ନିଜ ରକେଟରୁ ଚନ୍ଦ୍ର ଉପରେ ଚୀନ ପକାଉଛି ୩ ଟନ୍‌ ଆବର୍ଜନା !

ଆପଣ ଜାଣନ୍ତି କି ଚନ୍ଦ୍ରରେ ଏକ ବଡ ଘଟଣା ସାମନାକୁ ଆସିଛି । ଯାହା ମହାକାଶରେ ଗତି କରୁଥିବା ଏବଂ ପୃଥିବୀରୁ ମୁକ୍ତ ହୋଇଥିବା ରକେଟ ସମ୍ବନ୍ଧୀୟ । ପ୍ରାୟ ୩ ଟନ ଆବର୍ଜନା ଚନ୍ଦ୍ର ପୃଷ୍ଟରେ ପଡିପାରେ ବୋଲି କୁହାଯାଉଛି । ଯଦି ଏହା ଘଟୁଛି ତେବେ ଚନ୍ଦ୍ରରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇପାରେ । ଖବର ଅନୁଯାୟୀ ଏହି ଆବର୍ଜନା ଘଣ୍ଟା ପ୍ରତି ପ୍ରାୟ ୯୩୦୦ କିଲୋମିଟର ବେଗରେ ଚନ୍ଦ୍ରକୁ ଛୁଇଁପାରେ । ଏହି କାରଣରୁ ଚନ୍ଦ୍ର ପୃଷ୍ଟରେ ୩୦ରୁ ୬୬ଫୁଟ ପର୍ଯ୍ୟନ୍ତ ଏକ ଗଭୀର ଗର୍ତ୍ତ ରହିପାରେ । ଏହି ଭୟଙ୍କର ଧକ୍କ୍କା ହେତୁ ଚନ୍ଦ୍ର ଫୃଷ୍ଠରେ ଧୂଳି ଉଡିବ ଯାହା ଶହ ଶହ ମାଇଲ ଦୂରରେ ବ୍ୟାପିବ ।

ଏକ ରିପୋର୍ଟ ଅନୁଯାୟୀ ଚନ୍ଦ୍ରରେ ଏପରି ଜାଗାରେ ଆବର୍ଜନା ଖସିବାର ସମ୍ଭାବନା ରହିଛି ଯେମିତିକି ଦୂରବିକ୍ଷଣର ସାହାଯ୍ୟରେ ବି ପୃଥିବୀରୁ ଏହା ଦେଖିବାକୁ ମିଳିବେ ନାହିଁ । ତେଣୁ ଉପଗ୍ରହ ଚିତ୍ର ସାହାଯ୍ୟରେ ଏହି ଘଟଣାକୁ ନିଶ୍ଚିନ୍ତ କରିବାକୁ ଅଧିକ ସମୟ ଲାଗିପାରେ ।

ମହାକାଶ ବୈଜ୍ଞାନିକ ଓ ବିଶେଷଜ୍ଞମାନେ କହନ୍ତି ଯେଉଁ ରକେଟ ଯାହାର ଆବର୍ଜନା ଧକା ହେବାକୁ ଯାଉଛି ତାହା ଚୀନରୁ ଆସିଛି । ପ୍ରାୟ ୧ଦଶନ୍ଧି ପୂର୍ବରୁ ଚୀନ ସେହି ରକେଟ ଉତକ୍ଷେପଣ କରିଥିଲା ଏବଂ ସେବେ ଠାରୁ ଏହା ମହାକାଶରେ ବୁଲୁଥିଲା । ଯଦିଓ ଚାଇନାର ଅଧିକାରୀମାନେ କହିଛନ୍ତି ଏହା ସେମାନଙ୍କ ରକେଟ ନୁହେଁ ।

ବିଶ୍ୱାସ କରାଯାଏ ପୃଥିବୀ ନିକଟରେ ଭାସୁଥିବା ବର୍ଜ୍ୟବସ୍ତୁ ଉପରେ ନଜର ରଖିବା ସହଜ । କିନ୍ତୁ ଗଭୀର ମହାକାଶକୁ ପଠାଯାଇଥିବା କୌଣସି ବସ୍ତୁ ସହ ଧକ୍କକା ହେବାର ସମ୍ଭାବନା କମ । କେତେକ ଜୋତିର୍ବିଜ୍ଞାନୀ ଗୁପ୍ତଚର ଯେଉଁମାନେ ସେହିସବୁ ଉପରେ ନଜର ରଖିଥାନ୍ତି ।

ଜାନୁଆରୀରେ ପର୍ଯ୍ୟବେକ୍ଷକ ବିଲ ଗ୍ରେ ଏହି ରକେଟରୁ ବର୍ଜ୍ୟବସ୍ତୁ ଚନ୍ଦ୍ରକୁ ଯାଉଥିବା ମାର୍ଗ ଉପରେ ଅନୁସନ୍ଧାନ କରିଥିଲେ । ତେବେ କହିରଖୁଛୁ ଯେ ଚନ୍ଦ୍ରପୃଷ୍ଠରେ ପୂର୍ବରୁ ଅଗଣିତ କ୍ରାଟର ରହିଛି । ଯାହାର ଲମ୍ବ ୨୫୦୦କିଲୋମିଟର ପର୍ଯ୍ୟନ୍ତ ଅଟେ । ଚନ୍ଦ୍ର ବିଷୟରେ ଏପର୍ଯ୍ୟନ୍ତ ଯାହା ଜଣାପଡିଛି ୫୮ଟି ମିଶନ ରକେଟ ଧ୍ୱଂସ ହୋଇ ଚନ୍ଦ୍ର ଉପରେ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.