ଅସହାୟ ପରିବାରକୁ ସେ ସାହା ହୋଇଛନ୍ତି

କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ନିନ୍ଦିତ କରିବା ପାଇଁ ଚାଲିଛି ବଡ଼ ଷଡ଼ଯନ୍ତ୍ର । କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ମିଛ ପ୍ରଚାରକୁ ନେଇ ମୁହଁ ଖୋଲୁଛନ୍ତି ଜଣେ ପରେ ଜଣେ ବ୍ୟକ୍ତି ବିଶେଷ । ହେଲେ ଯେତିକି ମିଛ ଅଭିଯୋଗ ଆସୁଛି ତାଠାରୁ ଶହେଗୁଣ ଅଧିକ ତାଙ୍କ ଭଲ କାମକୁ ଲୋକେ ବୟାନ୍ କରୁଛନ୍ତି । ଅଚ୍ୟୁତ ସାମନ୍ତଙ୍କ ସମର୍ଥନରେ ବାହାରିଛନ୍ତି ଭଂଜନଗର ହରିଜନ ସାହିର ଏକ ଅନାଥ ପରିବାର । ଭୁଲ ଖବର ବାଣ୍ଟୁଥିବା ଗଣମାଧ୍ୟମକୁ ଦେଇଛନ୍ତି ଶକ୍ତ ଚାପୁଡ଼ା । କିପରି ସେମାନଙ୍କ ତ୍ରାଣକର୍ତ୍ତା ସାଜିଛନ୍ତି ଅଚ୍ୟୁତ ସାମନ୍ତ ସେକଥା କହିଛନ୍ତି ।
କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ କିଛି ଗଣମାଧ୍ୟମ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନାଁରେ ଖୁବ୍ ଅପପ୍ରଚାର ଚଳାଇଛନ୍ତି । ଯାହାକୁ ଜାଣିବା ପରେ ସହି ପାରିନାହାନ୍ତି ଗଂଜାମ ଜିଲ୍ଲା ଭଂଜନଗର ହରିଜନ ସାହିର ଏହି ଅନାଥ ପରିବାର । ବାପା -ମା’ ଚାଲିଗଲେ । ଅନାଥ ହୋଇଗଲେ ୪ ଭାଇ-ଭଉଣୀ । ଯେବେ ସାରା ଦୁନିଆ ହାତ ଛାଡିଦେଲା । ସେତେବେଳେ ଦେବତା ଭଳି ଉଭା ହୋଇ ହାତ ଧରିଥିଲେ ଅଚ୍ୟୁତ ସାମନ୍ତ ।
୫ ବର୍ଷ ତଳେ ମାଆ ଓ ଗତ ସେପ୍ଟେମ୍ବର ମାସରେ ବାପା ସୁବଳ ବେହେରାଙ୍କର ଅକାଳ ବିୟୋଗ ଘଟିଲା । ମାଆ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇଗଲେ ୪ ପୁଅ ଝିଅ । ବୁଢ଼ୀ ଜେଜେମାଙ୍କ ପାଖରେ ପିଲାମାନେ ରହିଲେ । ଯିଏ ରୋଜଗାର ପାଇଁ ସକ୍ଷମ ନଥିଲେ । ପେଟ ପୋଷିବେ କେମିତି ଏଇ ଚିନ୍ତାରେ ଥିଲେ ଜେଜେ ମା । ଏହି ଖବର ଜାଣି ତୁରନ୍ତ ସମସ୍ତ ଭାଇ-ଭଉଣୀଙ୍କ ଭରଣ ପୋଷଣ ପାଇଁ ପ୍ରତିମାସରେ ୫ ହଜାର ଟଙ୍କାର ସହାୟତା ଯୋଗାଇଥିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।
ଖାଲି ସେତିକି ନୁହେଁ ଆଗକୁ ପୁଣି ଏହି ଅନାଥ ପିଲାଙ୍କ ପାଠପଢା ଦାୟିତ୍ଵ ବୁଝିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏମିତି ଜଣେ ଦରଦୀ ମଣିଷଙ୍କ ନାଁରେ ହେଉଥିବା ନକାରାତ୍ମକ ପ୍ରଚାରକୁ ନିନ୍ଦା କରିଛନ୍ତି ଏହି ଗରିବ ପରିବାର । କେବଳ ଏହି ଗୋଟିଏ ପରିବାର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସହାୟଙ୍କ ବିଷୟରେ ସୂଚନା ପାଇଲେ ଦେବଦୂତ ସାଜି ସହାୟତା ବ୍ୟବସ୍ଥା କରନ୍ତି ଅଚ୍ୟୁତ ସାମନ୍ତ । ଏଭଳି ପରୋପକାରୀ ବ୍ୟକ୍ତିଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରାଯିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଛି ।…