ସ୍ୱପ୍ନରେ ମାଛ ଦେଖିବା ଅର୍ଥ ଖୁବ୍‌ ଶୀଘ୍ର ଚମକିବ ଭାଗ୍ୟ, ମିଳିଥାଏ ଏମିତି ସଂକେତ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି ।

କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ଅଣଦେଖା ନକରି  ଏହାର ଅର୍ଥ ବୁଝିବେ । ବେଳେ ବେଳେ ଲୋକେ ଏମିତି କିଛି ଅଜବ ସ୍ୱପ୍ନ ଦେଖନ୍ତି,ଯାହାର ଅର୍ଥ ବୁଝି ପାରିବା କଷ୍ଟସାଧ୍ୟ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନ ଶୁଭ କିମ୍ବା ଅଶୁଭ ଫଳ ଆଣିଥାଏ । ସ୍ୱପ୍ନରେ ମାଛ ଦେଖିବା ବହୁତ ଶୁଭ ମନାଯାଇଥାଏ । ମାଛ ସ୍ୱପ୍ନ ସୂଚନା ଦେଇଥାଏ ଯେ ଖୁବ୍‌ ଶୀଘ୍ର ଆପଣଙ୍କୁ କୌଣସି ଶୁଭ ଖବର ମିଳିବାକୁ ଯାଉଛି ।
ସୁନା ରଂଗର ମାଛ ସ୍ୱପ୍ନ
ସ୍ୱପ୍ନରେ ସୁନା ରଂଗର ମାଛ ଦେଖାଯିବା ପ୍ରେମ ଓ ସମ୍ମାନ ମିଳିବାର ସଂକେତ ଦେଇଥାଏ । ଆପଣ ସ୍ୱପ୍ନରେ ସୁନା ରଂଗର ମାଛ ଦେଖନ୍ତି ତ ଏହାର ଅର୍ଥ ଆଗାମୀ ଦିନରେ ଆପଣଙ୍କୁ ପରିବାର ଲୋକ ଓ ସମ୍ପର୍କୀୟଙ୍କ ଠାରୁ ବହୁତ ଖୁସି ମିଳିବ । ସମାଜରେ ଆପଣଙ୍କ ସମ୍ମାନ ବଢ଼ିବ ।
ସ୍ୱପ୍ନରେ ଡଲଫିନ ମାଛ
ସ୍ୱପ୍ନରେ ଯଦି ଡଲଫିନ ମାଛ ଦେଖାଯାଏ ତେବେ ଆଗାମୀ ଦିନରେ ଧନ ଲାଭ ହେବାର ଆଶା ଦେଖାଯାଏ । ଏହା ଦ୍ୱାରା ନୂଆ ଚାକିରି ଓ ବେପାରରେ ଲାଭ ମିଳିବାର ସଂକେତ ଦେଇଥାଏ ।
ରଂଗ ବେରଙ୍ଗର ମାଛ
ଯଦି ଆପଣଙ୍କୁ ସ୍ୱପ୍ନରେ ରଂଗ ବେରଙ୍ଗର ମାଛ ଦେଖା ଦିଅନ୍ତି,ଏହାର ଅର୍ଥ ଆପଣଙ୍କୁ ଆଗାମୀ ଦିନରେ କୌଣସି ବଡ଼ ସଫଳତା ମିଳିବାକୁ ଯାଉଛି । ଯେଉଁ କାମ ପାଇଁ ଆପଣ ବହୁତ ଦିନରୁ ଚେଷ୍ଟା କରୁଥିଲେ ତାହା ପୁରା ହେବ । ଆପଣଙ୍କ କାର୍ଯ୍ୟରେ ସବୁ ବାଧା ଦୂର ହେବ ।
ସ୍ୱପ୍ନରେ ନିଜେ ମାଛ ଧରୁଥିବାର ଦେଖିଲେ
ସ୍ୱପ୍ନରେ ନିଜକୁ ମାଛ ଧରୁଥିବାର ଦେଖିଲେ, ଖୁବ ଶୀଘ୍ର ଆପଣଙ୍କୁ କୌଣସି ନୂଆ କାମ ଆରମ୍ଭ କରିବାର ଅଛି । ଏହା ଉନ୍ନତିର ସୂଚନା ଦେଇଥାଏ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.