ସ୍ପେଶାଲ

ଆରମ୍ଭ ହେଲା ପିତୃପକ୍ଷ, ଜାଣନ୍ତୁ କ’ଣ କରିବା ଏବଂ କ’ଣ ନ କରିବା ଉଚିତ

ଚଳିତବର୍ଷ ପିତୃପକ୍ଷ ଆରମ୍ଭ ହୋଇଯାଇଛି । ଏ ବର୍ଷ ପିତୃପକ୍ଷ ୨୯ ସେପ୍ଟେମ୍ବରରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ତର୍ପଣ ଏବଂ ତାଙ୍କ ଆତ୍ମାର ସଦ୍ଗତି ପାଇଁ ପିଣ୍ଡଦାନ କରିଥାନ୍ତି । ଏହି ବର୍ଷର ପିତୃପକ୍ଷ ଅତ୍ୟନ୍ତ ଗୁରୁତ୍ୟପୂର୍ଣ୍ଣ କାରଣ ଦୀର୍ଘ ୩୦ ବର୍ଷ ପରେ ସର୍ବାର୍ଥ ସିଦ୍ଧି ଏବଂ ଅମୃତ ସିଦ୍ଧି ଯୋଗ ଏକତ୍ର ହେଉଛି । ସନାତନ ଧର୍ମ ଅନୁଯାୟୀ ପିତୃପକ୍ଷରେ ପୂର୍ବଜ ଏବଂ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଏ। ଏହି ପନ୍ଦର ଦିନ ପିତୃପୁରୁଷକୁ ସମର୍ପିତ କରାଯାଇଥାଏ। ସେଥିପାଇଁ ଏହି ସମୟରେ ଅନେକ ଜିନିଷ ଖାଇବାକୁ ବାରଣ କରାଯାଇଥାଏ। ଏଭଳି ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ଯେଉଁ ରସାୟନ ଉତ୍ପାଦ ହୋଇଥାଏ, ତାହା ଆମ୍ଭ ଏକାଗ୍ରତାକୁ ଭଙ୍ଗ କରିଥାଏ।

ଧାର୍ମିକ ଦୃଷ୍ଟିକୋଣରୁ ପିତୃପକ୍ଷ ସମୟରେ ପିଆଜ, ରସୁଣ, ମାଂସ, ଅଣ୍ଡା ଏବଂ ମଦିରା ପାନ କରିବା ନିଷେଧ। କେବଳ ଏତିକି ନୁହେଁ, ଏହା ସହିତ ଆପଣ ଅନେକ ଡାଲିଜାତୀୟ ଜିନିଷ ଯେପରିକି ମସୁର, ବିରି, ଚଣା, ସୋରିଷ, କଳାଲୁଣ, କଳାଜିରା ଇତ୍ୟାଦି ଖାଇବା ଉଚିତ ନୁହେଁ। ଏହାମଧ୍ୟରେ ଥିବା ଅନେକ ଜିନିଷ ଆମ ଶରୀରରେ ଗ୍ୟାସ ସମସ୍ୟା ବଢାଇବା କାମ କରୁଥିବା ବେଳେ ଅନ୍ୟ କେତେକ ଖାଦ୍ୟ ନିଜ ଆଡକୁ ଆକର୍ଷିତ କରିଥାଏ। ଦୁଇଟି ଯାକ ପରିସ୍ଥିତିରେ ମନକୁ ଶାନ୍ତ ରଖିବାରେ ସମସ୍ୟା ହୋଇପାରେ । ଏଭଳି ଗରିଷ୍ଠ ଖାଦ୍ୟ ଖାଇବା ଦ୍ୱାରା ଧ୍ୟାନ ଏପଟସେପଟ ହୋଇଥାଏ, ଯାହା ଫଳରେ ପୂଜାର୍ଚ୍ଚନା ସଠିକ ଭାବେ ହୋଇପାରେ ନାହିଁ। ସେଥିପାଇଁ ଧାର୍ମିକ ଭାବେ ଏହି ଜିନିଷକୁ ଅପବିତ୍ର ବୋଲି ଧରାଯାଏ।

ଏହାଛଡା ଏହି ସମୟରେ ଆହୁରି ଅନେକ ଜିନିଷ କରିବାକୁ ବାରଣ କରାଯାଇଥାଏ। ଯେପରିକି ମଇଳା ଡ୍ରେସ ପିନ୍ଧିବା, କେଶ କାଟିବା, ନଖ କାଟିବା, ସେଭିଂ ଇତ୍ୟାଦି କରିବାକୁ ବାରଣ କରାଯାଇଛି। ଯେଉଁମାନେ ପିତୃପକ୍ଷରେ ଶ୍ରାଦ୍ଧ ଦିଅନ୍ତି, ଏହି ନିୟମ ସେମାନଙ୍କ ଲାଗୁ ହୋଇଥାଏ। ଏହି ସମୟରେ ସାତ୍ତ୍ୱିକ ଜୀବନଶୈଳୀ ମଧ୍ୟ ଆପଣାଇବାକୁ ପରାମର୍ଶ ଦିଆଯାଏ। ପିତୃପକ୍ଷ ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ବାରଣ କରାଯାଏ। ସନ୍ଧ୍ୟା ସମୟରେ ଦେଶୀ ଘିଅରେ ଦୀପ ଜାଳିବା ଦ୍ୱାରା ପିତୃକୃପା ମିଳିଥାଏ ବୋଲି କୁହାଯାଏ।

Image Credit: astrolaabh

ପିତୃପକ୍ଷରେ କଣ କରିବେ ନାହିଁ :

୧-ବ୍ରହ୍ମଚର୍ଯ୍ୟ ପାଳନ କରିବେ ।

୨-ନିଶ, ଦାଢ଼ି ଓ ବାଳ କିମ୍ବା ନଖ କାଟିବେ ନାହିଁ ।

୩-ଲୁହାର ବାସନ କୁସନ ବ୍ୟବହାର କରନ୍ତୁ ନାହିଁ ।

୪-କୌଣସି ବ୍ୟକ୍ତି ହେଉ କିମ୍ବା ପଶୁ ପକ୍ଷୀଙ୍କୁ ହତାଦର କରନ୍ତୁ ନାହିଁ ।

୫-କାହା ସହିତ ଝଗଡ଼ା କରନ୍ତୁ ନାହିଁ । ସବୁ ବେଳେ ଶାନ୍ତ ମନରେ କାମ କରନ୍ତୁ ।

୬-ଦ୍ବିପ୍ରହର ସମୟରେ ନିଜେ ଭୋଜନ କରିବା ସହ ବ୍ରାହ୍ମଣ ଭୋଜନ ମଧ୍ୟ କରାନ୍ତୁ ।

୭-ମଦ, ମାଂସ, ଯେକୌଣସି ପ୍ରକାର ନିଶା ଠାରୁ ଦୂରେଇ ରୁହନ୍ତୁ ।

୮-ବାସି ଖାଦ୍ୟ ଖାଆନ୍ତୁ ନାହିଁ କିମ୍ବା କାହାକୁ ଖାଇବାକୁ ଦିଅନ୍ତୁ ନାହିଁ ।

୯-ଏହି ସମୟରେ କୌଣସି ନୂତନ ବସ୍ତୁ କିମ୍ବା ଘର କି ଯାନବାହନ କିଣନ୍ତୁ ନାହିଁ ।

୧୦-ଏହି ପକ୍ଷରେ ଶ୍ମଶାନ ଆଦି ସ୍ଥାନକୁ ଏକାକୀ ଯାଆନ୍ତୁ ନାହିଁ ।

Swagatika

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

18 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

21 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

24 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

30 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

45 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago