ଘରର ଉତ୍ତର ଦିଗରେ ଲଗାନ୍ତୁ ଶୁଆର ଫଟୋ, ଦୂର ହୋଇଯିବ ସମସ୍ତ ଦୋଷ…ଜାଣନ୍ତୁ ବାସ୍ତୁ ଟିପ୍ସ

ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ତ୍ୱ ରହିଛି। ବାସ୍ତୁ ବିଷୟରେ ସଠିକ୍‌ ଜ୍ଞାନ ଜୀବନରେ ସୁଖ, ସମୃଦ୍ଧି ଆଣିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ଅନେକ ବସ୍ତୁ ଘରର ସଦସ୍ୟମାନଙ୍କ ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ। କିଛି ସମସ୍ୟା ଥିଲେ, ଏଥିରୁ ମୁକ୍ତି ପାଇବାର ଉପାୟ ବାସ୍ତୁରେ କୁହାଯାଇଛି। ଆଜି ଆମେ ଜାଣିବା, ବାସ୍ତୁ ଦୋଷ ଦୂର କରିବାର ଉପାୟ। ଘରର କେଉଁ ଦିଗରେ ଶୁଆର ଫଟୋ ଲଗାଇବା ଦ୍ୱାରା ସମସ୍ତ ଦୋଷ ଦୂର ହୋଇ ପାରିବ, ଆସନ୍ତୁ ଜାଣିବା…।

ଘରେ ଶୁଆର ଫଟୋ ଉତ୍ତର ଦିଗରେ ଲଗାଇବା ଉଚିତ। ଏହି ଦିଗରେ ଶୁଆର ଫଟୋ ଲଗାଇବା ଦ୍ୱାରା ପାଠପଢ଼ାରେ ପିଲାଙ୍କ ରୁଚି ବଢ଼ିଥାଏ। ସେମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ଘରର ଉତ୍ତର ଦିଗରେ ଶୁଆର ଫଟୋ ଲଗାଇଲେ ପିଲାମାନେ ନିଜ କ୍ଷମତାର ଭଲ ଉପଯୋଗ କରିପାରି ଥାଆନ୍ତି।

ବାସ୍ତବରେ, ଏହି ଦିଗରେ ସବୁଜ ରଙ୍ଗର ଶୁଆ ଫଟୋ ଲଗାଇବା ଦ୍ୱାରା ଉତ୍ତର ଦିଗର ଦୋଷ ସମାପ୍ତ ହୋଇଥାଏ। ଉତ୍ତର ଦିଗ ବୁଧଙ୍କ ଦିଗ ହୋଇଥାଏ ଏବଂ ବୁଧ ଆପଣଙ୍କ କଥାବାର୍ତ୍ତା, ଆଚାର ବ୍ୟବହାର, ଆପଣଙ୍କ ମସ୍ତିଷ୍କ ଏବଂ ସୁନ୍ଦରତାର କାରକ ଗ୍ରହ ହୋଇ ଥାଆନ୍ତି।

ତେବେ ଆପଣ କିପରି କଥାବାର୍ତ୍ତା କରୁଛନ୍ତି, କିପରି ବ୍ୟବହାର ଦେଖାଉଛନ୍ତି, ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ବୁଦ୍ଧି କିପରି ରହିଛି, ଏ ସବୁ କିଛି ଜାତକରେ ବୁଧଙ୍କ ସ୍ଥିତି ଉପରେ ହିଁ ନିର୍ଭର କରିଥାଏ। ଯେତେ ବେଳେ ବୁଧ ଗ୍ରହ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି, ତ ଉତ୍ତର ଦିଗରେ ଦୋଷ ଲାଗି ଯାଇଥାଏ। କାହିଁକି ନା, ଉତ୍ତର ଦିଗ ହେଉଛି ବୁଧଙ୍କ ଦିଗ ଏବଂ ସବୁଜ ରଙ୍ଗ ବୁଧଙ୍କର ପ୍ରିୟ ରଙ୍ଗ ହୋଇଥାଏ।

ଏଥିପାଇଁ ଯେଉଁ ପିଲାଙ୍କର ମନ ଅଧିକ ଚଞ୍ଚଳ ଥାଏ ଏବଂ ଯେଉଁମାନେ ନିଜ ପାଠପଢ଼ାରେ ଅଧିକ ଧ୍ୟାନ ଦେଇ ପାରି ନ ଥାଆନ୍ତି, ସେମାନଙ୍କ ଶୋଇବା ଘରର ଉତ୍ତର ଦିଗରେ ସବୁଜ ରଙ୍ଗର ଶୁଆ ଫଟୋ ଲଗାନ୍ତୁ। ଏହା ବ୍ୟତୀତ ଧ୍ୟାନ ରଖନ୍ତୁ ଯେ ପଢ଼ିବା ସମୟରେ ପିଲାଙ୍କ ମୁହଁ ଯେପରି ଉତ୍ତର ଦିଗ ଆଡ଼କୁ ରହିବ।

ଏହା ବ୍ୟତୀତ, ଯଦି ଜୀବନସାଥୀଙ୍କ ସହ ଆପଣଙ୍କ ମନୋମାଳିନ୍ୟ ଲାଗି ରହୁଛି, ତେବେ ଶୋଇବା ଘରେ ଶୁଆର ଫଟୋ ଲଗାନ୍ତୁ। ଏହାଦ୍ୱାରା ଜୀବନସାଥୀଙ୍କ ସହ ପ୍ରେମ ଓ ବୁଝାମଣା ବଢ଼ିବ। ଏପରି କି, ଘରେ ସୁଖ, ଶାନ୍ତି ଫେରି ଆସିବ।