ସ୍ୱପ୍ନ ଶାସ୍ତ୍ର : ଏମିତି ସ୍ୱପ୍ନ ଆସିଲେ ବୁଝାଯାଏ ବହୁତ ଶୁଭ ସଂକେତ, ଜାଣିବେ ଆସୁଛି ଆପଣଙ୍କ ଭଲ ଦିନ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ ।

ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି । କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ବହୁତ ଶୁଭ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ସେହି ସ୍ୱପ୍ନ ।

ସ୍ୱପ୍ନରେ ଗୋଲାପ ଫୁଲ ଦେଖିବା

ଫୁଲ ସବୁ ସ୍ଥାନରେ ବ୍ୟବହାର କରାଯାଏ । ଏହାର ରଂଗ ଓ ବାସ୍ନାରେ ଥିବା ସକରାତ୍ମକ ଗୁଣ ଜୀବନରେ ରଂଗ ଭରିଦିଏ । ଯଦି ସ୍ୱପ୍ନରେ ଆପଣଙ୍କୁ ଗୋଲାପ ଫୁଲ ଦେଖାଇ ଦିଏ । ତେବେ ଏହି ସ୍ୱପ୍ନର ଅର୍ଥ ଆପଣଙ୍କ କୌଣସି ମନସ୍କାମନା ପୂର୍ଣ୍ଣ ହେବ ।

ସ୍ୱପ୍ନରେ ଯଦି ଶୁଆ ଦେଖନ୍ତି

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଯଦି ଶୁଆ ଦେଖନ୍ତି,ଆପଣଙ୍କ ଆର୍ଥିକ ସ୍ଥିତି ଭଲ ହେବା ଆଡକୁ ସୂଚନା ଦେଇଥାଏ ।

ସ୍ୱପ୍ନରେ ମନ୍ଦିର ଦେଖିଲେ

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଯଦି ମନ୍ଦିର ଦେଖନ୍ତି ତ ଏହି ସ୍ୱପ୍ନ ଆପଣଙ୍କ ବ୍ୟବସାୟରେ ଲାଭ ଓ ଧନପ୍ରାପ୍ତି ଆଡକୁ ଇସାରା ଦେଇଥାଏ ।

ସ୍ୱପ୍ନରେ ଝିଟିପିଟି ଦେଖିଲେ

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଯଦି ଝିଟିପିଟି ଦେଖନ୍ତି, ଏହାକୁ ଭଲ ସଂକେତ ମନାଯାଇଥାଏ । ହିନ୍ଦୁ ଧର୍ମରେ ଝିଟିପିଟିକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନାଯାଇଥାଏ । ସ୍ୱପ୍ନରେ ଝିଟିପିଟି ଦେଖିଲେ ଧନ ଲାଭର ସୂଚନା ମିଳେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.