ବିବାହ ପୂର୍ବରୁ କନ୍ୟା ଜିମରେ କରୁଛନ୍ତି ଓ୍ଵର୍କଆଉଟ, ଭାଇରାଲ ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଳୀ : ଏବେ ବିବାହ ଋତୁ ଚାଲିଛି । ସବୁଠି ବିବାହର ମାହୋଲ । ବର-କନ୍ୟା ବିବାହର ସ୍ମୃତିକୁ ସାଇତି ରଖିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି କରିଛନ୍ତି । ଏହାକୁ ପ୍ରି-େଓ୍ଵଡିଂ ସୁଟ ବୋଲି କୁହାଯାଉଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି । ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବୁଲି ଚାଲିଛି ଯାହାକୁ ଦେଖି ଲୋକେ ଏହାର ମଜା ନେବା ସହ ଭଲ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଆପଣ ବି ଏହି ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯେ ଜଣେ କନ୍ୟା ସଜବାଜ ହୋଇ ଜମରେ ଓ୍ଵର୍କଆଉଟ କରୁଛନ୍ତି । ପ୍ରଥମେ ଷ୍ଟ୍ରେଚର ସିଟରେ ଓ ପରେ ଡମ୍ବଲରେ ଏପରି କିଛି ଓ୍ଵର୍କଆଉଟ କରୁଛନ୍ତି । ସେଠାରେ ଉପସ୍ଥତି ଥିବା କ୍ୟାମେରାମ୍ୟାନ ଲଗାତାର ଫଟୋ ଉଠାଇ ଚାଲିଛି ।

video credit : Rupin Sharma IPS (@rupin1992)

ଏହି ଭିଡିଓକୁ ରୁପିନ ଶର୍ମା ନାମକ ଜଣେ ଆଇପିଏସ ଅଫିସର ତାଙ୍କ ଟ୍ଵିଟର ହାଣ୍ଡେଲରେ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି ‘Pre-wedding shoot.. ’ ଯାହାକୁ ଗୋଟିଏ ଦିନରେ ୧୮ ହଜାର ଲୋକେ ଦେଖିସାରିଲେଣି ।

ଭିଡ଼ିଓକୁ ଦେଖିବା ପରେ ଲୋକେ ଭଲ କମେଣ୍ଟ ଦେବା ସହ ବିବାହ କରୁଥିବା ବ୍ୟକ୍ତିଙ୍କୁ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି ୟାଙ୍କ ପତି ବଡ଼ ଭାଗ୍ୟବାନ ତ ଆଉ କିଏ ଲେଖିଛନ୍ତି ‘ ବିବାହ ପୂର୍ବରୁ ମୁଁ ବି ଏପରି ଓ୍ଵାର୍କଆଉଟ କରିବି ।’ ଭିଡ଼ିଓର ବେଶ ମଜା ଉଠାଉଛନ୍ତି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.