ହିନ୍ଦୁ ପଡ଼ୋଶୀଙ୍କ ପାଇଁ ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକ ଆୟୋଜନ କଲେ ଦୁର୍ଗା ପୂଜା, ଦେଖନ୍ତୁ ଏକ ସୁନ୍ଦର ଭିଡିଓ

ଆମ ଦେଶ ଭାରତ ଖୁବ୍‌ ସୁନ୍ଦର। ଏଠାରେ ସବୁ ଜାତି, ଧର୍ମ, ବର୍ଣ୍ଣର ଲୋକେ ଭାଇ-ଭାଇ ଭଳି ଚଳିଥାନ୍ତି। ହିନ୍ଦୁ ହୁଅନ୍ତୁ ଅବା ମୁସ୍‌ଲିମ୍‌ ସମସ୍ତେ ଏଠାରେ ପରସ୍ପରର ଧର୍ମକୁ ସମ୍ମାନ ଦେଇଥାନ୍ତି। ଖାସ୍‌ କରି ପର୍ବପର୍ବଣୀ ବେଳେ ସମସ୍ତେ ଭାଇଚାରା ଦେଖାଇଥାନ୍ତି ଓ ବଡ଼ ବଡ଼ ଉତ୍ସବକୁ ମିଳିମିଶି ପାଳନ କରିଥାନ୍ତି। ଦେଶରେ ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକ ମଧ୍ୟ ଗଣପତିଙ୍କୁ ପୂଜା କରନ୍ତି ଓ ଖୁବ୍‌ ନିଷ୍ଠାର ସହ ପାଳୁଥିବା ଆମେ ଅନେକ ଥର ଦେଖିଛେ।

ତେବେ ବର୍ତ୍ତମାନ ଦେଶରେ ଦୁର୍ଗା ପୂଜାର ମାହୋଲ୍ଲ। ଆଉ ମାତ୍ର ଦିନ କେଇଟା ପରେ ଦଶହରା। ଏଣୁ ଏବେ ସବୁ ବଜାର ଘାଟ ଚଳଚଞ୍ଚଳ। ମା’ଙ୍କୁ ଆରାଧନା କରିବାକୁ ଏବେ ସବୁ ବଡ଼ ବଡ଼ ସହରରେ ପେଣ୍ଡାଲ ସହ ଭଳିଭଳିକି ମୂର୍ତ୍ତି ସ୍ଥାପନ କରାଯାଉଛି। ତେବେ ଇତି ମଧ୍ୟରେ ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି, ଯାହା ଭାରତରେ ସବୁ ଧର୍ମ ମଧ୍ୟରେ ଭାଇଚାରା କେତେ ସୁଦୃଢ଼ ତାହା ସହଜରେ ବୁଝାଉଛି।

ଭିଡିଓରେ କିଛି ମୁସଲିମ୍‌ ସମ୍ପ୍ରଦାୟର ଲୋକ ପଡ଼ୋଶୀଙ୍କ ପାଇଁ ଦୁର୍ଗା ପୂଜାର ପ୍ରସ୍ତୁତି କରୁଥିବା ଦେଖାଯାଇଛି। ପଡ଼ୋଶୀମାନଙ୍କ ଓଠରେ ଟିକେ ହସ ଫୁଟାଇବା ପାଇଁ ସେମାନେ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ କିଣି ଆଣୁଛନ୍ତି। ଏଥିସହ ସେମାନେ ପେଣ୍ଡାଲକୁ ସଜାଡ଼ିବା ପାଇଁ ମଧ୍ୟ ସମସ୍ତ ସାଜ ସରଞ୍ଜାମ ନିଜ ହାତରେ ଧରି ଆସୁଛନ୍ତି। ମଣ୍ଡପକୁ କିଭଳି ସୁନ୍ଦରଭାବେ ସଜାଇ ହେବ ସେମାନେ ସେଥିପାଇଁ ସବୁ କିଛି କରୁଥିବା ଦେଖାଯାଇଛି। ଏମାନଙ୍କ ପ୍ରସ୍ତୁତି ଦେଖି କେହି ବି କହିବେନି ଯେ ଏମାନେ ଅନ୍ୟ ଧର୍ମର ବୋଲି।

ଟ୍ଵିଟରରେ ଏହି ସୁନ୍ଦର ଭିଡିଓକୁ ତମଲ ଶାହା ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏବେ ଯାଏଁ ଏହି ଭିଡିଓକୁ ୩୬ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ଅନେକ ଲୋକ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି-ଏହା ପଶ୍ଚିମବଙ୍ଗ ଓ କଲିକତାର ପରିଚୟ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- ଏହା ମୋ ପ୍ରିୟର ଭାରତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.