ଗାଡ଼ି ଭଡ଼ାରୁ ବର୍ତ୍ତିବା ପାଇଁ ସଠିକ ଉତ୍ତର ଦେଇ କରନ୍ତୁ ଫ୍ରି-ରାଇଡିଂ :ହାଓଡ଼ା

ହାଓଡ଼ା ବଜାରରେ  ଚାଲିଛି ଅଫର। ଜଣେ ଅଟୋ ରିକ୍ସା ଚାଳକ ଏଥିପାଇଁ ଅଫର ନେଇ ଆସିଛନ୍ତି। ଅଫରଟି ହେଉଛି ଏହିଭଳି, ସଠିକ ଉତ୍ତର ଦିଅନ୍ତୁ , ଆଉ ମାଗଣାରେ ଅଟୋରେ ଯାଆନ୍ତୁ। ମାନେ କେବଳ ସଠିକ ଉତ୍ତର ଦେଲେ ହିଁ ଅଟୋ ଡ୍ରାଇଭର ଭାଇ ଜଣଙ୍କ ଆପଣଙ୍କୁ ବିନା ଭଡ଼ାରେ ନିଜ ଲୋକେସନରେ ପହଁଞ୍ଚାଇ ଦେବେ । ଫ୍ରି ରାଇଡ କରିବା ସହ ଟଙ୍କା ବଞ୍ଚାଇବାର ଏହା ଏକ ସୁବର୍ଣ୍ଣ ସୁଯୋଗ। ମହଙ୍ଗା ଯୁଗରେ ଏଭଳି ଅଫର ଶୁଣି ହୁଏତ କେହି ବିଶ୍ୱାସ କରି ପାରିବେନି । କାରଣ ଏହା କୌଣସି ବ୍ୟାବସାୟିକ ଅଫର ନୁହେଁ । ତେବେ ଖବରଟି ଏକଦମ୍ ସତ।

ଏ ଖବରଟି ହେଉଛି ପଶ୍ଚିମବଙ୍ଗର । ଏଠାରେ ରିକ୍ସାରେ ଯିବା ପାଇଁ ଡ୍ରାଇଭର ଭାଇ ଜଣଙ୍କ ନିଜ ପାସେଞ୍ଜରଙ୍କ ପାଇଁ ଆଣିଛନ୍ତି ଏକ ବଢ଼ିଆ ସ୍କିମ। ଏଥିପାଇଁ ଲୋକଙ୍କୁ କେବଳ ଗୋଟିଏ ଜେନେରାଲ ନଲେଜ ପ୍ରଶ୍ନର ସଠିକ ଉତ୍ତର ଦେବାକୁ ପଡିବ। ତେବେ ତେଲ ଦର କାରଣରୁ ଯେଉଁଭଳି ଭାବେ ଗାଡ଼ି ଭଡ଼ା ବୃଦ୍ଧି ପାଉଛି ଏହାକୁ ଶୁଣିଲେ ସବୁ ପାସେଞ୍ଜର ହୁଏତ ଖୁସି ହୋଇଯିବେ। ଏହି ସ୍କିମର ଫାଇଦା ଉଠାଇବା ପାଇଁ ବ୍ୟକ୍ତିଙ୍କୁ ସଠିକ ଉତ୍ତର ମଧ୍ୟ ଜଣାଥିବା ଆବଶ୍ୟକ। ଏହାପରେ ସେ ଫ୍ରି ରାଇଡ କରିପାରିବେ। କହିବାକୁ ଗଲେ ପୂରା କେବିସି ଷ୍ଟାଇଲ୍‌ । ସେଠି ଅମିତାଭ ବଚ୍ଚନଙ୍କ ଉତ୍ତର ଦେଲେ ପଇସା ମିଳୁଛି ଆଉ ଏଠି ଅଟୋରେ ମାଗଣା ଯାତ୍ରା ।

ଏହି ଖବର ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି। ଫେସବୁକରେ ସଙ୍କଳନ ସରକାର ନାମକ ୟୁଜର ଏ ସମ୍ପର୍କରେ ପୋଷ୍ଟ କରିଛନ୍ତି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ହାଓ୍ଵଡା ସ୍ଥିତ ଲିଲୁହା ଅଞ୍ଚଳରେ ଇ-ରିକ୍ସାରେ ଯାତ୍ରା କରିବା ପାଇଁ ନିଜ ସ୍ତ୍ରୀ ସହ ଅଟୋରେ ବସିବା ସମୟରେ ଡ୍ରାଇଭର ସୁରଞ୍ଜନ କର୍ମକାର ଏକ ଅଫର ଦେଲେ। ପ୍ରଶ୍ନର ସଠିକ ଉତ୍ତର ଦେଇ ଫ୍ରି –ରାଇଡ କରିବାର ଅଫର ରଖିଥିଲେ। ଏହି ରିକ୍ସାର ନାଁ ସେ ‘ଟୋଟୋ’ ରଖିଛନ୍ତି। ତେବେ ଏହି ରାଉଣ୍ଡରେ ମୋଟ ୧୫ଟି ପ୍ରଶ୍ନ ରହିବ । ଏହାର ସଠିକ ଉତ୍ତର ଦେଲେ ହିଁ ଫ୍ରି ରାଇଡିଂର ଅଫର ମିଳିବ ।

ଖବର ଅନୁଯାୟୀ, ସୁରଞ୍ଜନଙ୍କୁ ଜିକେ ପଢ଼ିବାକୁ ବହୁତ ଭଲ ଲାଗେ। ତେବେ ଆର୍ଥିକ ସମସ୍ୟା କାରଣରୁ ସେ ୬ଷ୍ଠ କ୍ଲାସରୁ ପାଠ ଛାଡି ଦେଇଥିଲେ। କିନ୍ତୁ ପରେ ସେ ଜିକେ ବହିକୁ ରାତି ୨ଟା ପର୍ଯ୍ୟନ୍ତ ପ୍ରତିଦିନ ପଢ଼ୁଥିଲେ । ଏମିତିକି ସେ ଲିଲୁହା ବୁକ ଫେୟାର ଫାଉଣ୍ଡେସନର ସଦସ୍ୟ ଅଛନ୍ତି ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.