ଲୋକେ କେଶରୀ ରଙ୍ଗ ଦେଖି ଭାବୁଥିଲେ ମନ୍ଦିର, କିନ୍ତୁ ତାହା ପ୍ରକୃତରେ ଥିଲା ପାଇଖାନା : ଜାଣନ୍ତୁ ଘଟଣା କ’ଣ ଥିଲା

ଆମ ଦେଶରେ ଲୋକେ ଆସ୍ଥା ନାମରେ ଆଖିବୁଜି କୌଣସି ଜିନିଷକୁ ବିଶ୍ୱାସ କରିନିଅନ୍ତି। ପୂଜା ପାଠ ନାମରେ କିଛି ବି କରିବାକୁ ପଛାନ୍ତି ନାହିଁ। ମନର ବିଶ୍ୱାସ ଓ ଆସ୍ଥା କଥା ଆସିଲେ ଆଉ କାହାକୁ କ’ଣ ନିଜକଥା ମଧ୍ୟ ମାନିବାକୁ ଅରାଜି ହୋଇପଡନ୍ତି ଭାରତୀୟ ଲୋକେ। ଏପରି ଆସ୍ଥାକୁ ନେଇ ଏକ କୌତୁହଳ ଘଟଣା ଉତ୍ତରପ୍ରଦେଶର ହମୀରପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

ହମୀରପୁର ଅଞ୍ଚଳରେ ଲୋକେ କେଶରୀ ରଙ୍ଗ ହୋଇଥିବା ଏକ ଭବନ ବାହାରେ ପୂଜା ପାଠ କରୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଏହା ପ୍ରକୃତରେ କ’ଣ ଥିଲା ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇପଡିବେ। ଏହା କୌଣସି ମଠ କିମ୍ବା ମନ୍ଦିର ନଥିଲା ବରଂ ଥିଲା ଏକ ଶୌଚାଳୟ। କିନ୍ତୁ ସୁବୁଠାରୁ ଆଶ୍ଚର୍ଯ୍ୟର କଥା ହମୀରପୁର ଜିଲ୍ଲାର ମୋଦହା ନିବାସୀ ବର୍ଷେରୁ ଅଧିକ ସମୟ ଧରି ଏହି ଭବନ ବାହାରେ ପୂଜା କରିଆସୁଥିଲେ।

pink

ଏହା ଏକ ଶୌଚାଳୟ, ତାହା ବିଷୟରେ ଏପର୍ଯ୍ୟନ୍ତ କାହାକୁ ଜଣାନଥିଲା। ଏହି ଘରକୁ କେଶରୀ ରଙ୍ଗ ଦିଆଯାଇଥିବା ବେଳେ ଏହାକୁ ମନ୍ଦିର ଷ୍ଟାଇଲରେ ନିର୍ମାଣ କରାଯାଇଥିଲା। ଏଠାକୁ ଯାଇ ସମସ୍ତେ ପୂଜାର୍ଚ୍ଚନା କରୁଥିଲେ କିନ୍ତୁ କିଏ କାହା ସହିତ ଏହା ବିଷୟରେ କଥା ହେଉନଥିଲେ। ତେବେ ଜଣେ ଅଧିକାରୀ ଏହାକୁ ଶୌଚାଳୟ କହିବା ପରେ ଲୋକମାନଙ୍କୁ ଏହାର ବାସ୍ତବିକତା ଜଣାପଡିଥିଲା। କେଶରୀ ରଙ୍ଗ ଯୋଗୁଁ ଲୋକ ଏଠାରେ ମନ୍ଦିର ଥିବା ଅନୁମାନ କରି ପୂଜାପାଠ କରୁଥିଲେ।

ଏହାସହ ପଢ଼ନ୍ତୁ ; ଅଟୋ ଡ୍ରାଇଭର କ’ଣ ପାଇଁ ସବୁବେଳେ ବଙ୍କା ବସନ୍ତି, ଜାଣିଛନ୍ତି କି ଏହାର ଅସଲ କାରଣ

ରିପୋର୍ଟ ଅନୁସାରେ, ଶୌଚାଳୟ ଉଦ୍‌ଘାଟନ ହେବାର ଏକବର୍ଷ ବିତିଯାଇଥିଲେ ମଧ୍ୟ ତାହା ତାଲା ପଡିରହିଥିଲା। କିନ୍ତୁ ଏବେ ଲୋକଙ୍କ ଭ୍ରମ ଧାରଣା କରିବା ପାଇଁ ଏହାକୁ ଗୋଲାପୀ ରଙ୍ଗକରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.