ସକାଳୁ ଉଠି ଭୁଲରେ ବି ଏସବୁ ଜିନିଷ ଦେଖନ୍ତୁ ନାହିଁ, ଚିନ୍ତାରେ କଟିବ ପୂରା ଦିନ

ସକାଳ ସମୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କୁହାଯାଏ, ସକାଳଠାରୁ ଭଲ ସମୟ ଦିନ ଭିତରେ ଆଉ କିଛି ନାହିଁ। ଶାସ୍ତ୍ର ମୁତାବକ, ବ୍ୟକ୍ତିଙ୍କର ସକାଳ ସମୟଟି ଯଦି ଭଲରେ କଟେ ତେବେ ଦିନ ସାରା ଭଲରେ କଟେ ବୋଲି ବିଶ୍ୱାସ ରହିଛି। ଏହି କାରଣରୁ ସକାଳେ ପୂଜା ପାଠ, ବ୍ୟାୟାମ, ପ୍ରାଣାୟାମ ଆଦି ଭଲ କାମ କରିବା ଉଚିତ। କିନ୍ତୁ ସକାଳେ ଯଦି ଭୁଲରେ ବି ଆପଣ କେତେକ ଜିନିଷ ଦେଖି ଦିଅନ୍ତି ତେବେ ସାରା ଦିନ ଖରାପ ହୋଇଯାଏ। ତେବେ ଆସନ୍ତୁ ଜାଣିବା ସକାଳୁ କେଉଁ କେଉଁ ଜିନିଷ ଦେଖିବା ଅଶୁଭ ହୋଇଥାଏ…

ଆଇନା:

ପ୍ରାୟତଃ ଲୋକମାନେ ସକାଳୁ ଉଠିବା ପରେ ଆଇନା ସାମ୍ନାରେ ଛିଡ଼ା ହୋଇଯାଆନ୍ତି। କିନ୍ତୁ ଶାସ୍ତ୍ରରେ ଏମିତି କରିବାକୁ ମନା କରାଯାଇଛି। ସକାଳୁ ଉଠି ଆଇନା ଦେଖିବା ଫଳରେ ନକରାତ୍ମକ ଉର୍ଜା ସଞ୍ଚରିତ ହୁଏ। ଫଳରେ ହେବା କାମ ବି ହୋଇନଥାଏ।

ବେସିନ୍‌ରେ ଥିବା ବାସନ:

ଶାସ୍ତ୍ର ମୁତାବକ, ରାତିରେ ରୋଷେଇ ଘରେ ମଇଳା କିମ୍ବା ଅଇଁଠା ବାସନ ରଖିବା ଉଚିତ ନୁହେଁ। ଯଦି ସକାଳୁ ଉଠି ବେସିନ୍‌ରେ ଅଇଁଠା ବାସନ ପଡ଼ିଥିବାର ଦେଖିଥାନ୍ତି ତେବେ ଦିନଟି ଟେନ୍ସନ୍‌ରେ କଟେ।

ବନ୍ଦ ଘଣ୍ଟା:

ସକାଳୁ ଉଠୁ ଉଠୁ ନଜର ଯଦି ବନ୍ଦ ଥିବା ଘଣ୍ଟା ଘଣ୍ଟା ଉପରେ ପଡ଼େ, ତେବେ ସବୁ କାମ ଠପ୍‌ ହୋଇଯାଏ। ବନ୍ଦ ଘଣ୍ଟା ଦେଖିବା ଦ୍ୱାରା ଘରେ ଝଗଡ଼ା ହେବାର ସମ୍ଭାବନା ବି ରହିଛି।

ଜୀବଜନ୍ତୁଙ୍କ ଫଟୋ:

ପ୍ରାୟତଃ ଲୋକମାନେ ଘରେ ଜୀବଜନ୍ତୁଙ୍କ ଫଟୋ ଲଗାଇଥାନ୍ତି। କିନ୍ତୁ ଏଭଳି ଫଟୋକୁ ସକାଳୁ ସକାଳୁ ଉଠି ଦେଖିବା ଅଶୁଭ ହୋଇଥାଏ। କୁହାଯାଏ, ସକାଳୁ ଯଦି ଭୁଲରେ ଏମିତି ଫଟୋ ଉପରେ ନଜର ପଡ଼େ ତେବେ ପୂରା ଦିନ ବିବାଦରେ କଟେ। ଏଣୁ ଏସବୁ ଫଟୋକୁ ଶୋଇବା ଘରେ ଲଗାଇବା ଠାରୁ ବିରତ ରହିବା ଉଚିତ।