ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସମସ୍ଥ ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ତେଣୁ ଘରର ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି ଆପଣଙ୍କ ଘରେ କୌଣସି ନଳରୁ ନଳ ବନ୍ଦ କରିବା ପରେ ବି ପାଣି ଖସୁଛି,ତେବେ ଏହା ହୋଇପାରେ ଧନହାନୀର କାରଣ ।
କିଚେନ ନଳରୁ ପାଣି ଲଗାତାର ଖସୁଥିଲେ
ବାସ୍ତୁ ଅନୁସାରେ ଯଦି ଆପଣଙ୍କ ଘରେ ଲାଗିଥିବା କୌଣସି ନଳରୁ ପାଣି ଖସୁଛି, ତେବେ ଏହା ଅଯଥା ଖର୍ଚ୍ଚ ପ୍ରତି ସଂକେତ ଦେଇଥାଏ । ଯଦି ଏହି ନଳ କିଚେନର ହୋଇଥାଏ । ତେବେ ଏହା ଅଧିକ ଅଶୁଭ ହୋଇଥାଏ । କୁହାଯାଏ କିଚେନରେ ପାଣି ପଡିବା ଅର୍ଥ ଅଗ୍ନି ଓ ପାଣି ଏକ ସଂଗେ ହେବା ।
ଦେବତା ହୋଇଥାନ୍ତି ଅସନ୍ତୁଷ୍ଟ
କୁହାଯାଏ ଯଦି ବିନା କିଛି କାରଣରେ ପାଣି ବହୁଥାଏ,ତେବେ ଘରେ ଏହା ଦୋଷ ଉତ୍ପନ୍ନ କରିଥାଏ । ନକାରତ୍ମକ ଶକ୍ତିର ବାସ ହୋଇଥାଏ । ଯଦି ନଳରୁ ପାଣି ଖସୁଛି ତେବେ ତୁରନ୍ତ ଏହାକୁ ବନ୍ଦ କରନ୍ତୁ ।
ଖାଲି ହୋଇଥାଏ ପକେଟ
କୁହାଯାଏ ଯଦି କିଚେନ ନଳରୁ ପାଣି ଖସିଥାଏ, ତେବେ ଘରେ କେତେ ପ୍ରକାର କ୍ଷତି ହୋଇଥାଏ । ଏହାଦ୍ୱାରା ଘରେ ବହୁ ପ୍ରକାର ହାନୀ ହୋଇଥାଏ । ପରିବାରରେ କୌଣସି ସଦସ୍ୟଙ୍କର ବାରମ୍ବାର ଯଦି ଦେହ ଖରାପ ହେଉଛି କିମ୍ବା ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି, ତେବେ ଏହା ଘରର ନଳରୁ ପାଣି ଖସିବା କାରଣ ହୋଇପାରେ ।