ବଡ ବିନାଶ ଆଡକୁ ଗତି କରୁଛି ପୃଥିବୀ, ସମାପ୍ତ ହୋଇଯିବେ ଏହି ସବୁ ଜୀବ

ୱାର୍ଲ୍ଡ ୱାଇଡ ଲାଇଫ ଫଣ୍ଡ ବିଶ୍ୱକୁ ଏକ ବଡ ଚେତାବନୀ ଦେଇଛି । କହିଛି ଯେ ଆସନ୍ତା ଦଶନ୍ଧିରେ ପୃଥିବୀ ସବୁଠୁ ବଡ ଧ୍ୱଂସ ଆଡକୁ ଗତି କରୁଛି । ପରିବେଶ ଓ ପଶୁମାନଙ୍କ ପାଇଁ କାର୍ଯ୍ୟକରୁଥିବା ବିଶ୍ୱର ଜଣାଶୁଣା ସଂଗଠନ କହିଛି ଯେ ଡାଇନୋସର ବିଲୁପ୍ତହେବା ପରେ ଏହା ହେଉଛି ସବୁଠୁ ବଡ ବିପଦ । ଏହି କାରଣରୁ ଲକ୍ଷଲକ୍ଷ ବୃକ୍ଷ ଓ ପ୍ରାଣୀ ବିଲୁପ୍ତ ହୋଇଯିବେ । ସଂଗଠନ କହିଛି ଯେ ବିଲୁପ୍ତ ହେବା ଜୀବଙ୍କ ଭିତରେ ହାତୀ, ଭାଲୁ, ସାର୍କ, ବେଙ୍ଗ ଓ ମାଛ ପରି ପଶୁମାନଙ୍କ ତାଲିକା ସାମିଲ ଅଛି । ଡବ୍ଲୁ ଡବ୍ଲୁ ଏଫ ଦ୍ୱାରା ରିପୋର୍ଟରେ ପ୍ରକାଶ ପାଇଛି ଯେ ଆସନ୍ତା ଦଶନ୍ଧୀ ମଧ୍ୟରେ ପ୍ରାୟ ୧ଲକ୍ଷ ଜୀବ ବିଲୁପ୍ତ ହୋଇଯିବ । ପୂର୍ବରୁ ଡାଇନୋସର ଯୁଗରେ ଏକ ବଡ ଧ୍ୱଂସ ଘଟିଥିଲା ଏବଂ ବର୍ତ୍ତମାନ ଏହା ଏକ ଦଶନ୍ଧୀ ମଧ୍ୟରେ ହେବାକୁ ଯାଉଛି । ବର୍ତ୍ତମାନ ସଂରକ୍ଷଣର ଆବଶ୍ୟକ ତାଲିକାରେ ୧୪୨,୫୦୦ ପ୍ରଜାତି ଅନ୍ତର୍ଭୁକ୍ତ । ସେଥିମଧ୍ୟରୁ ୪୦ହଜାର ପ୍ରଜାତି ବିଲୁପ୍ତ ହେବାର ବିପଦରେ ଅଛନ୍ତି ।

ଡବ୍ଲୁ ଡବ୍ଲୁ ଏଫ ଚେତାବନୀ ଦେଇଛି ଯେ ଦୁନିଆ ଅତିଶୀଘ୍ର ବିଲୁପ୍ତ ଆଡକୁ ଗତି କରୁଛି । ତେଣୁ ବିଶ୍ୱ ସଂରକ୍ଷଣ ଚୁକ୍ତି ପାଇଁ ସଂସ୍ଥା ଆବେଦନ କରିଛି । ଆଫ୍ରିକା ଜଙ୍ଗଲୀ ହାତୀ ବିଲୁପ୍ତ ହେବାର ଅଧିକ ସମ୍ଭାବନା ଅଧିକ । ଗତ ୩୧ ବର୍ଷ ମଧ୍ୟରେ ହାତୀ ସଂଖ୍ୟା ୮୬ପ୍ରତିଶତ ହ୍ରାସ ପାଇଛି । ଆଉ ଏହାରି ଭିତରେ ଏଭଳି ଖବର ଆସିବା ନିଶ୍ଚୟ ସାଂଘାତିକ । ଆର୍କଟିକ ସମୁଦ୍ର ବରଫ ଦ୍ରୁତ ଗତିରେ ତରଳି ଯାଉଛି । ଏହି କାରଣରୁ ପୋଲାର ଭାଲୁ ବିଲୁପ୍ତ ହୋଇପାରେ । ଏକ ଆକଳନ ଅନୁଯାୟୀ ୨୦୩୫ ସୁଦ୍ଧା ସମଗ୍ର ଆର୍କଟିକରୁ ବରଫ ଲୋପ ପାଇବ । ରିପୋର୍ଟରେ ଦର୍ଶାଯାଇଛି ଯେ ଜଳବାୟୁ ସଂକଟ ଏବଂ ସମୁଦ୍ରରେ ଅତ୍ୟଧିକ ମତ୍ସଜୀବୀ ହେତୁ ସାର୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି । ଆଉ ଏମାନେ ବି ଏହି ଲିଷ୍ଟରେ ସାମିଲ ।

ରିପୋର୍ଟରେ ଏହା ଆଶଙ୍କା କରାଯାଇଛି ଯେ ଜର୍ମାନୀରେ ମିଳୁଥିବା ବେଙ୍ଗ ଏବଂ ଟୋଡ ଭଳି ଜୀବ ମଧ୍ୟ ଏହି ବଡ ବିନାଶରେ ଶେଷ ହୋଇଯିବେ । ନିର୍ମାଣ ହେତୁ ଅଧିକାଂଶ ଜୀବଯନ୍ତୁ ବିଲୁପ୍ତ ହେବାର ଆଶଙ୍କାରେ ସମ୍ମୁଖୀନ ହେଉଛନ୍ତି । ତଥାପି କୁହାଯାଉଛି କି ଏବେ ବି ସକାରାତ୍ମକ ଦିଗକୁ ନେଇ ଆଶା ବଞ୍ଚିଛି ।

Leave A Reply

Your email address will not be published.