ନିଜେ ଦାରିଦ୍ର୍ୟ ଭିତରେ ବଢ଼ିଥିଲେ ଏହି ଡାକ୍ତର, ଏବେ ଚାକିରି ଛାଡ଼ି କରୁଛନ୍ତି ମାଗଣା ଚିକିତ୍ସା

ଜଣେ ଭଲ ଡାକ୍ତର ଫାରୁକ୍‌ ହୁସେନ୍‌। ଯିଏକି ପଶ୍ଚିମବଙ୍ଗର ସୁନ୍ଦରବନର। ୧୦ ବର୍ଷ ହେବ ଗରିବମାନଙ୍କର ମାଗଣାରେ ଚିକିତ୍ସା କରି ଆସୁଛନ୍ତି। ଦାରିଦ୍ର୍ୟ ଭିତରେ ବିତାଇଥିବା ନିଜର ପିଲାଦିନକୁ ସେ କେବେ ବି ଭୁଲିନାହାନ୍ତି।

ସୋସିଆଲ ମିଡିଆରେ ଏବେ ଅନେକ ଖବର ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି କହିବେ ଏବେ ବି ଦୁନିଆରେ ମଣିଷପଣିଆ ବଞ୍ଚିଛି। ଏମିତି ଆଉ ଏକ ଖବର ସାମ୍ନାକୁ ଆସିଛି।

ଚାକିରି ଛାଡ଼ି ନିସ୍ଵାର୍ଥପର ସେବା । ୨୦୧୪ ମସିହାରେ ସେ ଚାକିରି ଛାଡ଼ି ନିଜ ଗାଁରେ କିଛି ଯୁବକଙ୍କ ସହାୟତାରେ ଏକ ସ୍ବେଚ୍ଛାସେବୀ ସଂଗଠନ କରିଥିଲେ । ଏବେ ତାଙ୍କ ସଂଗଠନ ‘ନବ ଦିଗନ୍ତ’ ଜରିଆରେ ନିଜ ଅଞ୍ଚଳର ଅନେକ ସମସ୍ୟାର କରୁଛନ୍ତି ସମାଧାନ। ସେଠାରେ ସେ ଏକ ସ୍କୁଲ୍‌ ବି ନିର୍ମାଣ କରୁଛନ୍ତି। କେବଳ ସେତିକି ନୁହେଁ, ସେହି ଅଞ୍ଚଳରେ ‘ସାନିଟାରି ନାପ୍‌କିନ୍‌’ର ପ୍ରଚାର ପାଇଁ ସେ ଝିଅ ଓ ବୋହୂମାନଙ୍କୁ ମାଗଣାରେ ପ୍ୟାଡ୍‌ ବି ଯୋଗାଉଛନ୍ତି। ତାଙ୍କର ଏହି ସବୁ କାମ ପାଇଁ ତାଙ୍କ ନାଁ ୨୦୨୧ ମସିହାରେ ‘ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ’ରେ ସ୍ଥାନ ପାଇଛି। ତାଙ୍କୁ ଅନେକ ଥର ରାଜ୍ୟସ୍ତରରେ ବି ସମ୍ମାନିତ କରାଯାଇଛି।

ସେପରି ଜଣେ ଭଲ ଡାକ୍ତର ଫାରୁକ୍‌ ହୁସେନ୍‌। ଡାକ୍ତର ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ସୁନ୍ଦରବନର। ଯିଏକି ୧୦ ବର୍ଷ ହେବ ଗରିବମାନଙ୍କର ମାଗଣାରେ ଚିକିତ୍ସା କରି ଆସୁଛନ୍ତି। ଦାରିଦ୍ର୍ୟ ଭିତରେ ବିତାଇଥିବା ନିଜର ପିଲାଦିନକୁ ସେ କେବେ ବି ଭୁଲିନାହାନ୍ତି। ସେଇଥିପାଇଁ ତ ଆଜି ବି ନିଜ ସହ କରିଥିବା ସେ ପିଲାଦିନର ପ୍ରତିଜ୍ଞାକୁ ନିଭାଇ ଚାଲିଛନ୍ତି। ଏହା ମଧ୍ୟରେ ସେ ତାଙ୍କର ଏହି ମହାନତା ପାଇଁ ଅନେକ ପୁରସ୍କାର ବି ଜିତିଛନ୍ତି।

ଲୋକେ ତାଙ୍କୁ ‘ବିନା ଟଙ୍କାର ଡାକ୍ତର’ ବୋଲି ମଧ୍ୟ କୁହ ନ୍ତି। ଡକ୍ଟର ଫାରୁକ୍‌ ପ୍ରାଥମିକ ଶିକ୍ଷା ନିଜ ଗାଁରୁ ଆରମ୍ଭ କରିଥିଲେ। ପରେ ସେ କୋଲକାତାର ମିସନ ସ୍କୁଲ୍‌‌ରେ ନାମ ଲେଖାଇଥିଲେ। ସେଇଠାରେ ହିଁ ସେ ଡାକ୍ତର ହେବାର ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ। ପରେ ସେ ବାଙ୍କୁରା ମେଡିକାଲ୍‌ କଲେଜ୍‌ରେ ଏମ୍‌ବିବିଏସ୍‌ ପାଠ ପଢ଼ି ପରେ ଚାକିରି ପାଇଥିଲେ।

ସ୍ଵାର୍ଥପର ଦୁନିଆରେ କିଏ ବା କାହାର । ଏଠି ବାହାର ଲୋକ ତ ଦୁରର କଥା ରକ୍ତ ସମ୍ପର୍କ ବି ବାଟବଣା ହେଉଛି । ତଥାପି ଏହି ସ୍ଵାର୍ଥ ସର୍ବସ୍ଵ ଦୁନିଆରେ ଏମିତି କିଛି ଲୋକ ଆଜିବି ଅଛନ୍ତି ଯାହାଙ୍କ ନିସ୍ଵାର୍ଥପର ସେବା ଦୁନିଆରେ ମାନବିକତାକୁ ବଞ୍ଚାଇ ରଖିଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଡାକ୍ତର ଫାରୁକ୍‌ ହୁସେନ୍‌ ।