ନିଶାରେ ଥାଇବି ହୋସରେ ଅଛନ୍ତି, ଲାଇନ ତାର ଉପରେ ନିର୍ଭୟରେ ଶୋଇଛନ୍ତି
ପ୍ରତିଦିନ ଲୋକମାନେ ବିଭିନ୍ନ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ଯେମିତିକି ଇନଷ୍ଟାଗ୍ରାମ ,ଫେସବୁକ, ଏବଂ ଏକ୍ସ ପ୍ଲାର୍ଟଫର୍ମରେ । ଆପଣମାନେ ବିଭିନ୍ନ ସ୍ଥାନରେ ଏଭଳି ଅନେକ ରୋଚକ ଭିଡିଓ ନିହାତି ଦେଖିଥିବେ । କିଛି ଆକାଉଣ୍ଟ ଏଭଳି ହୋଇଥାଏ ଯେପରିକି ବହୁତ କିଛି ଦୁନିଆରେ ଘଟିଥିବା ଘଟଣା କୁ ଦେଖିବାପାଇଁ । ଯାହାକି ବେଳେବେଳେ ଭାଇରାଲ ହୋଇଯାଏ ସୋସିଆଲ ମିଡିଆରେ ।
ବର୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଆପଣ ନିଜ ଆଖିରେ ନ ଦେଖିଲେ ସହଜରେ ବିଶ୍ବାସ କରିବେ ନାହିଁ ।
ହଁ ଆଜ୍ଞା ଯେତେବେଳେ ଆପଣ ଟାଏର୍ଡ ହୋଇଯାଆନ୍ତି ସେତେବେଳେ ନିଶ୍ଚୟ ଆପଣ ଆପଣଙ୍କ ବେଡ ରୁମରେ ରେଷ୍ଟ କରିବାକୁ ପସନ୍ଦ କରିବେ । କିଛି ଲୋକ ତ ସୋଫା ଏବଂ ଚେୟାର ଉପରେ ରେଷ୍ଟ କରୁଥିବା ଆପଣ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ ଜଣାଇବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜଣେ ବ୍ୟକ୍ତି ଇଲେକ୍ଟିକ ପୋଲ ଉପରେ ରେଷ୍ଟ ନେଉଥିବା ଦେଖିବାକୁ ମିଳିଛି । ଯାହାକି ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓରେ ସମ୍ପୁର୍ଣ୍ଣ ଭାବେ ଦେଖିବାକୁ ମିଳୁଛି ବ୍ୟକ୍ତି ଜଣଙ୍କ ଅତି ସହଜରେ ଇଲେକଟ୍ରିକ ପୋଲ ଉପରେ ଆରାମରେ ଶୋଇ ରହିଥିବା ଦେଖିବାକୁ ମିଳୁଛି । ଏ ଦୃଶ୍ୟ ହେଉଛି ଆନ୍ଦ୍ରପ୍ରଦେଶ ସିଙ୍ଗାପୁରମ ଗ୍ରାମର । ଏହି ଭାଇରାଲ ହେଉଥିବା ବ୍ୟକ୍ତି ହେଉଛନ୍ତି ଜଣେ ମଦ୍ୟପଙ୍କର । ମଦ ପିଇ ଜଣେ ବ୍ୟକ୍ତି ଇଲେକଟ୍ରିକ ପୋଲ ଉପରେ ଚଢି ଯାଇଛନ୍ତି । ସେ ଶ୍ରମିକ କାମ କରନ୍ତି । ତାଙ୍କ ନାମ ଏଜାଲା ବେଙ୍କନା ।
ମଦ ପିଇବା ପରେ ସେ ନିଶାଗ୍ରସ୍ତ ହୋଇପଡିଥିଲେ। ଯାହା ଫଳରେ ତାଙ୍କ ହୋସ ଉଡିଯାଇଥିଲା ।
ସେ ଗାଁରେ ରହିଥିବା ମୁଖ୍ୟ ଇଲେକ୍ଟ୍ରିକ ପୋଲ ଉପରେ ଚଢି ଯାଇଥିଲେ । ଏହାକୁ ଦେଖିବା ପରେ ତାଙ୍କ ଘର ଲୋକ ତଳକୁ ଓହ୍ଲାଇ ଆସିବାକୁ କହିଥିଲେ। କିନ୍ତୁ ସେ ଶୁଣି ନଥିଲେ ଓଲଟି ଗାଳି ଗୁଲଜ ଆରମ୍ଭ କରିଦେଇଥିଲେ। ଖବର ଅନୁସାରେ ଇଲେକ୍ଟ୍ରିକ ପୋଲରେ ଚଢିବା ।ପୂର୍ବରୁ ମଦ୍ୟପ ବିଜୁଳି ସପ୍ଲାଇକୁ ବନ୍ଦ କରିଦେଇଥିଲା ବୋଲି ଅଭିଯୋଗ ହୋଇଛି । ଯାହା ଫଳରେ ତୁରନ୍ତ ବିଦ୍ୟୁତ ଆଘାତ ହେବାରୁ ବଞ୍ଚି ଯାଇଛନ୍ତି । ମଦ୍ୟପଙ୍କୁ ଇଲେକ୍ଟ୍ରିକ ତାର ଉପରେ ଶୋଇଥିବା ଦେଖିବାକୁ ମିଳିଥିଲା ।
ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାକୁ ଦେଖିବା ପରେ କିଛି ଲୋକେ ଚିତ୍କାର କରିଥିଲେ । ଏହି ସମ୍ପର୍କରେ ଲୋକେ ଅନ ଅଧିକାରୀଙ୍କୁ ସୁଚନା ଦେଇଥିଲେ। କିଛି ସମୟ ପରେ ତାଙ୍କୁ ସୁରକ୍ଷିତ ଭାବରେ ତଳକୁ ଓହ୍ଲାଇ ଅଣାଯାଇଥିଲା । ଏହି ଭିଡିଓକୁ ୬ ହଜାର ଜଣ ଲାଇକ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ସେହି ବକ୍ତି ୧୫୦ ପାୱର ର ଅଟନ୍ତି । ଆଉ ଜଣେ ଲେଖିଛନ୍ତି ସେ ନିଶା ପିଇଛନ୍ତି ।