Google Map ଯୋଗୁ ଭୁଲ୍‌ ଠିକଣାରେ ବରଯାତ୍ରୀ ଧରି ପହଞ୍ଚିଗଲା ବର, ସ୍ୱାଗତ ବି ହେଲା, କିନ୍ତୁ ତା’ ପରେ…

ଗୁଗଲ ମ୍ୟାପ୍ସ ଯଦିଓ ଠିକଣା ପଚାରୁଥିବା ଲୋକଙ୍କ ପାଇଁ ରାସ୍ତା ସହଜ କରି ଦେଇଥାଏ, କିନ୍ତୁ କେବେ କେବେ ଏହାର ସାହାରା ନେବା ଆପଣଙ୍କ ପାଇଁ ଜୀବନର ସବୁଠୁ ବଡ଼ ଭୁଲ୍‌ ବି ପ୍ରମାଣିତ ହୋଇପାରେ। ଏବେ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଗୁଗଲ ମ୍ୟାପ୍‌ ଜରିଆରେ ଏକ ବର ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଗଲା। ବରଯାତ୍ରୀମାନଙ୍କୁ ବଢ଼ିଆ ଭାବେ ସ୍ୱାଗତ ମଧ୍ୟ କରାଗଲା। କିନ୍ତୁ ପରେ ସତ୍ୟର ଖୁଲାସା ହୋଇଥିଲା ଏବଂ ଜଣାପଡ଼ିଥିଲା କି, ବର ଏବଂ ବରଯାତ୍ରୀ ଭୁଲ୍‌ ଜାଗାରେ ପହଞ୍ଚିଛନ୍ତି।

ମାମଲା ଇଣ୍ଡୋନେସିଆର। ଏଠାରେ ଏକ ଗାଁରେ ଦିନକରେ ଦୁଇଟି ସମାରୋହ ଥିଲା। ଗୋଟିଏ ବିବାହ ଏବଂ ଅନ୍ୟଟି ରିଙ୍ଗ୍‌ ସେରିମନି, ଯେଉଁଥିପାଇଁ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ଏବଂ ବରର ବିବାହ ଭୁଲ୍‌ କନ୍ୟା ସହ ହେବାରୁ ବର୍ତ୍ତିଗଲା।

ଏ ନେଇ ୨୭ ବର୍ଷୀୟା କନ୍ୟା ଉଲ୍‌ଫାଙ୍କ କହିବା ହେଲା, ସେ ପ୍ରଥମରୁ ଜାଣିପାରି ନ ଥିଲେ କି, ତାଙ୍କ ଘରକୁ ବରଯାତ୍ରୀ ଧରି ଆସିଥିବା ଯୁବକ ତାଙ୍କର ଭାବୀ ସ୍ୱାମୀ ନୁହନ୍ତି ବୋଲି। ତେବେ ବରଯାତ୍ରୀ ଯେତେବେଳେ ପହଞ୍ଚିଲେ, ତ ତାଙ୍କ ଘରଲୋକ ସେମାନଙ୍କୁ ସ୍ୱାଗତ କରିଥିଲେ। ଏପରିକି, ଉପହାର ବି ଅଦଳବଦଳ ହୋଇଥିଲା।

କିନ୍ତୁ ହଠାତ୍‌ ବରଯାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଅନୁଭବ ହୋଇଥିଲା କି, ସେମାନେ ଭୁଲ୍‌ ଜାଗାରେ ଆସି ପହଞ୍ଚି ଯାଇଛନ୍ତି। ପରେ ବରଯାତ୍ରୀମାନେ କହିଥିଲେ କି, ଗୁଗଲ ମ୍ୟାପ୍ସ ଯୋଗୁ ଏପରି ହୋଇଛି ଏବଂ ଏଥିପାଇଁ ସେମାନେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ଉଲ୍‌ଫା କହିଥିଲେ, ତାଙ୍କ ମଙ୍ଗେତର୍‌ ରାସ୍ତାରେ କେଉଁଠି ଅଟକି ଯାଇଥିଲେ, ସେଥିପାଇଁ ସେ ବିଳମ୍ବରେ ପହଞ୍ଚିଥିଲେ। ପରେ ତାଙ୍କ ପରିବାର ଲୋକେ ବର ଏବଂ ବରଯାତ୍ରୀଙ୍କୁ ଉଚିତ୍‌ ଠିକଣାରେ ପହଞ୍ଚାଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.