଯ୍ୟୋପରାଗ ସମୟରେ ଖାଇବା ବାରଣ କରନ୍ତୁ। ଏହି ସମୟ ଭୋଜନ ପାଇଁ ଅଶୁଦ୍ଧ ହୋଇଥାଏ। ଯେଉଁ ଲୋକ ଗ୍ରହଣ ସମୟରେ ଭୋଜନ କରନ୍ତି, ସେମାନେ ଅନେକ ରୋଗରେ ପୀଡିତ ହୁଅନ୍ତୁ। ଏହି ସମୟରେ ଖାଇବା, ଦହି, ଚଟଣୀ, ଆଚାର ଇତ୍ୟାଦିରେ ଦୁବ ରଖିଦିଅନ୍ତୁ। ଏହି ଖାଦ୍ୟ ଅଶୁଦ୍ଧ ହେବ ନାହିଁ। କିନ୍ତୁ କଞ୍ଚା ଜିନିଷରେ କୌଣସି ଜିନିଷ ପକାନ୍ତୁ ନାହିଁ।

କରନ୍ତୁ ନାହିଁ ଏହି କାମ :

ଗ୍ରହଣ କିମ୍ବା ସୂତକ ସମୟରେ ଶୋଇବା, ନଖ କାଟିବା, ଭୋଜନ କରିବା, ତେଲ ଲଗାଇବା, ବାଳ କାଟିବା ଇତ୍ୟାଦି କାମ କରିବା ଜରୁରୀ ନୁହେଁ। ଏହି ସମୟରେ ମିଛ କହିବା, ଛନ୍ଦ କପଟ, ବେକାର କଥାବାର୍ତ୍ତା, ମଳ ମୂତ୍ର ବିସର୍ଜନ ଇତ୍ୟାଦି କରିବା ଉଚିତ ନୁହେଁ। ସୂର୍ଯ୍ୟୋପରାଗ ହେବା ସମୟରେ ଏହିସବୁ ରିତି କରିବା ଉଚିତ ନୁହେଁ। ସୂର୍ଯ୍ୟୋପରାଗ ସମୟରେ ଏମିତି ଜିନିଷ କଲେ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖିବାକୁ ମିଳିଥାଏ।

କିନ୍ତୁ ଗର୍ଭବତୀ ମହିଳା ସମୟ ଅନୁସାରେ ଖାଇବା ସହିତ ଔଷଧ ମଧ୍ୟ ଖାଇପାରିବେ।

 

Leave A Reply

Your email address will not be published.