ବାଲୁ ବଜାରର ସର୍ବ ପୁରାତନ ପୂଜା ମଣ୍ଡପରେ ପ୍ରାକୃତିକ ରଙ୍ଗରେ ସଜେଇ ହୋଇଛନ୍ତି ମାଆ ଦଶଭୁଜା, ଦର୍ଶନ ପାଇଁ ଆସୁଛନ୍ତି ଶହ ଶହ ଶ୍ରଦ୍ଧାଳୁ

ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ଐତିହାସିକ ରୋୖପ୍ୟ ନଗରୀ କଟକ ସହରର ଦୁର୍ଗାପୂଜାକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଚଳିତ ବର୍ଷ ଦୁର୍ଗାପୂଜାରେ ଚମକୁଛି ସିଲଭର ସିଟି କଟକ।।ଧରା ପୃଷ୍ଠକୁ ଆଗମନ କରିଛନ୍ତି ମା ଦଶଭୁଜା । ମାଙ୍କ ଆଗମନକୁ ନେଇ ସହରର ବିଭିନ୍ନ ପୂଜା ମଣ୍ଡପ ବେଶ ଚଳଚଞ୍ଚଳ। ତେବେ କଟକ ସହର ର ସର୍ବ ପୂରାତନ ପୂଜା ମଣ୍ଡପ ଭିତରେ ବାଲୁବଜାର ବିନୋଦ ବିହାରୀ ଦୁର୍ଗା ପୂଜା ମଣ୍ଡପ ରେ ମାଙ୍କ ପୂଜା ଅତି ଆଡମ୍ବର ସହ ପାଳନ କରାଯାଉଛି।।ବାଲୁ ବଜାର ପୂଜା ମଣ୍ଡପ ରେ ମା ଙ୍କ ମୂର୍ଣ୍ମୟି ମୂର୍ତ୍ତି ରେ ପ୍ରାକୃତିକ ରଙ୍ଗ ର ବ୍ୟବହାର କରାଯାଇଥାଏ।ଶ୍ରୀ ଚୈତନ୍ୟ ପ୍ରଭୁଙ୍କ ଆଗମନ ପର ଠାରୁ ଏଠାରେ ଦୁର୍ଗା ପୂଜା ପାଳନ ହେଇ ଆସୁଛି।

କଟକ ସହର ଯେତେ ପୁରୁଣା ଏଠାକାର ପରଂମ୍ପରା ଓ ସଂସ୍କୃତି ମଧ୍ୟ ସେତିକି ପୁରୁଣା । ଏଥିପାଇଁ ସାଂସ୍କ୍ରୁତି ଓ ପରମ୍ପରା ର ସହର କଟକ ସହରର ଦଶହରା ପର୍ବର ରହିଛି ବିଶେଷ ସ୍ୱତନ୍ତ୍ରତା। ସହର ର ସବୁଠାରୁ ପୁରୁଣା ପୂଜା ମଣ୍ଡପ ବାଲୁ ବଜାର ବିନୋଦ ବିହାରୀ ପୂଜା ମଣ୍ଡପ , ଯେଉଁଠାରେ  ୧୫୦୯ ମସିହା ରୁ ମା ଦୁର୍ଗା ଙ୍କ ପୂଜା ପାଳନ କରାଯାଉଛି।। ଏଠାରେ ବଙ୍ଗୀୟ ରୀତିନୀତି ଅନୁସାରେ ମା ଙ୍କ ସମସ୍ତ ପୂଜା ଅର୍ଚନା କରାଯାଉଥିବା ବେଳେ ୨୦୦୨ ରେ ଏଠାରେ ମା ଙ୍କ ର ଚାନ୍ଦି ମେଢ ତିଆରି କରାଯାଇଥିଲା। ଏହି ପୂଜା ମଣ୍ଡପରେ ଶ୍ରୀ ଚୈତନ୍ୟ ପ୍ରଭୁଙ୍କ ଆଗମନ ସମୟରୁ ଏଠାରେ ଦୁର୍ଗା ପୂଜା ପାଳନ ହେଇ ଆସୁଛି।। ସବୁଠାରୁ ବଡ କଥା ହେଉଛି ମା ଙ୍କ ମୂର୍ଣ୍ମୟି ମୂର୍ତ୍ତି ରେ ପ୍ରାକୃତିକ ରଙ୍ଗ ର ବ୍ୟବହାର କରାଯାଇ ଥାଏ।। ହଳଦୀ, ହରିଡା , ବାହାଡ଼ା , ଅଁଳା , ମନ୍ଦାର ଫୁଲ , ଗଛର ପତ୍ର ଓ ବିଭିନ୍ନ ପ୍ରକାର ର ଫୁଲ କୁ ଆଣି ସୁଖା ଯାଇଥାଏ।। ଏହାପରେ ଏ ସବୁକୁ ଗୁଣ୍ଡ କରି ମା ଙ୍କ ମୂର୍ଣ୍ମୟି ମୂର୍ତ୍ତି ରଙ୍ଗ ହେବାରେ ଲାଗିଥାଏ।

ସୁନ୍ଦର ତାରକସୀ କାମରେ ତିଆରି କରାଯାଇଛି ବାଲୁ ବଜାର ର ଚାନ୍ଦି ମେଢ । ୩ କୁଇଣ୍ଟାଲ ୨୦ କେଜିର ଚାନ୍ଦିରେ ତିଆରି ହେଇଚି ମାଙ୍କ ର ମେଢ଼।। ଏହା ସହ ୧ କୁଇଣ୍ଟାଲ ୩ କେଜି ର ଚାନ୍ଦିରେ ମାଙ୍କ ଗହଣା ଓ ଅଳଙ୍କାର ତିଆରି ହେଇଚି । ଯାହାକୁ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥାଏ।

ତେବେ ଦଶହରାରେ ଦେବୀଙ୍କ ଆରାଧନା ବିଶେଷ କରି ଷଷ୍ଠୀ ଠାରୁ ଆରମ୍ଭ ହୋଇଥାଏ। ମହାଷଷ୍ଠୀ, ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀ ଓ ଶେଷରେ ଦଶମୀ ଦିନ ଦଶହରା ପାଳିତ ହୁଏ। ତିଥି ଅନୁସାରେ ହିଁ ଏହି ସବୁ ପୂଜା ବିଧି ମୁତାବକ ହୋଇଥାଏ। ବାଲୁ ବଜାର ବିନୋଦ ବିହାରୀ ପୂଜା ମଣ୍ଡପରେ ଦୁର୍ଗା ପୂଜା ସହ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ।ପୂଜା ମଣ୍ଡପରେ ପ୍ରାକୃତିକ ରଙ୍ଗ କୁ ଚାନ୍ଦି ମେଢ଼ ରେ ଝଲସି ଥାନ୍ତି ମହମାୟୀ।

କରୋନା କଟକଣା ହଟିଥିବାରୁ ଦୁଇବର୍ଷ ପରେ ପୁଣି ଜମିଛି ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା । ଆଉ କଟକ ଦଶହରା ର ସୁଉଚ୍ଚ ତୋରଣ, ଆକର୍ଷଣୀୟ ଝିଲ ମିଲି ଲାଇଟ, ଭଜନ ସନ୍ଧ୍ୟା ଓ ମେଲୋଡି ଦେଖିବା ପାଇଁ ସହରରେ ଭିଡ଼ ଲାଗିଛି। ଶ୍ରଦ୍ଧାଳୁ ମାନେ ପୂଜା ମଣ୍ଡପ ରେ ବୁଲି ବୁଲି ମା ଙ୍କୁ ଦର୍ଶନ କରୁଛନ୍ତି। ଦୁଇ ବର୍ଷ ପରେ ମା ଙ୍କ ଦର୍ଶନ କରିବାର ସୁଯୋଗ ମିଳି ଥିବାରୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମନରେ ଭକ୍ତି ଓ ଉତ୍ସାହ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.