ବିଜୟା ଦଶମୀରେ ଶରବିଦ୍ଧ ହେବ ରାବଣ, ଜାଣନ୍ତୁ କେଉଁଠି କିଭଳି ତିଆରି ହୋଇଛି ପୁତ୍ତଳିକା

ଦଶହରା ପାଇଁ ସାରା ଦେଶ ଉତ୍ସବ ମୁଖରିତ ହୋଇଛି। ଏହି ପାର୍ବଣ ଋତୁକୁ ଅସତ୍ୟ ଉପରେ ସତ୍ୟର ବିଜୟର ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ। ଶାସ୍ତ୍ର ଅନୁସାରେ, ତ୍ରେତୟା ଯୁଗରେ ଏହି ଦିନ ଭଗବାନ ଶ୍ରୀରାମ ଲଙ୍କା ନରେଶ ରାବଣର ବଧ କରିଥିଲେ। ଆସନ୍ତୁ ଫଟୋ ମାଧ୍ୟମରେ ଦେଖିବା ଭାରତରେ କିଭଳି ଚାଲିଛି ଦଶହରା ପ୍ରସ୍ତୁତି…

ଦେଶର ବିଭିନ୍ନ ସ୍ଥାନରେ ଦଶହରାକୁ କୃଷି ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ।

ଦଶହରା ପୂଜାକୁ ଶସ୍ତ୍ର ପୂଜା ମଧ୍ୟ କୁହାଯାଏ। କ୍ଷତ୍ରିୟ ସମାଜ ଏହିଦିନ ସେମାନଙ୍କ ଆୟୁଧ କୁହାଯାଉଥିବା ଅସ୍ତ୍ରଶସ୍ତ୍ର ପୂଜା କରିଥାନ୍ତି।

ବ୍ରାହ୍ମଣ ସମାଜ ଏହି ଦିନ ସରସ୍ୱତୀଙ୍କ ପୂଜା କରିଥାନ୍ତି।

ବୈଶ୍ୟ ସମାଜ ଦଶହରାରେ ବହିଖାତା, ଲେଖନୀ ଆଦିର ପୂଜା କରିଥାନ୍ତି।

ନବରାତ୍ରି ରାମଲୀଳାର ଉଦ୍‌ଯାପନୀ ମଧ୍ୟ ଏହି ଦିନ ହୋଇଥାଏ।

ଏହାସହ ପଢ଼ନ୍ତୁ: ନିୟମିତ କରନ୍ତୁ ଏହି ୩ଟି ଯୋଗାଭ୍ୟାସ, ଜୀବନ ସାରା ଦେଖାଦେବନି ହୃଦ୍‌ରୋଗ

ଏହିଦିନ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦର ପୁତ୍ତଳିକା ଦାହ କରି ଭଗବାନ ରାମଙ୍କ ବିଜୟ ଉତ୍ସବ ପାଳନ କରାଯାଏ।

Leave A Reply

Your email address will not be published.