Categories: ସ୍ପେଶାଲ

ଆପଣ ଜାଣିଛନ୍ତି କି, ନିଜ ଭାଇଙ୍କ ପାଇଁ ବିଧବା ହୋଇଥିଲେ କୌରବ-ପାଣ୍ଡବଙ୍କ ଏକ ମାତ୍ର ଭଉଣୀ ଦୁଃଶାଳା

ମହାଗ୍ରନ୍ଥ ମହାଭାରତରେ ଏମିତି ଅନେକ କାହାଣୀ ରହିଛି ଯାହା ଆଜି ବି ପାଠକଙ୍କୁ ନୂଆ ଲାଗେ। ସାଧାରଣ ଭାବେ  ଧୃତରାଷ୍ଟ୍ର-ଗାନ୍ଧାରୀଙ୍କ କୌରବ ୧୦୦ ପୁତ୍ର  ଏବଂ ପଣ୍ଡୁ-କୁନ୍ତୀଙ୍କର ପାଣ୍ଡବ ୫ ପୁତ୍ର ଥିବା ବିଷୟ ଜାଣିଛେ । ବିଭିନ୍ନ ସମୟରେ କୌରବ-ପାଣ୍ଡବ ଭାଇ ଏବଂ ସେମାନଙ୍କ ବଧୂମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଥିଲେ ହେଁ କୌଣସି ସ୍ଥାନରେ ପାଣ୍ଡବ ଏବଂ କୌରବଙ୍କ  ଏକ ମାତ୍ର ଭଉଣୀ ଦୁଃଶାଳାଙ୍କ ବିଷୟରେ କୁହାଯାଇ ନ ଥାଏ । ବହୁ କମ୍‌ ବ୍ୟକ୍ତିଙ୍କୁ ଦୁଃଶାଳାଙ୍କ ବିଷୟରେ ଜଣାଥିବା ବେଳେ ଆପଣ ଜାଣିଛନ୍ତି କି ଦୁଃଶାଳାଙ୍କ ବିଧବା ହେବା ପଛର କାରଣ ସାଜିଥିଲେ ତାଙ୍କ ଭାଇମାନେ । ନିଜର ଏକ ମାତ୍ର ଭଉଣୀର ସ୍ୱାମୀକୁ ହତ୍ୟା କରିଥିଲେ ପାଣ୍ଡବ।

କିଏ ଥିଲେ ଦୁଃଶାଳା : ମହାଭାରତ ଅନୁଯାୟୀ ଧୃତରାଷ୍ଟ୍ରଙ୍କ ପତ୍ନୀ ଗାନ୍ଧାରୀ ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ୧୦୦ ପୁତ୍ରର ବରଦାନ ପାଇଥିଲେ । ଗାନ୍ଧାରୀ ଦୁଇ ବର୍ଷ ପର୍ଯ୍ୟନ୍ତ ଗର୍ଭବତୀ ହୋଇଥିଲେ ମଧ୍ୟ ତାଙ୍କ ଗର୍ଭରୁ ଲୁହାର ଏକ ପେଣ୍ଡୁ ବାହାରିଥିଲା । ଲୋକଲଜ୍ଜା ଭୟରେ ଗାନ୍ଧାରୀ ସେହି ଲୁହା ପେଣ୍ଡୁକୁ ପିଙ୍ଗିବାକୁ ନିର୍ଣ୍ଣୟ ନେଇଥିଲେ ।

ସେହି ସମୟରେ ଋଷି ବ୍ୟାସଦେବ ଆସି ତାହାର ଛୋଟଛୋଟ ଖଣ୍ଡ କରି ଏକ ରସାୟନ ସହ ୧୦୦ ଟି ମାଠିଆ ଭର୍ତ୍ତି କରି ରଖିଥିଲେ । ଏହି ସମୟରେ ପିଣ୍ଡୁଳା ୧୦୧  ଖଣ୍ଡରେ ବିଭକ୍ତ  ହୋଇଯାଇଥିଲା । କିଛି ଦିନ ପରେ ୧୦୦ଟି ମାଠିଆରୁ କୌରବ ପୁତ୍ର ବାହାରିଥିବା ବେଳେ ସେ ଗୋଟିଏ ଅଧିକା ଖଣ୍ଡରୁ ଜାତ ହୋଇଥିଲେ ଦୁଃଶାଳା । ଏହିଭଳି ଭାବେ କୌରଭ ଏବଂ ପାଣ୍ଡବଙ୍କର ଏକମାତ୍ର ଭଉଣୀ ହୋଇଥିଲେ ଦୁଃଶାଳା ।

କାହିଁକି ହୋଇଥିଲେ ଦୁଃଶାଳା ବିଧବା: ରାଜକୁମାରୀ ଦୁଃଶାଳାଙ୍କ ବିବାହ ସିନ୍ଧୁ ରାଜ୍ୟର ରାଜା ଜୟଦ୍ରଥଙ୍କ ସହିତ ଅନୁଷ୍ଠିତ ହୋଇଥିଲା । ରାଜା ଜୟଦ୍ରଥ  ତାଙ୍କ ବୀରତା ସହ ତାଙ୍କ ନକାରାତ୍ମକ ସ୍ୱଭାବ ପାଇଁ ଜଣାଯାଉଥିଲେ । ଦୁଃଶାଳାଙ୍କୁ ମଧ୍ୟ ଅନେକ ପ୍ରକାରାର ନିର୍ଯାତନା ଦେଉଥିଲେ ଜୟଦ୍ରଥ । କିନ୍ତୁ ଏହା ବିଷୟରେ ଦୁଃଶାଳା କେବେ କାହାକୁ ଅଭିଯୋଗ କରିନଥିଲେ । ଜୟଦ୍ରଥ ଥରେ ପାଣ୍ଡବ ପତ୍ନୀ ଦ୍ରୌପଦୀକୁ ଅପହରଣ କରି ଆଣିଥିଲେ ।

ଏହି ଘଟଣାରେ କ୍ରୋଧିତ ହୋଇ ପାଣ୍ଡବ ଜୟନ୍ଦ୍ରଥଙ୍କୁ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଦ୍ରୌପଦୀଙ୍କ ଅନୁରୋଧ କ୍ରମେ ଅଟକି ଯାଇଥିଲେ । ଏହାପରେ କିନ୍ତୁ ଜୟଦ୍ରଥ ଅର୍ଜୁନ ପୁତ୍ର ଅଭିମନ୍ୟୁଙ୍କ ହତ୍ୟାରେ ମୁଖ୍ୟଭୂମିକା ନେଇଥିଲେ । ଯାହାଦ୍ୱାରା ଅର୍ଜୁନ ନିଜ ପୁତ୍ର ଅଭିମନ୍ୟୁକୁ ହରାଇବା ସହ ତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜୟଦ୍ରଥଙ୍କୁ ହତ୍ୟା କରିଥିଲେ ଏବଂ ନିଜ ଭଉଣୀକ ୁ ବିଧବା କରିଥିଲେ ।

 

KNews Bureau

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

10 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

13 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

35 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

39 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago