୧ ମିନିଟରେ ୯ଟି ଭାଷାର ୧୩ଟି ଗୀତ ଗାଉଛନ୍ତି ସିଙ୍ଗର ଯୋଡ଼ି, ସୋସିଆଲ ମିଡିଆରେ ଭାଇରାଲ

ଏକ ଭିଡିଓରେ ଏକ ଯୋଡ଼ି ୧ ମିନିଟରେ ୧୩ଟି ଗୀତ ଗାଉଥିବାର ନଜର ଆସିଛନ୍ତି । ଗାଇଥିବା ଗୀତ ଗୁଡ଼ିକ ଅଲଗା ଅଲଗା ଦେଶର ଟ୍ରେଡିଙ୍ଗ ଗୀତ ରହିଛି । ଗୀତ ଗୁଡ଼ିକ ୯ଟି ଅଲଗା ଅଲଗା ଭାଷାରେ ରଚିତ ହୋଇଛି । RZD ନାମକ ଜଣେ ସଂଗୀତକାର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ସୋସିଆଲ ମିଡିଆରେ ପ୍ରାୟ ସମୟରେ ସିଗିଂ କୁ ନେଇ ବିଭିନ୍ନ ଭିଡିଓ ଭାଇରାଲ ହୋଇଥାଏ । ଯାହା ଦର୍ଶକଙ୍କ ମନକୁ ବାନ୍ଧି ରଖିଥାଏ । ପ୍ରାୟ ସମୟରେ ବିଭିନ୍ନ ସିଗିଂ ଷ୍ଟାର ଗୀତକୁ ନେଇ ଏକ୍ସପେରିମେଣ୍ଟ କରିଥାନ୍ତି । ଗୀତରେ କିଛି ନୂଆ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହାସହ କିଛି ରେକର୍ଡ କରିବାକୁ ଚେଷ୍ଟା କରିଥାନ୍ତି । ଯାହା ତାଙ୍କୁ ପପୁଲାର କରାଇ ଦେଇଥାଏ । ଆଉ ସେମାନେ ବନିଯାଇଥାନ୍ତି ଭାଇରାଲ ଷ୍ଟାର । ସିିଗିଂକୁ ନେଇ ଏପରି ଏକ ଭିଡିଓ ସୋସିସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇଜଣ ସିଙ୍ଗର ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଭିଡିଓରେ ଏକ ଯୋଡ଼ି ୧ ମିନିଟରେ ୧୩ଟି ଗୀତ ଗାଉଥିବାର ନଜର ଆସିଛନ୍ତି । ଏଥିରେ ଗାଇଥିବା ଗୀତ ଗୁଡ଼ିକ ଅଲଗା ଅଲଗା ଦେଶର ଟ୍ରେଡିଙ୍ଗ ଗୀତ ରହିଛି । ଏହାସହ ଆଉ ଏକ ରୋଚକ କଥା ହେଲା ଏହି ଗୀତ ଗୁଡ଼ିକ ୯ଟି ଅଲଗା ଅଲଗା ଭାଷାରେ ରଚିତ ହୋଇଛି । ଯାହାକୁ ଏହି ସିଙ୍ଗର ଯୋଡ଼ି ଏକ ମିନିଟର ସମୟ ଅନ୍ତରାଳରେ କଭର କରୁଥିବାର ଦେଖିବାକୁ ମିଳିଛି । ୧୩ଟି ଅଲଗା ଗୀତ ଓ ୯ଟି ଅଲଗା ଭାଷାର ଗୀତ ସଠିକ ତାଳ ସହ ଗୋଟିଏ ମିନିଟ ଭିତରେ ଗାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଭିଡିଓ ୟୁଜରଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଛି ଯେ କେହି କେହି ୟୁଜର ଗୀତକୁ ଅନେକ ବାର ଦେଖିବାକୁ ପସନ୍ଦ କରିଛନ୍ତି ।

ସଙ୍ଗୀତ ପ୍ରେମୀଙ୍କୁ ଏହି ଭିଡିଓ ବେଶ୍‌ ପସନ୍ଦ ଆସିଛି । ଏହାସହ ଗୀତକୁ ନେଇ ହୋଇଥିବା ଏକ୍ସପେରିମେଣ୍ଟରୁ ସଂଗୀତ ପ୍ରେମୀ କିଛି ନୂଆ କରି ଦେଖାଇବାକୁ ପ୍ରେରଣା ମଧ୍ୟ ପାଇ ପାରିବେ । RZD ନାମକ ଜଣେ ସଂଗୀତକାର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓ ସହ ପୋଷ୍ଟ କରାଯାଇଥିବା କ୍ୟାପସନରେ ଲେଖିଛନ୍ତି “Producer: how many songs and languages you want? Producer: but You only have 1 minute” hold my marjan syrup ।

ଭିଡିଓରେ ଦେଖାଯାଉଛି ଉଭୟ ସିଙ୍ଗର ଗୋଟେ ପରେ ଗୋଟେ ଅଲଗା ଅଲଗା ଭାଷାରେ ବିଭିନ୍ନ ଦେଶର ଗୀତକୁ ଗାଇ ଚାଲିଛନ୍ତି । ଉଭୟ ସିଙ୍ଗରଙ୍କ ଗୀତ ଗାଇବାର ଅନ୍ଦାଜବି ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି । ଏକ ନିଆରା ଅନ୍ଦାଜରେ ଉଭୟେ ଗାଇ ଚାଲିଛନ୍ତି । ଏହି ଭିଡିଓକୁ ସୋସିଆଲ ମିଡିଆରେ ୩ ଲକ୍ଷ ୧୫ ହଜାର ଲୋକ ଲାଇକ କରିଥିବା ବେଳେ ୨୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.