ଜୀବ ବହୁତ ହି ଅଦ୍ଭୁତ ! ଫଟୋ ହେଲା ଭାଇରାଲ, ୟୁଜର୍ସ ଲେଖିଲେ ଏମିତି କିଛି…

ସମୁଦ୍ର । ନାଁ ଯେମିତି, ବ୍ୟାପକତା ବି ସେମିତି । ସେଇ ସମୁଦ୍ର ମଧ୍ୟରୁ କେବେ କେବେ କଣ ସବୁ ବାହାରି ଯାଏ ଯାହା ବେଶ ଆଶ୍ଚର୍ଯ୍ୟ କରିଦିଏ । ସେଇଥିପାଇଁ ତ ସମୁଦ୍ରକୁ ମାପିବା ଏତେ ସହଜ ନୁହେଁ । ସମୁଦ୍ର ବିଜ୍ଞାନୀ କି ସମୁଦ୍ର ଫଟୋଗ୍ରାଫରଙ୍କ ପାଇଁ ସମୁଦ୍ରର ରହସ୍ୟ ବୁଝିବା କାଠିକର ପାଠ । କାରଣ ଦିନକୁ ଦିନ ଆବିଷ୍କାର ହେଉଛି ନୂଆ ନୂଆ ଆବିଷ୍କାର ।

ନରୱେର ଟ୍ରୋମସ ଉପକୂଳରେ ଏକ ପ୍ରାଣୀ ଦେଖିବାକୁ ମିଳିଥିଲା । ରୋମାନ ଫେଡର୍ଟସୋଭ ଏହାକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ସେ ନିଜେ ସେହି ଜୀବର ଚିତ୍ର ପୋଷ୍ଟ କରିଛନ୍ତି । ପ୍ରକୃତରେ ପ୍ରାଣୀଟି କଣ ଫଟୋରେ ତ ତାହା ଜମା ବି ଜଣାପଡୁନାହିଁ । ବେଳେ ବେଳେ ଗୋଟେ ପଟେ ଏହା ଡ୍ରାଗନ ପରି ଦେଖାଯାଉଛି ତ ବେଳେ ବେଳେ ମାଛ ଭଳି ଦୃଶ୍ୟମାନ ହେଉଛି ଜୀବଟି ।

ନରୱେର ସମୁଦ୍ର ତଟରେ ମିଳିଥିବା ଏହି ଜୀବ ବହୁତ ହି ଅଭୁତ ଅଟେ । ରୋମାନ ଫେଡର୍ଟସୋଭ ନରୱେ ସାଗରରେ ମାଛ ଧରିବାକୁ ଯାଇଥିଲେ । ଯେଉଁ ସମୟରେ ସେ ଏକ ଅଦ୍ଭୁତ ଜୀବକୁ ଦେଖିଥିଲେ । ଯାହାକୁ ସେ କୌତୁହଳତା ଯୋଗୁଁ ଧରିନେଇଥିଲେ । ସେ ଅଜିବ ଦେଖାଯାଉଥିବା ମାଛର ଫଟୋ ନେଇଥିଲେ । ମାଛଟି ହାଲକା ଗୋଲାପି ଥିଲା । ବଡ ବଡ ଆଖି, ଶରୀରରେ ପଙ୍ଖା ଭଳି ଆକାର ଓ ଏକ ଲମ୍ବା ପୁଛ ଭଳି ଆକୃତି ଥିବା ଏହି ମାଛ ତାଙ୍କୁ ମାଛ ଠାରୁ ଅଧିକ ଡ୍ରାଗନ ଭଳି ଦେଖାଯାଇଥିଲା ।

ଇନଷ୍ଟାଗ୍ରାମରେ ତାଙ୍କର ୬୪୬,୦୦୦ଫଲୋଅର୍ସଙ୍କ ସହ ଫଟୋ ସେୟାର କରିଛନ୍ତି ରୋମାନ । ଯାହାକୁ ଏଯାଏଁ ୨୩ହଜାର ପାଖାପାଖି ଲାଇକ ଆସିସାରିଲାଣି । ଅନେକ ୟୁଜର ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଏହି ଅଦ୍ଭୁତ ଜୀବକୁ ଏକ ଟିମେରା ଭାବରେ ଚିହ୍ନଟ କରାଯାଇଥିଲା । ଏହା ଏକ କାର୍ଟିଲାଜିନସ ମାଛ ଅଟେ ଯାହାକୁ ଘୋଷ୍ଟ ସାର୍କ କୁହାଯାଏ । ରୋମାନ ଫେଡର୍ଟସୋଭ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅଜବ ଜୀବଜନ୍ତୁଙ୍କ ଚିତ୍ର ସେୟାର କରି ଭାଇରାଲ ହେଉଛନ୍ତି । ଫେଡର୍ଟସୋଭ ଅସ୍ଥାୟୀ ବାରେଣ୍ଟସ ସାଗରରେ ମାଛ ଧରିଥାନ୍ତି ଯାହା ଆର୍କଟିକ ମହାସାଗରରେ ଖୋଲିଥାଏ । ପ୍ରତ୍ୟେକ ଅଜବ ଦେଖାଯାଉଥିବା ମଣିଷ ଓ ପ୍ରାଣୀ ପ୍ରତି ସମସ୍ତେ ଆଗ୍ରହୀ, ଏହା ଭାବି ସେ ଯାହା ବି ଜୀବକୁ ଦେଖିଥାନ୍ତି ତାର ଫଟୋ ନେବାକୁ ଭୁଲନ୍ତିନି କି ସେୟାର କରିବାକୁ ଭୁଲନ୍ତିନି ।

ସେମିତି ବି ସୋସିଆଲ ମିଡିଆରେ ୟୁଜର୍ସ ଏଭଳି ଅଜବ ଜୀବ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରୀୟା ଦେବାରେ ଲାଗିଛନ୍ତି ।ଏହି ପୋଷ୍ଟରେ ଜଣେ ୟୁଜର ଲେଖିଛନ୍ତି କି ତାଙ୍କ ପାଇଁ ମାଛ ନୁହେଁ ବରଂ ଅଜଗର ଭଳି ଜୀବ ଅଟେ । ଜଣେ ତ ପଚାରିଛନ୍ତି ଏହି ଚମତ୍କାର ପ୍ରାଣୀର ନାମ କଣ । ଆଉ ଜଣେ କହିଛନ୍ତି କି ଏପରି ଜୀବମାନଙ୍କୁ ଦୂରରୁ ଦେଖିବା ଭଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.