ବଲାଙ୍ଗିର ଜିଲ୍ଲା ଖରା ପାଇଁ ଯେତିକି ଚର୍ଚ୍ଚିତ ଏଠି ପାଣି ସମସ୍ୟା ଆହୁରି ଉତ୍କଟ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା । ଖରା ପାଇଁ ଯେତିକି ଚର୍ଚ୍ଚିତ ଏଠି ପାଣି ସମସ୍ୟା ଆହୁରି ଉତ୍କଟ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ବି ବଲାଙ୍ଗିର ସହର ବାସୀଙ୍କ ଶୋଷ ମେଣ୍ଟାଉଛି ସୋନପୁର ଜିଲ୍ଲା । ପ୍ରଥମରେ ବଲାଙ୍ଗିର ସହରକୁ ସୋନପୁର ଜିଲ୍ଲା ମହାନଦୀର ନନ୍ଦନମାଲ ରୁ ପାଇପ ମାଧ୍ୟମରେ ପିଇବା ପାଣି ଯୋଗାଣ ହେଉଥିବା ବେଳେ ଏବେ ସେହି ସୋନପୁର ଜିଲ୍ଲା ତେଲନଦୀ ତରଭା ରୁ ପିଇବା ପାଣି ଯୋଗାଣ ଦେଉଛି । ଆଉ ଖରା ଦିନ ଆସିଲେ ଅନେକ ସମସ୍ୟା ଦେଖା ଦେଉଛି । ଯେପରି ସୋନପୁର ରେ ବିଦ୍ୟୁତ୍ ବିଭ୍ରାଟ ହେଲେ ବଲାଙ୍ଗିରରେ ପାଣି ନାହିଁ । ଆଉ ଏବେ ତ ବଲାଙ୍ଗିର ସହରକୁ ନିୟମିତ ପିଇବା ପାଣି ଯୋଗାଇବାରେ ସମସ୍ୟା ଦେଖାଦେଇଛି ।
ବଲାଙ୍ଗିର ସହରର ଲୋକସଂଖ୍ୟା ବଢିଛି । ଏବେ ପ୍ରାୟ ୧ଲକ୍ଷ ୩୦ହଜାର ଲୋକସଂଖ୍ୟା ରେ ପହଞ୍ଚିଛି । ଏହା ସହିତ ସହରରେ ଅନେକ ଅନୁଷ୍ଠାନ ରହିଛି । ସହର କୁ ଯେଉଁ ୧୬.୫ଏମ.ଏଲ.ଡି ଜଳ ଆବଶ୍ୟକ ଥିବା କୁହାଯାଉଛି ଏବେ ଏହି ଜଳର ଆବଶ୍ୟକତା ବଢିଛି । ହେଲେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଯୋଜନା କରିଛି ଜନସ୍ଵାସ୍ଥ୍ୟ ବିଭାଗ । ଏବେ ସୁକତେଲ ଡ୍ୟାମ୍ ତଳେ ଥିବା ଛତାମଖନା ପ୍ରକଳ୍ପରୁ ପିଇବା ପାଣି ଆସିବ । କଣ କହୁଛନ୍ତି ଜନ ସ୍ଵାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆସନ୍ତୁ ଶୁଣିବା ।
ବଲାଙ୍ଗିର ସହର କୁ ଜିଲ୍ଲା ବାହାରୁ ପାଣି ଆସୁଛି । ହେଲେ ତାହା ଲୋକଙ୍କ ଆବଶ୍ୟକ ଠାରୁ କମ୍ । ସହରରେ ଏବେ ଭୂତଳ ଜଳସ୍ତର ବି ଦିନକୁ ଦିନ ଖସି ଖସି ଯାଉଛି । ଆଉ ସହର ରେ ଥିବା ପୋଖରୀ ଅବସ୍ଥା ତ ନକହିବା ଭଲ । ରାଜା ରାଜୁଡା ସମୟରେ ଏହି ପୋଖରୀ ବଲାଙ୍ଗିର ବାସୀଙ୍କ ଶୋଷ ମେଣ୍ଟାଉ ଥିଲା । ହେଲେ ଏବେ ବ୍ୟବହାର ଉପଯାଗୀ ନୁହଁ । ଦେଖନ୍ତୁ ଏହି କରଙ୍ଗା କଟାର ଦୃଶ୍ୟ । ଏ ଆବର୍ଜନା ଗଦା ନାଁ ପୋଖରୀ? ତାହା ଜାଣି ପାରିବେ ନାହିଁ । ବଲାଙ୍ଗିର ସହରର ସବୁ ପୋଖରୀର ଏମିତି ଅବସ୍ଥା । ମହାରାଣୀ ସାଗରରେ କିଛି କାମ ହେଲା ହେଲେ ଆଜି ବି ବିବାଦ ଭିତରେ ରହିଛି ମହାରାଣୀ ସାଗର । ଏପଟେ ବଲାଙ୍ଗିର ପୌରାଧ୍ୟକ୍ଷା କହିଛନ୍ତି ସରକାରୀ ପାଣ୍ଠି ଆସିଲେ ପୋଖରୀ କାମ ହେବ ।
ବଲାଙ୍ଗିର ସହରରେ ଦିନେ ଏହି ପୋଖରୀ ପାଣିର ସୁପରିଚାଳନା ହେଉଥିଲା । ଏହି ପାଣିକୁ ସଠିକ୍ ଭାବରେ ବ୍ୟବହାର କରି ହେଉଥିଲା । ଗୋଟିଏ ପୋଖରୀର ପାଣି ବର୍ଷା ଦିନରେ ଆଉ ଗୋଟିଏ ପୋଖରି ଦେଇ ନିଷ୍କାସନ ହେଉଥିଲା । ଫଳରେ ପୋଖରି ପାଣି ସଫା ରହୁଥିଲା । ଯାହାକୁ ବ୍ୟବହାର କରୁଥିଲେ ବଲାଙ୍ଗିର ବାସୀ । ହେଲେ ଏବେ ସେପରି ବ୍ୟବସ୍ଥା ନାହିଁ । ପରିତ୍ୟକ୍ତ ଅବସ୍ଥାରେ ପୋଖରୀ । ଦେଖାଯାଉ ଏ ଦିଗରେ ଆଗକୁ କଣ ବାହାରୁଛି ସମାଧାନର ବାଟ ।
ଆହୁରି ପଢନ୍ତୁ: କୃଷି ଋଣରେ ମହା ଘୋଟାଲା ! କଣ ଭୂତ ଚାଷୀଙ୍କୁ ଦିଆଯାଇଛି ଋଣ?